ପାଟନା: ବିହାରର ସମସ୍ତିପୁର ରେଳମଣ୍ଡଳ ପକ୍ଷରୁ ସ୍ବଚ୍ଛ ଭାରତ ଅଭିଯାକୁ ଆଗେଇ ନେବା ପାଇଁ ଏକ ପ୍ରଂଶସନୀୟ ପଦକ୍ଷେପ ନିଆଯାଇଛି। ଏହି ମଣ୍ଡଳ ଅନ୍ତର୍ଗତ ଥିବା ସମସ୍ତ ଷ୍ଟେସନରେ ଅଟୋମେଟିକ କମ୍ପୋଷ୍ଟିଂ ମେସିନ ଲଗାଯାଉଛି। ଯାହା ଦ୍ବାରା ଷ୍ଟେସନ ପରିସରରେ ଗଦା ହେଉଥିବା ଓଦା ଆର୍ବଜନାରୁ ଜୈବିକ ଖତ ପ୍ରସ୍ତୁତ ହୋଇ ପାରିବ।
ଏନେଇ ସମସ୍ତିପୁର ରେଳଡିଭିଜନର ସିନିୟର ଡିସିଏମ ବିରେନ୍ଦ୍ର କୁମାର କହିଛନ୍ତି ଯେ, ରେଳ ପରିସରରୁ ଆବର୍ଜନା ସଫା କରିବାପରେ ଏହାର ଉପଯୁକ୍ତ ବ୍ୟବହାର ହେଇ ପାରୁନଥିଲା । ଯାହାଦ୍ବାରା ଆବର୍ଜନା ଗଦାହେଉଥିବା ସ୍ଥାନରୁ ପ୍ରଚୁର ଗନ୍ଧ ବାହାରୁଥିଲା। ଆଉ ପରିବେଶ ଦୂଷିତ ହେଉଥିଲା। ଏହାର ସମାଧାନ ପାଇଁ ସମସ୍ତିପୁର ରେଳ ଡିଭିଜନରେ ଆସୁଥିବା ସମସ୍ତ ଷ୍ଟେସନ ଗୁଡିକରେ କମ୍ପୋଷ୍ଟିଙ୍ଗ ମେସିନ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଲି ଆବର୍ଜନା ନୁହଁ ପ୍ଲାଷ୍ଟିକ ବୋତଲକୁ ନଷ୍ଟ କରିବା ପାଇଁ ପ୍ଲାଷ୍ଟିକ ବୋତଲ କ୍ରସିଙ୍ଗ ମେସିନ ମଧ୍ୟ ଲଗାଯାଉଛି।