ETV Bharat / bharat

କୋରୋନା ମୁକାବିଲା ପାଇଁ 80ଲକ୍ଷ ଅତିରିକ୍ତ ମାସ୍କ

author img

By

Published : Mar 15, 2020, 8:19 PM IST

ଦେଶରେ କୋରୋନା ପରିସ୍ଥିତି ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ଅତିରିକ୍ତ 80ଲକ୍ଷରୁ ଅଧିକ ଏନ-95 ମାସ୍କ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅର୍ଡର କରାଯାଇଛି । ଅଧିକ ପଢନ୍ତୁ...

order has been placed for the procurement of an additional 80lakh N95 masks and personal protective equipment for healthcare workers
କୋରୋନା ମୁକାବିଲା ପାଇଁ 80ଲକ୍ଷ ଅତିରିକ୍ତ ମାସ୍କ

ନୂଆଦିଲ୍ଲୀ: ଦେଶରେ କୋରୋନା ପରିସ୍ଥିତି ପାଇଁ ସ୍ବାସ୍ଥ୍ୟକର୍ମୀଙ୍କ ନିମନ୍ତେ ଅତିରିକ୍ତ 80 ଲକ୍ଷରୁ ଅଧିକ ଏନ-95 ମାସ୍କ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଅର୍ଡର କରାଯାଇଛି । ସେହିପରି ତୃତୀୟ ପର୍ଯ୍ୟାୟରେ ଇରାନରୁ ଆଜି 236 ଜଣ ଭାରତୀୟ ନାଗରିକଙ୍କୁ ଅଣାଯିବ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷରେ ସ୍ବତନ୍ତ୍ର ସଚିବ ସଞ୍ଜୀବ କୁମାର କହିଛନ୍ତି, ଦେଶରେ ସ୍ବାସ୍ଥ୍ୟସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ପାଇଁ ଅତିରିକ୍ତ 80 ଲକ୍ଷ 56 ହଜାର 3ଶହ 65ଟି ମାସ୍କ ଓ ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆସିବା ପାଇଁ ଅର୍ଡର ଦିଆଯାଇଛି । ଇରାନରୁ ଆସିବାକୁ ଥିବା ଭାରତୀୟ ମାନଙ୍କୁ ଜୈସାଲମେରରେ ସେନା ଶିବିରରେ ସ୍ବତନ୍ତ୍ରଭାବେ ରଖାଯିବ ।’ ଏହା ସହ ଫେରୁଥିବା ସମସ୍ତ ଭାରତୀୟଙ୍କ ରକ୍ତ ନମୁନା ନେଗେଟିଭ ରହିଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଭାରତରେ ବର୍ତ୍ତମାନ ସୁଦ୍ଧା 108 ଜଣ ଲୋକ କୋରୋନାରେ ପଜିଟିଭ ରହିଥିବା ବେଳେ 2 ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ 9ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

@ANI

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.