ETV Bharat / bharat

ବିକାଶ ଦୁବେ ଏନକାଉଣ୍ଟର: ୟୁପି ସରକାରଙ୍କୁ ଘେରିଲେ ବିରୋଧୀ

author img

By

Published : Jul 10, 2020, 12:00 PM IST

ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେଙ୍କ ଏନକାଉଣ୍ଟରରେ ମୃତ୍ୟୁକୁ ନେଇ ୟୁପି ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା ।

_bikash dubbe encouter
ୟୁପି ସରକାରଙ୍କୁ ଘେରିଲେ ବିରୋଧୀ

ଲକ୍ଷ୍ନୌ: ମୋଷ୍ଟ ୱାଣ୍ଟେଡ ବିକାଶ ଦୁବେଙ୍କ ଏନକାଉଣ୍ଟରରେ ମୃତ୍ୟୁକୁ ନେଇ ୟୁପି ସରକାରଙ୍କୁ ଘେରିଲେ ବିରୋଧୀ ଦଳ ନେତା । ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଟ୍ୱିଟରେ ଲେଖିଛନ୍ତି ଯେ , ପ୍ରକୃତରେ ତାଙ୍କ କାରଟି ଓଲଟି ପଡିନାହିଁ କିନ୍ତୁ ସରକାର ରହସ୍ୟ ପର୍ଦ୍ଧାଫାଶରୁ ରକ୍ଷା ପାଇଛନ୍ତି ।

ସେହିପରି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଅପରାଧୀ ତ ମୃତ କିନ୍ତୁ ସେମାନଙ୍କର କ'ଣ ହେବ ଯେଉଁମାନେ ଅପରାଧୀକୁ ସାହାଯ୍ୟ କରୁଥିଲେ ?

ଏହାଛଡା ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ନେତା ଜୟନ୍ତ ଚୌଧୁରୀ ମଧ୍ୟ ବିଜେପି ସରକାରଙ୍କୁ ରାଜ୍ୟରେ ଏନକାଉଣ୍ଟର ନିୟମକୁ ନେଇ ଟାର୍ଗେଟ କରି କହିଛନ୍ତି । ଏଥିସହ ସେ ଦେଶର ସମସ୍ତ ବିଚାରପତିଙ୍କୁ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି। ବିଜେପି ଏନକାଉଣ୍ଟର ନିୟମରେ କୋର୍ଟର କୌଣସି ଆବଶ୍ୟକତା ନାହିଁ ବୋଲି ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି। ଏଥିସହ ସେ ଟ୍ବିଟରେ କହିଛନ୍ତି, ‘ଏହି ସବୁ ଡ୍ରାମା, ଆଠ ଜଣ ପୋଲିସ କର୍ମଚାରୀଙ୍କ ପ୍ରକୃତ ଦୋଷୀମାନଙ୍କୁ ବଞ୍ଚାଇବା ପାଇଁ ଏହି ଏନକାଉଣ୍ଟର କରାଯାଇଛି’ ।

ସେହିପରି ଆରଜେଡି ନେତା ତଥା ରାଜ୍ୟସଭା ସାଂସଦ ମନୋଜ କୁମାର ଝା ବିକାଶ ଦୁବେଙ୍କ ଏନକାଉଣ୍ଟରକୁ ନେଇ ୟୁପି ସରକାରଙ୍କୁ ନିନ୍ଦା କରିଛନ୍ତି, ଦୁବେଙ୍କ ସହ ‘ସିଣ୍ଡିକେଟ’ ର ‘ବ୍ଲାକ ଟ୍ରୁଥ’ର ମଧ୍ୟ ଏନକାଉଣ୍ଟର ଘଟିଛି । ସିଷ୍ଟମ ନିଜକୁ ଉଲଗ୍ନ ହେବାରୁ ରକ୍ଷା କରିଛି। ଗତକାଲି ମହାକାଳ ମନ୍ଦିର ଠାରୁ ଆଜି ସକାଳ ଏନକାଉଣ୍ଟର ପର୍ଯ୍ୟନ୍ତର କାହାଣୀ କେତେ ସରଳ ।

ପ୍ରକାଶ ଥାଉକି, କାନପୁର ମାଷ୍ଟରମାଇଣ୍ଡ ବିକାଶ ଦୁବେକୁ ମଧ୍ୟପ୍ରଦେଶରୁ କାନପୁର ନିଆଯିବା ସମୟରେ ଗାଡି ଓଲଟିବା ପରେ ବିକାଶ ଫେରାର ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ସେ ନିହତ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । ଶୁକ୍ରବାର ସକାଳେ ବିକାଶ ଦୁବେଙ୍କୁ କାନପୁରକୁ ଆଣିଥିବା ଏସଟିଏଫ୍ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଙ୍କ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଛି।

କାନପୁରକୁ ଗତ କିଛିଦିନ ଧରି ଦୋହଲାଇ ରଖିଦେଇଥିବା ଏହି ଗ୍ୟାଙ୍ଗଷ୍ଟର ସୁଟରକୁ ପୂର୍ବରୁ ମଧ୍ୟପ୍ରଦେଶର ଉଜୈନ ଜିଲ୍ଲାର ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ଏସଟିଏଫ ଅଧିକାରୀମାନେ ତାକୁ କାନପୁର ଅଭିମୁଖେ ଛାଡିଥିଲେ। ଆଜି ସକାଳ ପ୍ରାୟ 10 ଟାରେ କୋର୍ଟରେ ଉପସ୍ଥିତ ହୋଇଥାନ୍ତା ଦୁବେ। ବିକାଶଙ୍କ ସହ ତାଙ୍କ ପତ୍ନୀ ରିଚାଙ୍କୁ ମଧ୍ୟ ପଚରାଉଚରା କରାଯାଇଥାନ୍ତା।

ବିକାଶ ଦୁବେଙ୍କ ସହ ଉତ୍ତରପ୍ରଦେଶ ପୋଲିସ ବିଳମ୍ବିତ ରାତି 3.12 ରେ ଝାନସିରେ ପହଞ୍ଚିଥିଲା। ଯେଉଁ ପଥରେ ବିକାଶ ଅଣାଯାଉଥିଲା ସେହି ରାସ୍ତାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କନଭେନରେ 20 କିଲୋମିଟର ପଛକୁ, କୌଣସି ଗାଡି ଚଳାଇବାକୁ ଅନୁମତି ନଥିଲା ।

ଉତ୍ତରପ୍ରଦେଶ ଏସଟିଏଫ ବିକାଶ ଦୁବେଙ୍କ ପତ୍ନୀ ରିଚା ଦୁବେ ଏବଂ ପୁଅକୁ ଲକ୍ଷ୍ନୌର କୃଷ୍ଣନଗରରୁ ଗିରଫ କରିଛି। ସ୍ୱାମୀ ବିକାଶ ଦୁବେଙ୍କ ଅପରାଧରେ ରିଚା ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଅପରାଧିକ ଘଟଣାରେ ସେ ତାଙ୍କ ସ୍ୱାମୀଙ୍କୁ ସମର୍ଥନ କରୁଥିଲେ। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ସେ ଗତ ସପ୍ତାହରେ କାନପୁରର ବିକାରୁ ଗ୍ରାମରେ ଆଠ ଜଣ ପୋଲିସ ହତ୍ୟାରେ ମଧ୍ୟ ସମ୍ପୃକ୍ତ ଥିଲେ। ଘଟଣା ପରେ ସେ ତୁରନ୍ତ ନିଖୋଜ ହୋଇଯାଇଥିଲେ।

ତେବେ କାନପୁରର ଏହି ଏନକାଉଣ୍ଟର ଗତ ସପ୍ତାହରେ ଉତ୍ତରପ୍ରଦେଶର ବିକ୍ରୁ ଗାଁର ଚୈବେପୁର ଅଞ୍ଚଳରେ ଘଟିଥିଲା । ଯେଉଁଥିରେ 8 ଜଣ ପୋଲିସ କର୍ମଚାରୀଙ୍କ ଉପରକୁ ଆଖିବୁଜା ଗୁଳିଚଳାଇବା ପରେ ସେମାନେ ଘଟଣାସ୍ଥଳରେ ଶହୀଦ ହୋଇଥିଲେ । ସେବେଠାରୁ ଦୁବେକୁ ଫେରାର ରହିଥିବାବେଳେ ତାକୁ ଧରିବାକୁ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.