ETV Bharat / bharat

ମୋଦି ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ, ଅଖିଳେଶ କହିଲେ ଦେବାଳିଆ ବଜେଟ - opposition reaction on budget 2020

ବଜେଟକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ । କମଲନାଥ କହିଲେ ବଜେଟ ମୟାଜାଲ । ସେପଟେ ଦେବାଳିଆ ସରକାର ଭଳି ବଜେଟ ବି ଦେବାଳିଆ କହିଛନ୍ତି ଅଖିଳେଶ ଯାଦବ । ଅଧିକ ପଢନ୍ତୁ...

ବଜେଟକୁ ନେଇ ବିରୋଧୀଙ୍କ ଟାର୍ଗେଟ, ଅଖିଳେଶ କହିଲେ-ଦେବାଳିଆ ବଜେଟ

author img

By

Published : Feb 1, 2020, 10:31 PM IST

ହାଇଦ୍ରାବାଦ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଆର୍ଥିକ ବର୍ଷ 2020-21 ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ 2.0ର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପରେ ବିପକ୍ଷ ଦଳଙ୍କ ପକ୍ଷରୁ କଡା ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ଅର୍ଥ ବ୍ୟବସ୍ଥାକୁ ନେଇ ଚ୍ୟାଲେଞ୍ଜର ସାମ୍ନା କରୁଥିବା ମୋଦି ସରକାରଙ୍କୁ ଉପରେ ଟାର୍ଗେଟ କରିଛନ୍ତି ବିପକ୍ଷ ।

ବଜେଟକୁ ନେଇ ବିରୋଧୀଙ୍କ ଟାର୍ଗେଟ, ଅଖିଳେଶ କହିଲେ-ଦେବାଳିଆ ବଜେଟ

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଟ୍ବିଟ କରି କହିଛନ୍ତି, ବଜେଟର ଭାଷଣ ଥିଲା । ଏହା ସମ୍ପୂର୍ଣ୍ଣ ଭାବେ ମାୟାଜାଲ ହୋଇଥିବାବେଳେ ସ୍ବପ୍ନ ଦେଖାଇବା ଭଳି । ସେ ପୁଣି କହିଛନ୍ତି, ଏହି ବଜେଟରେ ଗାଁ, ଗରିବ, କୃଷକ, ଯୁବକ, ରୋଜଗାର, ମହିଳା ସୁରକ୍ଷାକୁ ନେଇ କିଛି ବି ନାହିଁ ।

ସେପଟେ ଏତେ ବଡ ଲମ୍ବା ଭାଷଣ ଶୁଣି ଥକି ପଡିଥିବା କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାମ୍ବରମ । ସେ କହିଛନ୍ତ ଯେ ସରକାର ଅର୍ଥ ବ୍ୟବସ୍ଥାକୁ ପୂନର୍ଜିବୀତ କରିବାରେ, ଦକ୍ଷତା ବଢାଇବାରେ, ନିଯୁକ୍ତି ଦେବାରେ ହାତ ଉପରକୁ ଟେକି ଦେଇଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ ସମସ୍ତଙ୍କୁ ବଜେଟର ଅପେକ୍ଷା ଥିଲା । ଦିଲ୍ଲୀ ପାଇଁ ଅନେକ କିଛି ଆଶା କରିଥିଲୁ । ଅହି ବଜେଟରେ ଦିଲ୍ଲୀ ସହ ବଡ ଧୋକା ହୋଇଥିବା ସିସୋଦିଆ ପ୍ରତିକ୍ରିୟା ଦେଇଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବଜେଟକୁ ଦେବାଳିଆ କହିଛନ୍ତି । ଯାଦବ କହିଛନ୍ତି ଯେ ଏହା ଦେବାଳିଆ ସରକାରଙ୍କ ଦେବାଳିଆ ବଜେଟ । ବିଜେପି ଅର୍ଥବ୍ୟବସ୍ଥାକୁ ନେଇ ଅକର୍ମଣ୍ୟ । ଉତ୍ତର ପ୍ରଦେଶରେ ବିଜେପିର ସରକାର ରହିଛି, କିନ୍ତୁ ନିବେଶ ଆଣିବା ନାଁରେ ଏହି ବଜେଟରେ କିଛି ବି ନାହିଁ । ଏପରି ସ୍ଥିତିରେ ରୋଜଗାର କିପରି ଉତ୍ପନ୍ନ ହେବ ବୋଲି ପ୍ରଶ୍ନ କରିଛନ୍ତି ଅଖିଳେଶ । ଏହି ବଜେଟ ବୁଢିଆଣୀ ଜାଲ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।

ସେହି ପରି କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି କହିଛନ୍ତି ଯେ ବନ୍ଧୁ ଯାହା କଲା କେବେ ଶତ୍ରୁ ତାହା ନ କରୁ । ସାରା ବର୍ଷର ଦୁଃଖ, ଗରିବଙ୍କ ଉପରେ ଅତ୍ୟଚାର କରି ଜନତାଙ୍କୁ ଉପହାର ଦିଆଯାଇଛି ବୋଲି ଟ୍ବିଟ କରି ଅଭିଷେକ ପ୍ରତିକ୍ରିୟା ଦେଇଛନ୍ତି । ଅନ୍ୟପକ୍ଷେ ନିର୍ମଳା ସୀତାରମଣ ବଜେଟର ଗଣିତ ବୁଝାଇବାରେ ବିଫଳ ରହିଥିବା କହିଛନ୍ତି ଆନନ୍ଦ ଶର୍ମା ।

2020-21 ବର୍ଷରେ କ୍ରୀଡା ବଜେଟ 2826.92 କୋଟି ଟଙ୍କା ରହିଛି । ପୂର୍ବ 2019-29 ବଜେଟ ଅପେକ୍ଷା ଏହା ଚଳିତ ଥର 50 କୋଟି ଅଧିକ ଅର୍ଥରାଶି ବ୍ୟୟ ବରାଦ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.