ETV Bharat / bharat

ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ: ଉତ୍‌ଥାନ ପତନ

ଆନ୍ଧ୍ରପ୍ରଦେଶ ବିଧାନସଭା ଏକ ଗୁରୁତ୍ଵପୂର୍ଣ୍ଣ ସାମ୍ବିଧାନିକ ପ୍ରସ୍ତାବ ପାରିତ କରିଛି, ଯେଉଁଥିରେ ଭାରତର ସଂସଦଙ୍କୁ ଆନ୍ଧ୍ରପ୍ରଦେଶ ରାଜ୍ୟ ବ୍ୟବସ୍ଥାପିକାର ଉଚ୍ଚ ସଦନ ବିଧାନ ପରିଷଦକୁ ଉଚ୍ଛେଦ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବାପାଇଁ ଜଣାଇ ଦିଆଯାଇଛି । ଏହି ପ୍ରସ୍ତାବ ପାରିତ କରିବା ପଛରେ ସୂତ୍ରଧର ସାଜିଛନ୍ତି ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ୱାଏସଆର କଂଗ୍ରେସ ସୁପ୍ରିମୋ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ।

AP's decision of abolishing of legislative council
ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ
author img

By

Published : Feb 3, 2020, 8:02 PM IST

ବିବେକ କେ ଅଗ୍ନିହୋତ୍ରୀ
ପୂର୍ବତନ ମହାସଚିବ, ରାଜ୍ୟସଭା
vkagnihotri25@gmail.com

ଜାନୁୟାରୀ 27, 2020 ଆନ୍ଧ୍ରପ୍ରଦେଶ ବିଧାନସଭା ଏକ ଗୁରୁତ୍ଵପୂର୍ଣ୍ଣ ସାମ୍ବିଧାନିକ ପ୍ରସ୍ତାବ ପାରିତ କରିଛି, ଯେଉଁଥିରେ ଭାରତର ସଂସଦଙ୍କୁ ଆନ୍ଧ୍ରପ୍ରଦେଶ ବ୍ୟବସ୍ଥାପିକାର ଉପର ସଦନ ବିଧାନ ପରିଷଦକୁ ଉଚ୍ଛେଦ କରିବା ଲାଗି ଆବଶ୍ୟକ ପଦକ୍ଷେପ ନେବା ପାଇଁ ଜଣାଇ ଦେଇଛି। ଏହି ପ୍ରସ୍ତାବ ପାରିତ କରିବା ପଛରେ ସୂତ୍ରଧର ସାଜିଛନ୍ତି ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ଥିବା ଶାସକ ୱାଏସଆର କଂଗ୍ରେସର ସୁପ୍ରିମୋ ତଥା ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ।

ହଁ, ଆନ୍ଧ୍ରପ୍ରଦେଶରେ ପୁଣି ବିଧାନ ପରିଷଦ ଉଚ୍ଛେଦ ଲାଗି ଏହା ପ୍ରଥମ ଉଦ୍ୟମ ତା’ ନୁହେଁ, ତାଙ୍କ ପୂର୍ବରୁ ଏନ୍‌ଟି ରାମା ରାଓ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୮୫ ମସିହାରେ ଏହି ଉପର ସଦନକୁ ଉଚ୍ଛେଦ କରିବା ଲାଗି ସଂସଦକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ପାଳନ କରାଯାଇ ବିଧାନ ପରିଷଦ ଭଙ୍ଗ କରାଯାଇଥିଲା। ହେଲେ ବିଡ଼ମ୍ବନାର ବିଷୟ ଏହା ଯେ, ଯେଉଁ ରାଜ୍ୟରେ ବିଧାନ ପରିଷଦକୁ ପୁଣିଥରେ ଉଚ୍ଛେଦ ଲାଗି ଜଗନମୋହନ ରେଡ୍ଡୀଙ୍କ ସରକାର ଦାବି କରିଛନ୍ତି, ତାକୁ ତାଙ୍କ ବାପା ତଥା ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ଏସ୍‌ ରାଜଶେଖର ରେଡ୍ଡୀ ୨୦୦୭ରେ ପୁଣିଥରେ କାର୍ଯ୍ୟକ୍ଷମ କରିଥିଲେ।

ଅନ୍ୟପକ୍ଷରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ଟି ରାମାରାଓଙ୍କ ଦ୍ଵାରା ସ୍ଥାପିତ ତେଲୁଗୁ ଦେଶମ୍‌ ପାର୍ଟି ଏବେ ବିରୋଧି ଦଳ ଭାବେ କାର୍ଯ୍ୟ କରୁଛି। ଏହି ପ୍ରସ୍ତାବ ଯେତେବଳେ ବିଧାନସଭାରେ ଆଲୋଚନା ଚାଲିଥିଲା ସେତେବଳେ, ମୁଖ୍ୟମନ୍ତ୍ରୀ ଶ୍ରୀ ରେଡ୍ଡୀ କହିଥିଲେ ଯେ, ଏହିପରି ଉପର ସଦନର କୌଣସି ଉପଯୋଗ ନାହିଁ। ଅର୍ଥାତ୍‌ ଜନସାଧାରଣଙ୍କ କାମରେ ବିଧାନ ପରିଷଦ ଆସୁନାହିଁ। ବରଂ ଏହା ଏକ ଧଳା ହାତୀ ପରି କାର୍ଯ୍ୟ କରୁଛି। ପୁଣି ଏହି ସଦନ ସରକାରଙ୍କ କ୍ଷମତା ବିକେନ୍ଦ୍ରୀକରଣ ନୀତିକୁ ବିରୋଧ କରୁଛି।

ଆନ୍ଧ୍ରପ୍ରଦେଶ ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ସାମଗ୍ରିକ ବିକାଶ(ଏପିଡିଆଡିଏଆର୍‌) ବିଲ୍‌-୨୦୨୦, ଏବଂ ଆନ୍ଧ୍ରପ୍ରଦେଶ ରାଜଧାନୀ ବିକାଶ ପ୍ରାଧିକରଣ ପ୍ରତ୍ୟାହାର(ଏପିସିଆର୍‌ଡିଏ) ବିଲ୍‌ -୨୦୨୦କୁ ପାରିତ କରିବା ପଛରେ ଏହି ସଦନ ବାଧକ ସାଜୁଛି। ପ୍ରଥମ ବିଲ୍‌ଟି ମୁଖ୍ୟମନ୍ତ୍ରୀ ଜଗନମୋହନଙ୍କ ସ୍ଵତନ୍ତ୍ର ଚିନ୍ତାଧାରାରେ ଆନ୍ଧ୍ୟ ପ୍ରଦେଶର ବିକାଶ ପ୍ରସଙ୍ଗକୁ ସୂଚିତ କରୁଛି। ଏଥିରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ରାଜଧାନୀ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଅର୍ଥାତ୍‌ ଶାସନର ତିନୋଟି ଅଙ୍ଗ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକାକୁ ଗୋଟିଏ ସ୍ଥାନରେ କେନ୍ଦ୍ରୀଭୂତ ନକରି ତାହାକୁ ରାଜ୍ୟର ତିନୋଟି ପ୍ରମୁଖ ସହରରେ ସ୍ଥାପନ ପାଇଁ ଯୋଜନା କରାଯାଇଛି।

ଏହି ଅନୁସାରେ ପୂର୍ବରୁ ରାଜଧାନୀ ସହର ଭାବେ ପ୍ରତିଷ୍ଠିତ ହେବାକୁ ଥିବା ଅମରାବତୀଠାରେ ବ୍ୟବସ୍ଥାପିକା ସ୍ଥାପନ କରିବା, ବିଶାଖାପଟନମ୍‌ ଠାରେ କାର୍ଯ୍ୟପାଳିକା ଏବଂ କୁର୍ନୁଲ୍‌ ଠାରେ ନ୍ୟାୟପାଳିକା ସ୍ଥାପନ ପାଇଁ ଲକ୍ଷ୍ୟ ରହିଛି। ଏଥିଲାଗି ଆବଶ୍ୟକ ପ୍ରସ୍ତାବ ସମ୍ବଳିତ ବିଧେୟକ ବିଧାନସଭାରେ ପାରିତ ହୋଇଥିଲେ ମଧ୍ୟ ବିଧାନ ପରିଷଦରେ ତାହାକୁ ସିଲେକ୍ଟ କମିଟିର ଅନୁଧ୍ୟାନ ଓ ରିପୋର୍ଟ ପାଇଁ ପଠାଇଛନ୍ତି।

ପ୍ରଥମ ବିଲ୍‌ଟି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ଅମରାବତୀଠାରେ ଆନ୍ଧ୍ରପ୍ରଦେଶର ରାଜଧାନୀ ସ୍ଥାପନ ଲାଗି ଯେଉଁ ନିଷ୍ପତ୍ତି ନେଇଥିଲେ ତାହାକୁ ଖାରଜ କରିବା ପାଇଁ ଉଦ୍ଦିଷ୍ଟ। ମୁଖ୍ୟମନ୍ତ୍ରୀଙ୍କ ମତରେ ବିକାଶ କାର୍ଯ୍ୟରେ ପ୍ରତିବନ୍ଧକ ସାଜୁଥିବା ଏହି ଉପର ସଦନର କୌଣସି ଆବଶ୍ୟକତା ରାଜ୍ୟ ଲାଗି ନାହିଁ। ଏଣୁ ତାହାକୁ ଉଚ୍ଛେଦ କରାଯିବା ଦରକାର।

ବିଭିନ୍ନ ରାଜ୍ୟରେ ବିଧାନ ପରିଷଦ ଏକ ସାମ୍ବିଧାନିକ ବ୍ୟବସ୍ଥା ଭାବେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦର କାର୍ଯ୍ୟକଳାପ ଅନ୍ୟ ରାଜ୍ୟର ବିଧାନ ପରିଷଦ ଭଳି ବଡ଼ ବିଚିତ୍ର। ଆନ୍ଧ୍ରପ୍ରଦେଶରେ ଏହି ବିଧାନ ପରିଷଦ ପ୍ରଥମେ ୧୯୫୮ ମସିହାରେ ଗଠନ କରାଯାଇଥିଲା। ବିଧାନସଭାରେ ଏଥିପାଇଁ ୧୯୫୬ ମସିହାରେ ଏକ ଆଇନ ପାରିତ କରାଯାଇଥିଲା। ହେଲେ ତେଲୁଗୁଦେଶମ ପାର୍ଟିର ନେତା ଏନ୍‌ଟି ରାମାରାଓ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲେ ସେତେବଳେ ବିଧାନପରିଷଦ ରାଜ୍ୟର ବିକାଶତଥା ନୀତି ନିର୍ଦ୍ଧାରଣରେ ବାଧକ ବୋଲି ଅନୁଭବ କରିଲେ।

ସେ ଏହାକୁ ଏକ ଅଣ ଫଳ ପ୍ରଦାୟୀ ତଥା ରାଜ୍ୟ ତହବିଲ ଉପରେ ଅଯଥା ଖର୍ଚ୍ଚ ଭାର ବଢ଼ାଉଥିବା ଏକ ଅନୁଷ୍ଠାନ ବୋଲି ବତାଇବା ସହ ଏହା କିଛି ଅଣ ନିର୍ବାଚିତ, ଅଣ ପ୍ରତିନିଧିଙ୍କୁ ରାଜନୀତିକ କ୍ଷମତା ପ୍ରଦାନ କରିବାର ଏକ ଅନୁଷ୍ଠାନ ବୋଲି ବର୍ଣ୍ଣନା କରିଥିଲେ। ଏହି ସଙ୍ଗଠନ ଦ୍ଵାରା ରାଜ୍ୟର ବିକାଶ ଲାଗି ପ୍ରଣୟନ କରାଯାଉଥିବା ବିଭିନ୍ନ ବିଲ୍‌ ବା ବିଧେୟକ ଅଯଥାରେ କାର୍ଯ୍ୟକ୍ଷମ ହୋଇ ପାରୁ ନଥିବା ସେ ପ୍ରକାଶ କରିଥିଲେ।

ହେଲେ ୨୦୦୭ ମସିହାରେ ୱାଇଏସ୍‌ଆର୍‌ ରାଜଶେଖର ରେଡ୍ଡୀଙ୍କ ସରକାର ଗଠନ ହେବା ପରେ ଏହି ବିଧାନ ପରିଷଦ ପୁଣିଥରେ କାର୍ଯ୍ୟକ୍ଷମ ହୋଇଥିଲା। ଏନ୍‌ଟିଆର୍‌ଙ୍କ ନିଷ୍ପତ୍ତିକୁ ତିନି ଦଶନ୍ଧି ପୂରିଲାଣି। ହେଲେ ତାଙ୍କ ଦ୍ଵାରା ସ୍ଥାପିତ ପାର୍ଟି ବିରୋଧି ଆସନରେ ବସିଥିବା ସମୟରେ ଶାସକ ଦଳର ନେତୃତ୍ଵ ନେଉଥିବା ଜଗନମୋହନ ରେଡ୍ଡୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ନିକଟରେ ଜମ୍ମୁ ଓ କଶ୍ମୀର ପୁନଃଗଠନ ଆଇନ ଲାଗୁ ହେବାପରେ ଏଠାରେ କାର୍ଯ୍ୟକ୍ଷମ ଥିବା ବିଧାନ ପରିଷଦକୁ ଉଚ୍ଛେଦ ହୋଇଛି।

ଏହା ଦ୍ଵାରା ଦେଶରେ ସମୁଦାୟ ବିଧାନ ପରିଷଦ ସଂଖ୍ୟା ୬କୁ ଖସିଛି। ଅର୍ଥାତ୍‌ ମାତ୍ର 6ଟି ରାଜ୍ୟ ଯଥା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ ବିଧାନ ପରିଷଦ କାର୍ଯ୍ୟ କରୁଛି। ୧୯୫୬ ମସିହାରେ ମଧ୍ୟପ୍ରଦେଶ ବିଧାନସଭା ସେଠାରେ ବିଧାନ ପରିଷଦ ସ୍ଥାପନ ପାଇଁ ଏକ ପ୍ରସ୍ତାବ ପାରିତ କରିଥିଲେ ମଧ୍ୟ ତାହାର ବିଜ୍ଞପ୍ତି ଏଯାଏଁ ପ୍ରକାଶ ପାଇ ନାହିଁ। ଠିକ୍‌ ସେହିପରି ରାଜସ୍ଥାନ ଓ ଆସାମ ଭଳି ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ଏବେ ସଂସଦରେ ନିଜର ଭାଗ୍ୟ ପରଖୁଛି।

ଅପରପକ୍ଷେ ସ୍ଵାଧୀନତା ପରବର୍ତ୍ତୀ ସମୟରେ ପଞ୍ଜାବ, ତାମିଲ୍‌ନାଡ଼ୁ ଏବଂ ପଶ୍ଚିବଙ୍ଗରେ ଯଥାକ୍ରମେ ୧୯୭୦, ୧୯୮୬ ଏବଂ ୧୯୬୯ ମସିହାରେ ବିଧାନ ପରିଷଦ ଉଚ୍ଛେଦ କରାଯାଇଛି। ଅବଶ୍ୟ ୨୦୧୧ ମସିହାରେ ତାମିଲ୍‌ନାଡ଼ୁ ବିଧାନସଭା ରାଜ୍ୟରେ ପୁଣିଥରେ ବିଧାନ ପରିଷଦ ସ୍ଥାପନ ପାଇଁ ଏକ ପ୍ରସ୍ତାବ ପାରିତ କରି ତାହାକୁ ସଂସଦର ଅନୁମୋଦନ ପାଇଁ ପଠାଇଥିଲେ। ହେଲେ ସେଥିପାଇଁ ଆବଶ୍ୟକ ବିଜ୍ଞପ୍ତି ବାହାରିବା ପୂର୍ବରୁ ପୁଣିଥରେ ସମୀକରଣ ବଦଳିଲା। ଆଉ ୨୦୧୨ ମସିହାରେ ନୂଆ ସରକାର ଗଠନ କରିଥିବା ଦଳ ପୂର୍ବତନ ସରକାରଙ୍କ ଦ୍ଵାରା ପାରିତ ହୋଇଥିବା ବିଧାନ ପରିଷଦ ବିଲ୍‌କୁ ଫେରାଇ ଆଣିବା ଲାଗି ଆଉ ଏକ ବିଲ୍‌ ପାରିତ କରାଇଲେ। ଫଳରେ ପୁଣିଥରେ ଜନ୍ମ ନେବାକୁ ଥିବା ବିଧାନ ପରିଷଦର ଆଶା ତାମିଲ୍‌ନାଡ଼ୁରେ ମଉଳିଗଲା।

ସାମ୍ବିଧାନିକ ବିଧି ବ୍ୟବସ୍ଥା: ଦେଶରେ ବିଧାନ ପରିଷଦର ଭାଗ୍ୟରେ ଅସ୍ଥିରତା ପାଇଁ ଭାରତୀୟ ସମ୍ବିଧାନରେ ଥିବା ଦୁର୍ବଳ ବ୍ୟବସ୍ଥା ମୁଖ୍ୟତଃ ଦାୟୀ। ଏହି ବ୍ୟବସ୍ଥା ଅନୁସାରେ ସଂସଦର ଉପର ସଦନ ବା ରାଜ୍ୟ ସଭା ଭଳି ରାଜ୍ୟରେ ବିଧାନ ପରିଷଦ ବାଧ୍ୟତାମୂଳକ ନୁହେଁ। ସମ୍ବିଧାନର ଧାରା ୧୬୯(୧) ଅନୁସାରେ ରାଜ୍ୟ ବିଧାନସଭାର ସ୍ଵତନ୍ତ୍ର ସଂଖ୍ୟା ଗରିଷ୍ଠତା ଅର୍ଥାତ୍‌ ଉଭୟ ଉପସ୍ଥିତ ସଦସ୍ୟଙ୍କ ଭିତରୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ ଏବଂ ଅର୍ଦ୍ଧାଧିକ ବିଧାୟକଙ୍କ ଅନୁମୋଦନ ପରେ ସଂସଦକୁ ଆସିଥିବା ପ୍ରସ୍ତାବର ଆଲୋଚନା ହେବ।

ପୁଣି ଏହି ପ୍ରସ୍ତାବକୁ ଗ୍ରହଣ କରିବାକୁ ସଂସଦ ବାଧ୍ୟ ନୁହେଁ, ସଂସଦ ଚାହିଁଲେ ଏହି ପ୍ରସ୍ତାବ ଗ୍ରହଣ କରି ବିଧାନ ପରିଷଦ ଗଠନ ବା ଉଚ୍ଛେଦ ପାଇଁ ଆଦେଶ ଦେଇପାରନ୍ତି ବା ନଦେଇପାରନ୍ତି। ପୁଣି ଯେଉଁ ରାଜ୍ୟରେ ବିଧାନ ପରିଷଦ ଗଠନ ବା ଉଚ୍ଛେଦ କରାଗଲା ସେମାନଙ୍କର ତାଲିକା ଧାରା ୧୬୮ରେ ଉଲ୍ଲେଖ କରାଯିବ। ଅର୍ଥାତ୍‌ ଯେତେବେଳେ ବି କୌଣସି ନୂଆ ବିଧାନ ପରିଷଦ ସୃଷ୍ଟି ହେଲା ବା ଉଚ୍ଛେଦ କରାଗଲା ସେତେବେଳେ ଏହି ଧାରାରେ ସଂଶୋଧନ ଆଣିବାକୁ ହୁଏ।

ପୁଣି ଏହି ସଂଶୋଧନ ପାଇଁ ଧାରା ୩୬୮ରେ ଲିଖିତ ସମ୍ବିଧାନ ସଂଶୋଧନ ପ୍ରକ୍ରିୟାକୁ ଆପଣା ନଯାଇ ସଂଶୋଧନ କରିବା ଲାଗି ଧାରା ୧୬୯(୩) ବ୍ୟବସ୍ଥା କରିଛି। ବ୍ୟବସ୍ଥାପିକା କ୍ଷମତା ତଥା ବିଧେୟକ ପାରିତ କରିବା କ୍ଷମତା ଦିଗରେ ଅନୁଶୀଳନ କଲେ ରାଜ୍ୟସଭାର ଯେଉଁ କ୍ଷମତା ସଂସଦରେ ରହିଛି ସେହି କ୍ଷମତା ରାଜ୍ୟରେ ବିଧାନ ପରିଷଦର ବି ରହିଛି। ଅର୍ଥାତ୍‌ ଅର୍ଥ ବିଲ୍‌କୁ ଛାଡ଼ି ଅନ୍ୟ ସମସ୍ତ ବିଲ୍‌ ବିଧାନ ପରିଷଦରେ ପାରିତ ହେଲେ ଯାଇ ତାହା ଆଇନରେ ରୂପାନ୍ତରିତ ହେବ। ହେଲେ କୌଣସି ବିଲ୍‌ର ସଂଶୋଧନ ବା ପ୍ରତ୍ୟାଖ୍ୟାନ କ୍ଷେତ୍ରରେ ରାଜ୍ୟସଭା ଭଳି ଏହି ସଦନ କ୍ଷମତା ବହନ କରେନାହିଁ।

ଯଦି ପରିଷଦ ପ୍ରସ୍ତାବ ଦେଇଥିବା ସଂଶୋଧନକୁ ବିଧାନସଭା ଗ୍ରହଣ କରିଲା ନାହିଁ ବା କୌଣସି ବିଲ୍‌କୁ ଯଦି ପରିଷଦ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଦେଲା ଅଥବା କୌଣସି ବିଧେୟକ ବାବଦରେ ଯଦି ପରିଷଦ 3 ମାସ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଲା ନାହିଁ, ବିଧାନସଭା ସେହି ବିଲ୍‌କୁ ପୁଣିଥରେ ଗୃହୀତ କରାଇ ବିଧାନ ପରିଷଦକୁ ପଠାଇବ। ଏହି ସମୟରେ ଯଦି ବିଧାନ ପରିଷଦ ବିଲ୍‌କୁ ପାରିତ ନକରାଏ ବା କୌଣସି ସଂଶୋଧନ କରି ପାରିତ କରାଏ ବା ଏକ ମାସ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଏ , ଦ୍ଵିତୀୟ ଥର ପାଇଁ ଯେଉଁ ବିଲ୍‌କୁ ବିଧାନ ପରିଷଦରେ ଗୃହୀତ କରାଯାଇ ପଠାଯାଇଥିଲା ତାହାକୁ ପାରିତ ହେଲା ବୋଲି ଗ୍ରହଣ କରିବାକୁ ହେବ।

ଏଯେଉଁ ସର୍ବାଧିକ ସମୟ ସୀମା ଦର୍ଶାଯାଇଛି ତାହା କେବଳ ବିଧାନ ପରିଷଦ ପାଇଁ ଗ୍ରହଣୀୟ, ବିଧାନସଭା ପାଇଁ ବିଲ୍‌ ପାରିତ କରାଇବାର କୌଣସି ନିର୍ଦିଷ୍ଟ ସମୟସୀମା ଉଲ୍ଲେଖ ନାହିଁ, ଯାହା ସଂସଦ କ୍ଷେତ୍ରରେ ରାଜ୍ୟସଭା ପାଇଁ ରହିଛି। ପୁଣି ବିବାଦ କ୍ଷେତ୍ରରେ ସଂସଦ ଭଳି ଏଠାରେ ଉଭୟ ଗୃହର ମିଳିତ ବୈଠକ ଆୟୋଜନ କରି ଆଲୋଚନା କରିବାର କୌଣସି ବ୍ୟବସ୍ଥା ନାହିଁ। ବିଧାନ ପରିଷଦ କିପରି ଗଠନ ହେବ ତାହା ସଂସଦରେ ପ୍ରଣୀତ ଆଇନ ଦ୍ଵାରା ସ୍ଥିର ହୋଇଥାଏ। ଏହା ଗୋଟିଏ ବିଧାନ ପରିଷଦରୁ ଅନ୍ୟ ପରିଷଦ ପାଇଁ ଅଲଗା ହୋଇପାରେ। ହେଲେ ରାଜ୍ୟସଭାର ଗଠନ ପ୍ରଣାଳୀ ସମ୍ବିଧାନ ଅନୁସାରେ ସ୍ଥିରୀକୃତ ହୋଇଥାଏ।

ପୁଣି ରାଜ୍ୟସଭାର ସଦସ୍ୟ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ଗଠିତ ଇଲେକ୍ଟୋରାଲ୍‌ କଲେଜର ସଦସ୍ୟ ହେଉଥିବା ବେଳେ ବିଧାନ ପରିଷଦର ସଦସ୍ୟ ସେଥିରୁ ବଞ୍ଚିତ ହୁଅନ୍ତି । ସାମ୍ବିଧାନିକ ସଭାରେ ମଧ୍ୟ ରାଜ୍ୟ ବ୍ୟବସ୍ଥାପିକାରେ ଦ୍ଵିତୀୟ ଗୃହକୁ ନେଇ ଏମିତି ବିବାଦ ସୃଷ୍ଟି କରିଥିଲା। ସେତେବେଳେ ଏପରି ଏକ ଅଣ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ଦ୍ଵିତୀୟ ଗୃହ ଅଯଥାରେ ରାଜ୍ୟରେ ଆଇନ ପ୍ରଣୟନ କ୍ଷେତ୍ରରେ ବାଧା ଉପୁଜାଇବ ବୋଲି ଅନେକ ମତ ପ୍ରକାଶ କରିଥିଲେ।

ଏହି ମତକୁ ପୂର୍ବରୁ ଏନ୍‌ଟି ରାମାରାଓ ଏବଂ ଏବେ ଜଗମୋହନ ରେଡ୍ଡୀ ଦୋହରାଇଛନ୍ତି । ଆନ୍ଧ୍ର ପ୍ରଦେଶରେ କ’ଣ ହେବ ଏପରି ଏକ ସାମ୍ବିଧାନିକ ତର୍ଜମା ତଥା ପୃଷ୍ଠଭୂମିରେ ଆନ୍ଧ୍ରପ୍ରଦେଶ ବିଧାନ ପରିଷଦର ଭାଗ୍ୟ କ’ଣ ହେବ। ଯେହେତୁ ଏହି ରାଜ୍ୟର ବିଧାନସଭା, ବିଧାନ ପରିଷଦର ଉଚ୍ଛେଦ ପାଇଁ ସଙ୍କଳ୍ପ ପାରିତ କରି ତାହାକୁ ସଂସଦକୁ ପଠାଇଛନ୍ତି, ଏଣୁ ଏନେଇ ଆଲୋଚନା ହେବା ସ୍ଵଭାବିକ। ହେଲେ ପୂର୍ବରୁ ଯେମିତି କୁହାଯାଇଛି ପ୍ରସ୍ତାବକୁ ମାନି ନେବାକୁ ଭାରତର ସଂସଦ ବାଧ୍ୟ ନୁହନ୍ତି। ଏହି ପ୍ରସ୍ତାବକୁ ସଂସଦ ଅନୁମୋଦନ କରିପାରନ୍ତି ନହେଲେ ପ୍ରତ୍ୟାଖ୍ୟାନ କରିପାରନ୍ତି।

ପୁଣି ଯଦି ଆମେ ଧରିନେବା ଯେ, ସଂସଦ ଏହାକୁ ଆଲୋଚନା ପାଇଁ ଗ୍ରହଣ କରିବେ ତେବେ ସେଥିଲାଗି କେବେ ତାରିଖ ସ୍ଥିର ହେବ? ଯେହେତୁ ଏବେ ସଂସଦରେ ବଜେଟ୍‌ ଅଧିବେଶନ ଚାଲିଛି ଏବଂ ତାହା ଦେଶର ଏକ ଗୁରୁତ୍ଵପୂର୍ଣ୍ଣ ଅଧିବେଶନ ଏ ସମୟରେ ଆନ୍ଧ୍ର ପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ ପ୍ରସ୍ତାବକୁ ସଂସଦ କେତେଦୂର ଗ୍ରହଣ କରିବ ତାହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ପୁଣି ଫେବୃୟାରୀ ୧୨ରୁ ମାର୍ଚ୍ଚ ୧ ଯାଏଁ ବଜେଟ୍‌ ଅଧିବେଶନରେ ବିରତି ରହିଛି। ଏଣୁ ଯଦି ବିଲ୍‌ ସେତିକି ଗୁରୁତ୍ଵ ଥିବା ବିଚାର କରାଯାଏ ତେବେ ସମ୍ପୃକ୍ତ ବିଲ୍‌ ପାଇଁ ସଂସଦ ସମୟ ନିର୍ଦ୍ଧାରଣ କରିପାରନ୍ତି।

ଅନ୍ୟ ପକ୍ଷରେ ଯଦି ବିଧାନ ପରିଷଦ ଉଚ୍ଛେଦ ନହୁଏ ବା ବିଧାନସଭାର ପ୍ରସ୍ତାବ ଉପରେ ଆଲୋଚନା ଲାଗି ସମୟ ନମିଳେ ଯେଉଁ ଦୁଇଟି ବିଲ୍‌ ଆନ୍ଧ୍ର ପ୍ରଦେଶ ବିଧାନସଭାରେ ପାରିତ ହୋଇଛି ଏବଂ ବିଧାନ ପରିଷଦରେ ଅଟକିଛି ସେ ବିଲ୍‌ ଦୁଇଟିର ଭାଗ୍ୟ କ’ଣ ହେବ? ବିଧାନ ପରିଷଦ ଯଦି ନିର୍ଦ୍ଧାରିତ ତିନିମାସ ଭିତରେ ଏହି ଦୁଇଟି ବିଲ୍‌ ( ଏପିଡିଆଇଡିଏଆର୍‌ ଏବଂ ଏପିସିଆର୍‌ଡିଏ)ରେ ନିଜର ମନ୍ତବ୍ୟ ବା ସଂଶୋଧନ ରଖି ଫେରାନ୍ତି ବିଧାନସଭା ପାଖରେ ଦୁଇଟି ବିକଳ୍ପ ରହିବ।

ବିଧାନସଭା ଚାହିଲେ ସମ୍ପୃକ୍ତ ସଂଶୋଧନକୁ ଗ୍ରହଣ କରିପାରେ ବା ଆଉଥରେ ସମ୍ପୃକ୍ତ ବିଲ୍‌କୁ ବିଧାନ ପରିଷଦକୁ ପଠାଇ ପାରନ୍ତି। ନହେଲେ ସିଧାସଳଖ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଅନୁମୋଦନ ଲାଗି ପଠାଇପାରନ୍ତି। ଏହି କ୍ରମରେ ସମ୍ବିଧାନର ଧାରା ୨୦୦ ଏବଂ ୨୦୧ର ତର୍ଜମା ଚାଲିବ। ଧାରା ୨୦୦ ଅନୁସାରେ ରାଜ୍ୟପାଳ ସମ୍ପୃକ୍ତ ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଇପାରନ୍ତି। ରାଷ୍ଟ୍ରପତି ଚାହିଁଲେ ସେହି ବିଲ୍‌ରେ ନିଜର ମୋହର ଲଗାଇ ସରକାରଙ୍କୁ ତାହା ଆଇନରେ ରୂପାନ୍ତର କରିବା ଲାଗି ଅନୁମୋଦନ କରିବେ ନହେଲେ ତାହାକୁ ପୁନଃ ବିଚାର ଲାଗି ପଠାଇ ପାରିବେ।

ଏହାପରେ ରାଜ୍ୟର ଉଭୟ ଗୃହ ( ଯଦି ବିଧାନ ପରିଷଦ ଉଚ୍ଛେଦ ହୋଇ ନଥାଏ) ଏହି ବିଲ୍‌ ଉପରେ ପୁନଃ ବିଚାର ତଥା ଅନୁମୋଦନ କରାଇ ତାହକୁ ପୁଣିଥରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଗି ପଠାଇବେ। ଏଠାରେ ସମ୍ବିଧାନ କୌଣସି ବିଷୟକୁ ସ୍ପଷ୍ଟ କରି ନାହାନ୍ତି। ଅର୍ଥାତ୍‌ ରାଷ୍ଟ୍ରପତି ବିଧାନସଭା ଓ ବିଧାନ ପରିଷଦର ଏହି ପୁନଃ ବିଚାର ସମ୍ବଳିତ ବିଲ୍‌କୁ ରାଷ୍ଟ୍ରପତି ମଞ୍ଜୁର କରିବାକୁ ବାଧ୍ୟ ବା ନୁହନ୍ତି ତାହା ଉଲ୍ଲେଖ ନାହିଁ ।

ଉପର ସଦନର ଗୁରୁତ୍ଵ ସଂସଦୀୟ ଗଣତନ୍ତ୍ରରେ ଦ୍ଵିତୀୟ ସଦନ ବା ଉପର ସଦନ ବାବଦରେ ବିତର୍କ ଅନେକ ପୁରୁଣା। ଏପରିକି ଦ୍ଵିତୀୟ ସଦନର ସୃଷ୍ଟି ହେବା ଦିନଠୁ ଏପରି ଚର୍ଚା ଚାଲି ରହିଛି। ଆମେରିକୀୟ ଗଣତନ୍ତ୍ରରେ ମଧ୍ୟ ସିନେଟ୍‌ ସୃଷ୍ଟିକୁ ନେଇ ଏମିତି ଚର୍ଚ୍ଚା ହୋଇଥିଲା। ଥରେ ବ୍ରେକ୍‌ଫାଷ୍ଟ ଟେବଲ୍‌ରେ ଜର୍ଜ ୱାଶିଂଟନଙ୍କ ଆଗରେ ଥୋମାସ୍‌ ଜେଫରସନ୍‌ ପ୍ରତିବାଦ ଜଣାଇଲେ। ଏହା ୧୮ଶ ଶତାବ୍ଦୀର ଶେଷ ବେଳର କଥାକୁ ବର୍ଣ୍ଣନା କରେ। ସେତେବଳେ ଜେଫରସନ୍‌ କହିଲେ ବ୍ୟବସ୍ଥାପିକାର ଦୁଇଟି ସଦନ କାହିଁକି ଜରୁରୀ? ଏପରି ଦ୍ଵିତୀୟ ସଦନ ସ୍ଥାପନକୁ ସେ ବିରୋଧ କଲେ ।

ଏହାର ଉତ୍ତରରେ ୱାସିଂଟନ୍‌ କହିଲେ ଆପଣ କଫିକୁ କପ୍‌ରୁ ସିଧା ନପିଇ ପ୍ଲେଟ୍‌ରେ କାହିଁକି ଢାଳିଛନ୍ତି? ଜେଫରସନ୍‌ କହିଲେ ଥଣ୍ଡା ହେବା ଲାଗି। ଏହି ଉତ୍ତରକୁ ଧରି ୱାଶିଂଟନ ସେଦିନ କହିଥିଲେ, ଯେମିତି କଫି ଥଣ୍ଡା ହେବା ପାଇଁ ପ୍ଲେଟ୍‌ର ଆବଶ୍ୟକ ରହିଛି ଠିକ୍‌ ସେମିତି ଗଣତନ୍ତ୍ରରେ କୌଣସି ପ୍ରସଙ୍ଗକୁ ଆଲୋଚନା ଲାଗି ସିନେଟ୍‌ର ଜରୁରୀ ରହିଛି। ଆମ ଦେଶରେ ଏପରି ଅନେକ ଆଲୋଚନା ହୋଇଛି । ସମ୍ବିଧାନ ନିର୍ମାତା ଉପର ସଦନର ଗୁରୁତ୍ଵ ଓ କାର୍ଯ୍ୟକ୍ଷମତାକୁ ନେଇ ଅନେକ ଚର୍ଚ୍ଚା କରିଛନ୍ତି।

ସାମ୍ବିଧାନିକ ସଭାରେ ଏମିତି ତର୍କ ବିତର୍କ ଭିତରେ ଅନେକ ସଦସ୍ୟ ଏହା ସ୍ଵୀକାର କରିଲେ ଯେ, ସଂସଦରେ ଦ୍ଵିତୀୟ ସଦନର ଆବଶ୍ୟକତା ଯଥେଷ୍ଟ ରହିଛି। କାରଣ ଏହି ସଦନରେ ସଦସ୍ୟଙ୍କ ରାଜନୀତିକ ଅଭିଳାସ ନିମ୍ନ ସଦନର ସଦସ୍ୟଙ୍କ ଭଳି ଉଗ୍ର ହୋଇ ନଥିବାରୁ ସେମାନେ ବିଷୟରେ ନିରପେକ୍ଷ ଆଲୋଚନା କରି ନିଷ୍ପତ୍ତି ନେବାର ଦକ୍ଷତା ଅର୍ଜନ କରିଥାନ୍ତି। ସଂସଦରେ ଦ୍ଵିତୀୟ ସଦନ ସ୍ଥାପନାର ଜଣେ ବଳିଷ୍ଠ ସପକ୍ଷବାଦୀ ହେଉଛନ୍ତି ଏନ୍‌ ଗୋପାଳସ୍ଵାମୀ ଆୟାଙ୍ଗାର। ବାସ୍ତବରେ ସେ ହିଁ ସାମ୍ବିଧାନିକ ସଭାରେ ଏହି ଗୃହ ସ୍ଥାପନା ପାଇଁ ପ୍ରସ୍ତାବ ଆଣିଥିଲେ। ତାଙ୍କ ମତରେ ଏହି ଗୃହ କାର୍ଯ୍ୟକୁ ବିଳମ୍ବିତ କରାଇବାରେ ସହାୟକ ହେବ।

ଏହି ବିଳମ୍ବିତ ସମୟ ପରିପକ୍ଵ ତଥା ଜ୍ଞାନୀ ଲୋକଙ୍କ ଅନୁଶୀଳନ ପାଇଁ ଉଦ୍ଦିଷ୍ଟ ହେବ। ଏମାନଙ୍କ ଜ୍ଞାନ ଦ୍ଵାରା ନିଆଯାଉଥିବା ପଦକ୍ଷେପ ବାବଦରେ ଆବଶ୍ୟକ ତର୍ଜମା କରାଯାଇ ନିର୍ଯ୍ୟାସ ବାହାର କରାଯାଇପାରିବ। ସେହିପରି ଅନ୍ୟତମ ସଦସ୍ୟ ଲୋକନାଥ ମିଶ୍ର ମଧ୍ୟ ଦ୍ଵିତୀୟ ସଦନ ସ୍ଥାପନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ଏହାକୁ ଏକ ଭଦ୍ର ଓ ଶିକ୍ଷିତ ଗୃହ ଭାବେ ସେ ଉପସ୍ଥାପନ କରିଥିଲେ। ଏହି ଗୃହରେ ଗୁଣାତ୍ମକ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି ହେବା ସହ ସମ୍ପୃକ୍ତ ବିଜ୍ଞ ବ୍ୟକ୍ତିଙ୍କ ଯୁକ୍ତିକୁ ଅନ୍ୟ ସଦସ୍ୟ ଶୁଣିବାର ଅଧିକାର ରଖିଥାନ୍ତି।

ଏମ୍‌ ଅନନ୍ତଶୟନମ୍‌ ଆୟାଙ୍ଗାର ଏହି ସଦନକୁ ବିଜ୍ଞ ଲୋକଙ୍କୁ ଆଇନ ପ୍ରଣୟନ ସମୟରେ ବିଚାର ତଥା ମତ ପୋଷଣ କରିବାକୁ ସୁଯୋଗ ଦିଏ ବୋଲି କହିଛନ୍ତି। ହୁଏତ ସେହି ବିଜ୍ଞ ଭଦ୍ର ବ୍ୟକ୍ତି ନିର୍ବାଚନରେ ଜିତି ସଦସ୍ୟ ହେବାର ସୁଯୋଗ ପାଇବେ ନାହିଁ, ଯାହା ଏହି ଗୃହ ଦ୍ଵାରା ସମ୍ଭବ ହେବ। ଅପରପକ୍ଷେ ଉପର ସଦନର କଡ଼ା ସମାଲୋଚନା କରିଥିଲେ ମହମ୍ମଦ ତହୀର। ତାଙ୍କ ମତରେ ଏହା ହେଉଛି ବ୍ରିଟିଶ୍‌
ସାମ୍ରାଜ୍ୟବାଦର ଏକ ଉଦାହରଣ । ସେହି ଚିନ୍ତାଧାରା ଉପର ସଦନ ଗଠନ ଦ୍ଵାରା ପ୍ରତିଫଳିତ ହେବ। ଯାହା ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ପ୍ରତିନିଧିଙ୍କ ନିଷ୍ପତ୍ତିକୁ ରୋକ୍‌ ଦେଇ ଗଣତାନ୍ତ୍ରିକ ଅଗ୍ରଗତିରେ ରୋକ୍‌ ଲଗାଇବ।

ପଥ ବହୁଦୂର: ବିଧାନପରିଷଦର ପୁନଃ ପ୍ରତିଫଳନ ସାମ୍ପ୍ରତିକ ପରିସ୍ଥିତିରେ ବିଧାନ ପରିଷଦର ଗଠନକୁ ଦେଖିଲେ ତାହା ଅଣ ଉପଯୋଗୀ ତଥା ତ୍ରୁଟିପୂଣ୍ଣ ବୋଲି ମନେହୁଏ। ଗ୍ରାଜୁଏଟ୍‌ ଏବଂ ଶିକ୍ଷକ ଗୋଷ୍ଠୀଙ୍କୁ ଏଥିରେ ସଦସ୍ୟ ଭାବେ ଗ୍ରହଣ କରାଯିବା ଏକ ପୁରୁଣା ଚିନ୍ତାଧାରା ତଥା ଆଜିର ସ୍ଥିତିରେ ଅଦରକାରୀ। ଏଣୁ ଏହି ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଇବା ଲାଗି ସମ୍ବିଧାନରେ ବ୍ୟବସ୍ଥା କରାଯିବା ଦରକାର। ଯେମିତି ୭୩ ଏବଂ ୭୪ତମ ସମ୍ବିଧାନ ସଂଶୋଧନରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୃଷ୍ଟି କରାଗଲା ତଥା ପଞ୍ଚାୟତ ଓ ମ୍ୟୁନିସିପାଲିଟି ସୃଷ୍ଟି କରାଗଲା । ଠିକ୍‌ ସେହିପରି, ଧାରା ୧୭୧(୨)ରେ ସଂସଦକୁ ଦିଆଯାଇଥିବା କ୍ଷମତା ଉପଯୋଗ କରି ବିଧାନପରିଷଦର ଗଠନରେ ପରିବର୍ତ୍ତନ ଅଣାଯିବା ଦରକାର ।

ଏଥିରେ ସରକାରଙ୍କ ତୃତୀୟ ସ୍ତରକୁ ଯୋଡ଼ିବା ଲାଗି ବ୍ୟବସ୍ଥା କରାଯିବା ଦରକାର। ଅର୍ଥାତ୍‌ ପଞ୍ଚାୟତିରାଜ ବ୍ୟବସ୍ଥାରୁ ସଦସ୍ୟଙ୍କୁ ଏହି ଉପର ସଦନକୁ ସଦସ୍ୟ ନିର୍ବାଚିତ ହେବା ଦରକାର। ଅନ୍ୟ ପ୍ରଫେସନାଲ୍‌ ଗୋଷ୍ଠୀଙ୍କ ପ୍ରତିନିଧିତ୍ଵ ଲାଗି ରାଜ୍ୟପାଳଙ୍କ ଦ୍ଵାରା ମନୋନୟନ ପ୍ରକ୍ରିୟାକୁ ଗ୍ରହଣ କରାଯିବା ଦରକାର। ଏହି ପ୍ରକାର ବ୍ୟବସ୍ଥା ଯେ କେବଳ ସଂସଦୀୟ ଗଣତନ୍ତ୍ରରେ ପରିପକ୍ଵ ଆଲୋଚନା ଲାଗି ସୁଯୋଗ ସୃଷ୍ଟି କରିବ ତାହା ନୁହେଁ ବରଂ, ଅନ୍ୟ ରାଜ୍ୟ ଯେଉଁଠାରେ ବିଧାନ ପରିଷଦ ନାହିଁ ସେଠାରେ ଏହି ଦ୍ଵିତୀୟ ସଦନ ସ୍ଥାପନ ତଥା ଗୁଣାତ୍ମକ ଆଲୋଚନା ଲାଗି ପରିସର ସୃଷ୍ଟି କରିବା ଲାଗି ସୁଯୋଗ ସୃଷ୍ଟି କରିବ। ଏହାବାଦ୍‌ ଏହିପରି ସାମ୍ବିଧାନିକ ସଂଶୋଧନ ବିଧାନପରିଷଦକୁ ଏକ ସ୍ଥାୟୀ ଓ ଗୁରୁତ୍ଵପୂଣ୍ଣ ଅଙ୍ଗ ଭାବେ ଗଢ଼ି ତୋଳିବ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.