ETV Bharat / bharat

ନୌସେରା ସେକ୍ଟରରେ 4 ଦିନଆ ସର୍ଚ୍ଚ ଅପରେସନ ପରେ ସେନାକୁ ସଫଳତା, ଅସ୍ତ୍ରଶସ୍ତ୍ର ଜବତ - encounter Operation

ଦୀର୍ଘ 4 ଦିନ ଧରି ନୈସେରା ଚାଲିଥିବା ଅପରେସନରେ ସେନାକୁ ମିଳିଛି ଆଉ ଏକ ସଫଳତା। ଏନକାଉଣ୍ଟର ସ୍ଥଳରୁ ବିଭିନ୍ନ ପ୍ରକାର ବିସ୍ପୋରକ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ନୌସେରା ସେକ୍ଟରରେ 4 ଦିନଆ ସର୍ଚ୍ଚ ଅପରେସନ ପରେ ସେନାକୁ ସଫଳତା

author img

By

Published : Jun 2, 2020, 7:28 AM IST

ଶ୍ରୀନଗର: ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ଚାଲିଛି ଅପରେସନ ଅଲ ଆଉଟ। ଗତ 28 ମଇରେ ଜମ୍ମୁ କାଶ୍ମୀର ନୌସେରା ସେକ୍ଟରେ କିଛି ଆତଙ୍କୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲା ଭାରତୀୟ ସେନା। ସେଥିମଧ୍ୟରୁ 6 ରୁ 7 ଜଣ ଆତଙ୍କୀଙ୍କୁ ଚିହ୍ନଟ କରାଯାଇଥିଲା। ଏନକାଉଣ୍ଟଟରେ 3 ଜଣ ଆତଙ୍କୀଙ୍କୁ ସଫା କରାଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲା।

ତେବେ ଦୀର୍ଘ 4 ଦିନ ଧରି ଚାଲିଥିବା ଏହି ଅପରେସନରେ ସେନାକୁ ମିଳିଛି ଆଉ ଏକ ସଫଳତା। ଏନକାଉଣ୍ଟର ସ୍ଥଳରୁ ବିଭିନ୍ନ ପ୍ରକାର ବିସ୍ପୋରକ ସାମଗ୍ରୀ, ଏକେ 47 ରାଇଫଲ, ଗୋଟିଏ M16 A2 ରାଇଫଲ୍, ଗୋଟିଏ ପିସ୍ତଲ, ଗୋଟିଏ UBGL ଏବଂ ଗୁଳି, ଗ୍ରେନେଡ୍ ସହିତ ଅସ୍ତ୍ରଶସ୍ତ୍ରର ବଡ଼ କ୍ୟାଚ୍ ଜବତ କରାଯାଇଛି।

ଘଟଣାସ୍ଥଳରୁ ମିଳିଥିବା ଖାଇବା ସାମଗ୍ରୀ ଉପରେ ପାକିସ୍ତାନର ଚିହ୍ନ ରହିଛି ଏବଂ ଅନ୍ୟ କିଛି ଜିନିଷ ପାକିସ୍ତାନର ଜଟିଳତାକୁ ଇଙ୍ଗିତ କରୁଛି। ଏନେଇ ଖବର ଦେଇଛନ୍ତି ନାଗ୍ରୋଟା କର୍ପସ ଅଧିକାରୀ। ତେବେ ବାରମ୍ବାର ଚେତାବନୀ, କଡା ତାଗିଦ ଓ କଟକଣା ପରେ ବି ସୁଧୁରୁନି ପାକିସ୍ତାନ। ବାରମ୍ବାର କରିଚାଲିଛି ଅସ୍ତ୍ରବିରତୀ ଉଲ୍ଲଙ୍ଘନ ସହ ଭାରତୀୟ ସୀମାକୁ ଅନୁପ୍ରବେଶ ଉଦ୍ୟମ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.