ନୂଆଦିଲ୍ଲୀ: ବିଭିନ୍ନ ବର୍ଗର 100ରୁ ଅଧିକ ବ୍ୟକ୍ତିବିଶେଷ ପୁଲିଜର ବୋର୍ଡକୁ ଚିଠି ଲେଖି କାଶ୍ମୀରର ଦୁଇ ଫଟୋ ସାମ୍ବାଦିକଙ୍କୁ ଦିଆଯାଇଥିବା ପୁରସ୍କାରକୁ ବିରୋଧ କରିଛନ୍ତି । ସେମାନଙ୍କୁ ପୁରସ୍କାର ପ୍ରଦାନ କରି ମିଥ୍ୟା ସାମ୍ବାଦିକତା, ତଥ୍ୟର ଭୁଲ ଉପସ୍ଥାପନା ଏବଂ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରାଯାଉଥିବା ଚିଠିରେ କୁହାଯାଇଛି ।
ଚାନ୍ନି ଆନନ୍ଦ, ମୁଖାର୍ ଖାନ୍ ଓ ଡାର୍ ୟାସିନ୍ ହେଉଛନ୍ତି 3 ଜଣ ଭାରତୀୟ ଫଟୋ ସାମ୍ବାଦିକ, ଯେଉଁମାନେ କାଶ୍ମୀରରେ କଭରେଜ୍ ପାଇଁ ଫିଚର ଫଟୋଗ୍ରାଫି ବର୍ଗରେ 2020 ପୁଲିଜର୍ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପୁଲିଜର୍ ପୁରସ୍କାର 2020 ର ପ୍ରଶାସକ, ବୋର୍ଡ ଓ ଜୁରିଙ୍କୁ ଲେଖାଯାଇଥିବା ଚିଠିରେ ସେମାନେ ଖାନ ଓ ୟାସିନଙ୍କୁ ଦିଆଯାଇଥିବା ପୁରସ୍କାର ଉପରେ ଆପତ୍ତି ଉଠାଇଥିଲେ । ଏହାସହ ଦାବି କରିଛନ୍ତି ଯେ ଉଭୟ ନିଜ ସମସ୍ତ ଫଟୋ କ୍ୟାପସନରେ ଭାରତୀୟ ନିୟନ୍ତ୍ରିତ କାଶ୍ମୀର ଶବ୍ଦ ବ୍ୟବହାର କରିଛନ୍ତି।
ସାମ୍ବାଦିକତାକୁ ଉତ୍ସାହିତ କରିବା ହେଉଛି ପୁଲିଜର୍ ପୁରସ୍କାରର ଉଦ୍ଦେଶ୍ୟ । ମାତ୍ର ଡାର ୟାସିନ ଓ ମୁଖାର୍ ଖାନଙ୍କ ଭଳି ଫଟୋଗ୍ରାଫରଙ୍କୁ ପୁରସ୍କାର ପ୍ରଦାନ କରି ଚିଠିରେ ଦର୍ଶାଯାଇଛି ଯେ ଆପଣ ସାମ୍ବାଦିକତା ଓ ମିଥ୍ୟା ଫଟୋଗ୍ରାଫି, ତଥ୍ୟର ଭୁଲ ଉପସ୍ଥାପନ ଓ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହିତ କରୁଛନ୍ତି।
ଚିଠିରେ ଚାନ୍ନି ଆନନ୍ଦଙ୍କ ନାମ ଅନ୍ତର୍ଭୂକ୍ତ କରାଯାଇ ନାହିଁ କାରଣ ତାଙ୍କ ଫଟୋ ଭାରତକୁ ଅପମାନିତ କରୁନାହିଁ ଓ ଅନ୍ୟ ଦୁଇ ଫଟୋଗ୍ରାଫ ସାମ୍ବାଦିକଙ୍କ ତୁଳନାରେ ଏହା ଭାରତୀୟ ନିୟନ୍ତ୍ରିତ କାଶ୍ମୀର ଶବ୍ଦ ବ୍ୟବହାର କରୁନାହାଁନ୍ତି।