ETV Bharat / bharat

ତେଲେଙ୍ଗାନାକୁ ଆଶ୍ବସ୍ତିକର ଖବର, କମିଲା କୋରୋନା ସଂକ୍ରମଣ ରିପୋର୍ଟ - ତେଲେଙ୍ଗାନା କୋରୋନା

ମେ 17 ଯାଏଁ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହାଭିତରେ ତେଲେଙ୍ଗାନା ପାଇଁ ଆଶ୍ବସ୍ତିକର ଖବର ଆସିଛି । ତେଲେଙ୍ଗାନା ଶୁକ୍ରବାର 6 କୋଭିଡ-19 ମାମଲା ରିପୋର୍ଟ ସାମ୍ନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ ସଂକ୍ରମଣ 1044ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ
author img

By

Published : May 2, 2020, 12:03 AM IST

ହାଇଦ୍ରାବାଦ: ସାରା ଦେଶରେ କୋରୋନା ଆତଙ୍କ ଜାରି ରହିଛି । ସଂକ୍ରମଣ ରିପୋର୍ଟ ବଢିବାରେ ଲାଗିଛି । ଏପରିସ୍ଥଳେ ଦେଶରେ କୋରୋନା ସଂକ୍ରମଣ ରିପୋର୍ଟକୁ ଦୃଷ୍ଟିରେ ରଖି ସାରା ଦେଶରେ ଲକଡାଉନକୁ ମେ 4ରୁ ଦୁଇ ସପ୍ତାହ ବଢାଯାଇଛି । ମେ 17 ଯାଏଁ ଲକଡାଉନ ଅବଧି ବୃଦ୍ଧି ପାଇଛି । ଏହାଭିତରେ ତେଲେଙ୍ଗାନା ପାଇଁ ଆଶ୍ବସ୍ତିକର ଖବର ଆସିଛି । ତେଲେଙ୍ଗାନା ଶୁକ୍ରବାର 6 କୋଭିଡ-19 ମାମଲା ରିପୋର୍ଟ ସାମ୍ନାକୁ ଆସିଛି । ଏହାସହ ରାଜ୍ୟରେ ମୋଟ ସଂକ୍ରମଣ 1044ରେ ପହଞ୍ଚିଛି ।

ଗୁରୁବାର ରାଜ୍ୟରେ 22 ଟି କୋରୋନା ସଂକ୍ରମଣ ରିପୋର୍ଟ ସାମ୍ନାକୁ ଆସିଥିଲା । ଦିନକ ପରେ ଏହି ସଂଖ୍ୟା ଏକ ଅଙ୍କକୁ ଆସିବା ରାଜ୍ୟ ପାଇଁ ଆଶ୍ବସ୍ତିକର ଖବର ଦେଇଛି । ସେହିପରି ଗୁରୁବାର ତିନୋଟି ମୃତ୍ୟୁ ମାମଲା ରହିଥିଲା । ମାତ୍ର ଶୁକ୍ରବାର କୌଣସି ମୃତ୍ୟୁ ରିପୋର୍ଟ ସାମ୍ନାକୁ ଆସିଛି ।

ରାଜ୍ୟରେ ମୃତ୍ୟୁ ସଂଖ୍ୟା 28 ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ଇଟାଲା ରାଜେନ୍ଦର ଗଣମାଧ୍ୟମକୁ କହିଛନ୍ତି । ସୁସ୍ଥ ହେବା ପରେ 22 ଜଣଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିବା ସେ ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟରେ ଡିସଚାର୍ଜ ରିପୋର୍ଟ ସଂଖ୍ୟା 464 କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ 552 ଟି ସକ୍ରିୟ କୋରୋନା ମାମଲା ରହିଛି ବୋଲି ସେ କହିଛନ୍ତି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.