ETV Bharat / bharat

ଦିଲ୍ଲୀରେ ଲମ୍ବା ଧାଡିରେ ଠିଆ ହେବେନି ଗର୍ଭବତୀ, ଆରମ୍ଭ ହେଲା ଅନଲାଇନ ଓପିଡି - ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ପଶ୍ଚିମ ଦିଲ୍ଲୀର ପାଲମସ୍ଥିତ ଦାଦା ଦେବ ହସ୍ପିଟାଲରେ ଏକ ଅନଲାଇନ୍ ଓପିଡି ଆରମ୍ଭ କରିଛନ୍ତି ।

ଅରବିନ୍ଦ କେଜ୍ରିୱାଲ
ଅରବିନ୍ଦ କେଜ୍ରିୱାଲ
author img

By

Published : Aug 24, 2020, 7:20 PM IST

ନୂଆଦିଲ୍ଲୀ: କୋରୋନା କାଳରେ ଡାକ୍ତରଖାନାରେ ଦୀର୍ଘ ସମୟ ଧରି ଅପେକ୍ଷା କରୁଥିବା ଗର୍ଭବତୀ ମହିଳାଙ୍କ ସମସ୍ୟା ଦୂର କରିବା ପାଇଁ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ପଶ୍ଚିମ ଦିଲ୍ଲୀର ପାଲମସ୍ଥିତ ଦାଦା ଦେବ ହସ୍ପିଟାଲରେ ଏକ ଅନଲାଇନ୍ ଓପିଡି ଆରମ୍ଭ କରିଛନ୍ତି। ତେବେ କେଜ୍ରିୱାଲ ଅନ୍ୟ ସରକାରୀ ଡାକ୍ତରଖାନାଗୁଡ଼ିକୁ ମଧ୍ୟ ଏପରି ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।

ସୋମବାର ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି। ୱେବ-ଆଧାରିତ ଅନଲାଇନ ସିଷ୍ଟମ ମଧ୍ୟ ଲଞ୍ଚ କରାଯାଇଛି, ଯାହା ସାହାଯ୍ୟରେ ଘରେ ବସି ଓପିଡି ପାଇଁ ଆପଏଣ୍ଟମେଣ୍ଟ ନିଆଯାଇପାରିବ । ଏହି ଅବସରରେ କେଜ୍ରିୱାଲ କହିଛନ୍ତି, ମହିଳା ରୋଗୀଙ୍କୁ ଆଉ ଲମ୍ବା ଧାଡିରେ ଅପେକ୍ଷା କରିବାକୁ ପଡିବ ନାହିଁ ଏବଂ ବର୍ତ୍ତମାନ ଏହି ଆପ୍ ମାଧ୍ୟମରେ ପଞ୍ଜୀକୃତ କରି ସେମାନେ ଡାକ୍ତରଙ୍କ ଆପଏଣ୍ଟମେଣ୍ଟ ପାଇପାରିବେ। କୋରୋନା ଭାଇରସ୍ ମହାମାରୀ ପରେ କୌଣସି ଭିଡ଼ ହେବା ଉଚିତ୍ ନୁହେଁ । ସାମାଜିକ ଦୂରତା ବଜାୟ ରଖିବା ଆବଶ୍ୟକ ବୋଲି କେଜ୍ରିୱାଲ କହିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀ ସରକାର ହସ୍ପିଟାଲ ପରିଚାଳନା ସୂଚନା ପ୍ରଣାଳୀ (HMIS) ମାଧ୍ୟମରେ ଏହାର ଡାକ୍ତରଖାନା, ମୋହାଲା କ୍ଲିନିକ୍ ଏବଂ ପଲିକ୍ଲିନିକ୍ସକୁ ଅନଲାଇନ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି । ଏକ ବର୍ଷ ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହେବ। ଏହାପରେ ସରକାରୀ ଡାକ୍ତରଖାନାଗୁଡ଼ିକରେ ଲମ୍ବା ଧାଡି ଓ ଭିଡ଼ ଦୂର ହୋଇଯିବ ବୋଲି ସେ କହିଛନ୍ତି।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.