ETV Bharat / bharat

ଅନଲାଇନ ବେଟିଂ ରାକେଟର ଖୁଲାସା କଲା ଇନ୍ଦୋର ପୋଲିସ, 1 କୋଟି ଜବତ

ଅନଲାଇନ ବେଟିଂ ରାକେଟର ଖୁଲାସା ସହ 1 କୋଟି ଟଙ୍କା ଜବତ କଲା ଇନ୍ଦୋର ପୋଲିସ । ଅଧିକ ପଢନ୍ତୁ:

author img

By

Published : Oct 14, 2020, 10:27 PM IST

ଅନଲାଇନ ବେଟିଂ ର୍ୟାକେଟର ଖୁଲାସା କଲା ଇନ୍ଦୋର ପୋଲିସ

ଭୋପାଳ: ଇନ୍ଦୋର ପୋଲିସ କ୍ରମାଗତ ଭାବରେ ଅନଲାଇନ୍ ବେଟିଂରେ ପାଟ୍ରୋଲିଂ କରୁଛି । ଏହି କ୍ରମରେ ନିକଟରେ ମଉ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଯେତେବେଳେ ଅଭିଯୁକ୍ତଙ୍କୁ ପୋଲିସ ପଚରାଉଚରା କରିଥିଲେ ​​ସେତେବେଳେ ଅଭିଯୁକ୍ତଙ୍କ ନିକଟରୁ 1 କୋଟିରୁ ଅଧିକ ଟଙ୍କା ପୋଲିସ ଜବତ କରିଥିଲେ ।

ଏହି ଘଟଣାରେ ଦୁବାଇ କନେକସନ ମଧ୍ୟ ସାମ୍ନାକୁ ଆସିଛି । ବର୍ତ୍ତମାନ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଏଥିସହ ପୋଲିସ ଘଟଣାରେ ଜଡିତ ମୋଟ 8 ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସର କହିବା ଅନୁଯାୟୀ, ଏହି ଘଟଣାକୁ ନେଇ 13 ଟି ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି ଏବଂ ଆଗାମୀ ଦିନରେ ଏହି ଘଟଣାରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ।

ତେବେ ଇନ୍ଦୋର ପୋଲିସ ପ୍ରଥମ ଥର ଏତେ ବଡ ଅନଲାଇନ୍ ବ୍ୟାଟିଂର ଖୁଲାସା କରିଛନ୍ତି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ଯାଞ୍ଚ ଏଜେନ୍ସି ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରିବାର ଆଶଙ୍କା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.