ମୁମ୍ବାଇ: କୋରୋନା ମାଡରେ ଘାଇଲା ଦେଶ। ଚକ ଅଖ ସବୁ ବନ୍ଦ। ବ୍ୟବସାୟୀଙ୍କ ବେପାର ଘାଟା ରହିବା ସହ ବେପାରୀ ଘରେ ହାତ ବାନ୍ଧି ବସିଛନ୍ତି। ଏଭଳି ସ୍ଥିତିରେ ଅଧିକ କ୍ଷତି ସହୁଛନ୍ତି ପିଆଜ ଚାଷୀ। ଦିନକୁ ଦିନ ପିଆଜ ମୂଲ୍ୟ ହ୍ରାସ ପାଇବା ପରେ ନାସିକ ପିଆଜ ଚାଷୀଙ୍କ ଦୁଃଖ ବଢିଯାଇଛି ।
![Onion farmers in Nashik](https://etvbharatimages.akamaized.net/etvbharat/prod-images/exim0duvaaaoh6r_0405newsroom_1588569578_1075.jpg)
ତେବେ ଗତ ବର୍ଷ ପିଆଜ ଦର ହୁ ହୁ ବଢୁଥିବା ନେଇ ଗ୍ରାହକଙ୍କ ଆଖିରେ ଲୁହ ଆସିଯାଇଥିଲା। କିଲୋ ପିଛା ପିଆଜ 150 ରୁ 200 ଟଙ୍କାରେ ବିକ୍ରି ହେଉଥିଲା। ହେଲେ ଚଳିତ ବର୍ଷ ଆଶ୍ଚର୍ଯ୍ୟ କଲା ପରି ଏକ ରିପୋର୍ଟ ଆସିଛି ଯାହା ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି। ମହାରାଷ୍ଟ୍ରର ନାସିକ ପିଆଜ ଅମଳ ପାଇଁ ପ୍ରସିଦ୍ଧ। କିନ୍ତୁ ପିଆଜ କମିଟର ନିଷ୍ପତ୍ତି ପରେ ବାଧ୍ୟ ହୋଇ ଚାଷୀମାନେ କମ ଦରରେ ପିଆଜ ବିକ୍ରି କରିବାକୁ ପଡୁଛି। ଯାହାଫଳରେ ସେମାନେ ନିଜ ମୂଳଧନ ମଧ୍ୟ ପାଇ ପାରୁନାହାଁନ୍ତି ।
![Onion farmers in Nashik](https://etvbharatimages.akamaized.net/etvbharat/prod-images/eximyh2u8aaoiho_0405newsroom_1588569578_953.jpg)
ଏପଟେ କୋରୋନା ଲକଡାଉନ ପାଇଁ ଶ୍ରମିକ ମଜୁରୀ ଓ ଟ୍ରାନ୍ସପୋଟେସନ ଖର୍ଚ୍ଚ ମଧ୍ୟ ବଢିଯାଇଛି। ଯାହାକୁ ନେଇ ବିଭିନ୍ନ ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି ପିଆଜ ଚାଷୀ। କ୍ବିଣ୍ଟାଲ ପିଛା 500 ରୁ 600 ଟଙ୍କାରେ ପିଆଜ ବିକ୍ରି କରୁଥିବା ଚାଷୀ ମାନେ କହିଛନ୍ତି। ଏପଟେ ବର୍ଷା ଦିନ ପାଖେଇ ଆସିଲାଣି ଚାଷୀ ମାନେ ମଧ୍ୟ ପିଆଜ ଅମଳ ଶେଷ କରି ନାହାଁନ୍ତି। ସୌଜନ୍ୟ-ANI