ETV Bharat / bharat

ଗୋଟିଏ ବର୍ଷର ଅପେକ୍ଷା ‘କୋଭିଡ-19’ ଟିକା ପାଇଁ ଅଧିକ ନୁହେଁ - ଗୋଟିଏ ବର୍ଷ ଅପେକ୍ଷା ଅଧିକ ନୁହେଁ

କୋଭିଡ-19 ର ଟିକା ପ୍ରସ୍ତୁତ ପାଇଁ ଗୋଟିଏ ବର୍ଷ ସମୟ ଖୁବ ଅଧିକ ମନେହୁଏ କିନ୍ତୁ ପ୍ରକ୍ରିୟା ଯେତିକି ଜଟିଳ ଏକ ବର୍ଷ ସମୟ ସେତେ ଅଧିକ ନୁହେଁ । ଅଧିକ ପଢ଼ନ୍ତୁ...

COVID-1 vaccine, one year is not a long wait, କୋଭିଡ-19 ଟିକା, ଗୋଟିଏ ବର୍ଷ ଅପେକ୍ଷା ଅଧିକ ନୁହେଁ, କୋରୋନା ମୁକାବିଲା
କୋଭିଡ-19 ଟିକା ପାଇଁ ଗୋଟିଏ ବର୍ଷ ଅପେକ୍ଷା ଅଧିକ ନୁହେଁ
author img

By

Published : Apr 6, 2020, 7:25 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ ବ୍ୟାପକ କ୍ଷତି ଘଟାଇ ସାରିଲାଣି ମହାମାରୀ କୋରୋନା । ସେପଟେ ଏହାର ମୁକାବିଲା ପାଇଁ ଅନ୍ତର୍ଜାତୀୟ ସମୁଦାୟ ଏକ ଟିକା ପ୍ରସ୍ତୁତ କରିବା ଅକ୍ଲାନ୍ତ ଚେଷ୍ଟା କରୁଛନ୍ତି । ତେବେ ଏହି ଟିକା ପ୍ରସ୍ତୁତ ହେବା ପାଇଁ ଆହୁରି 12 ରୁ 18 ମାସ ସମୟ ଲାଗିବ ବୋଲି ଆକଳନ କରାଯାଉଛି । ତେବେ ଟିକା ପ୍ରସ୍ତୁତ ପାଇଁ ଗୋଟିଏ ବର୍ଷ ସମୟ ଖୁବ ଅଧିକ ମନେହୁଏ କିନ୍ତୁ ପ୍ରକ୍ରିୟା ଯେତିକି ଜଟିଳ ଏକ ବର୍ଷ ସମୟ ସେତେ ଅଧିକ ନୁହେଁ ।

COVID-1 vaccine, one year is not a long wait, କୋଭିଡ-19 ଟିକା, ଗୋଟିଏ ବର୍ଷ ଅପେକ୍ଷା ଅଧିକ ନୁହେଁ, କୋରୋନା ମୁକାବିଲା
କୋଭିଡ-19 ଟିକା ପାଇଁ ଗୋଟିଏ ବର୍ଷ ଅପେକ୍ଷା ଅଧିକ ନୁହେଁ

କାରଣ ବର୍ତ୍ତମାନ ସମୟରେ ବିଶ୍ବ ପ୍ରୟୁକ୍ତିବିଦ୍ୟା ବା ଟେକ୍ନୋଲୋଜି କ୍ଷେତ୍ରରେ ଓ ପାରସ୍ପରିକ କ୍ଷେତ୍ରରେ ଅନେକ ବୃହତ ପଦକ୍ଷେପ ନେଇଥିବାରୁ ଏକ ନୂତନ ଟୀକାକରଣର ବିକାଶ ବର୍ତ୍ତମାନ ଅନେକ ବର୍ଷ ଅପେକ୍ଷା କିଛି ମାସରେ ହୋଇ ପାରିବ । ଟିକା ପ୍ରଥମେ ପ୍ରାକୃତିକ ମାନବ ପ୍ରତିରକ୍ଷା ପ୍ରଣାଳୀକୁ ଚିହ୍ନିବା ପାଇଁ ପ୍ରସ୍ତୁତ ହୋଇଥାଏ, ଏବଂ ପରେ ଜୀବାଣୁ ଏବଂ ଭୂତାଣୁ ନଷ୍ଟ କରିବା କାର୍ଯ୍ୟ କରେ ।

ଟିକା ଗୁଡିକା ଭୂତାଣୁ ବିଷୟରେ କିଛି ମାତ୍ରାରେ ସୂଚନା ପ୍ରଦାନ କରିଥାନ୍ତି, ଯାହା ଦ୍ବାରା ଶରୀରରେ ଏହାର ସର୍ବୋଚ୍ଚ ପ୍ରତିରକ୍ଷା ପ୍ରତିକ୍ରିୟା ବିକଶିତ ହୁଏ । ଅନ୍ୟପକ୍ଷରେ ପାରମ୍ପାରିକ ଟୀକାକରଣ ପଦ୍ଧତି, ଯେପରିକି ଅଣ୍ଡାରେ ଭୂତାଣୁ ସୃଷ୍ଟି କରିବା ଖୁସ ସମୟ ସାପେକ୍ଷ । କିନ୍ତୁ ଆଧୁନିକ ଯୁଗରେ ଡିଏନଏ(DNA) ଆରଏନଏ (RNA) ଆଧାରିତ ଟିକା ଗୁଡି଼କ ଲ୍ୟାବରେ ପ୍ରସ୍ତୁତ ହେଉ ଥିବାରୁ ଖୁବ କମ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯାଏ । ତେବେ ଏହା ଉତ୍ସାହଜନକ ଯେ ବିଭିନ୍ନ କମ୍ପାନୀ ଭିନ୍ନ ଭିନ୍ନ ପ୍ରଣାଳିରେ ଟିକା ବିକାଶ କରିବାରେ ଲାଗିଛନ୍ତି ଯାହା ଦ୍ବାରା ଗୋଟିଏ ଟିକା ନିଶ୍ଚିତ ଭାବେ କାମ କରିବାର ସମ୍ଭାବନା ବୃଦ୍ଧି ପାଇଥାଏ ।

ଥରେ ଟିକା ପ୍ରସ୍ତୁତ ହୋଇଗଲେ ମଧ୍ୟ କାର୍ଯ୍ୟକାରୀ ହେବା ପୂର୍ବରୁ ସଠିକ ପରୀକ୍ଷା ଆବଶ୍ୟକ । ଯଦି ସଠିକ ଭାବରେ ପରୀକ୍ଷଣ କରା ନ ଯାଏ, ଟିକା ସୁସ୍ଥ ଲୋକଙ୍କୁ ବିପଦରେ ପକାଇପାରେ । ତେଣୁ ପ୍ରଥମ ପର୍ଯ୍ୟାୟରେ, ଏହି ଟିକା ସୁସ୍ଥ ଲୋକଙ୍କୁ ଦିଆଯାଇଥାଏ ଯାହା ଫଳରେ ସେମାନେ ସେ ରୋଗରେ ଆଉ ଆକ୍ରାନ୍ତ ହେବେନି । ପରୀକ୍ଷଣ ପ୍ରକ୍ରିୟାରେ ଏକ ଟିକା ଉଭୟ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ନିଶ୍ଚିତ କରିବାକୁ ବର୍ଷ ବର୍ଷ ଲାଗୁଥିବା ବେଳେ ପୃଥିବୀର ବିଭିନ୍ନ ଦେଶ ବର୍ତ୍ତମାନ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଚେଷ୍ଟା କରୁଛନ୍ତି।

ଥରେ ଏହା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ, ପ୍ରକ୍ରିୟାକୁ ଅନ୍ତିମ, କିନ୍ତୁ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ-ଉତ୍ପାଦନ ମଧ୍ୟ ଦେଇ ଗତି କରିବାକୁ ପଡିବ। ତେବେ ଏକ ଅନୁମୋଦିତ ଟିକା ଶୀଘ୍ର ଓ ଅଧିକରୁ ଅଧିକ ଉତ୍ପାଦନ ହେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ ଯାହାଦ୍ବାରା ଅଧିକରୁ ଅଧିକ ଲୋକଙ୍କୁ ବଞ୍ଚାଯାଇ ପାରିବ । ତେବେ ଅନେକେ ଅନୁଭବ କରନ୍ତି ଯେ ପରୀକ୍ଷଣ ସହିତ ଉତ୍ପାଦନ ଏକକାଳୀନ ଭାବେ କରାଯାଇପାରିବ ଯାହାଦ୍ବାରା ଉତ୍ପାଦ ଅନୁମୋଦିତ ହୋଇ ଉପଲବ୍ଧ ହୋଇପାରିବ । ତେବେ ଯଦି ଟିକା ପରୀକ୍ଷଣ ପାସ ନକରି ଉପଲବ୍ଧ ହୁଏ ତାହେଲେ ଅନେକ କ୍ଷତି ହେବାର ସମ୍ଭାବନା ରହିଛି । ତେଣୁ ଏହାକୁ ମାନ୍ୟତା ଦିଆଯାଇ ନାହିଁ ।

ବହୁ ଉତ୍ପାଦନକୁ ଉତ୍ସାହିତ କରିବା ସହ କ୍ଷତିକୁ ଏଡାଇବା ପାଇଁ କୋଲିସନ ଫର ଏପିଡେମିକ ପ୍ରିପେର୍ଡନେସ ଇନୋଭେସନ୍ସ (Coalition for Epidemic Preparedness Innovations) (ସିଇପିଇ) ସହ ଅନ୍ତର୍ଜାତୀୟ ସମୁଦାୟ ଏକତ୍ର ହୋଇ କାର୍ଯ୍ୟ କରୁଛନ୍ତି । ଏପରିକି ଟୀକାକରଣର ବିକାଶ ପାଇଁ 2 ବିଲିୟନ ଡଲାରର ଅର୍ଥ ମଧ୍ୟ ଦାବି କରାଯାଇଛି । ଟିକା ଗୁଡିକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ କାରଣ ସେମାନେ ଜୀବନ ରକ୍ଷା କରନ୍ତି ଏବଂ ଏହା ମଧ୍ୟ ସୁନିଶ୍ଚିତ କରନ୍ତି ଯେ ସମାଜ ଯଥାଶୀଘ୍ର ପୂର୍ବାବସ୍ଥାକୁ ଫେରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.