ETV Bharat / bharat

କଙ୍ଗେର ଭ୍ୟାଲି ଏରିଆ କମିଟିର ନକ୍ସଲ କମାଲୁର ଆତ୍ମସମର୍ପଣ

author img

By

Published : Feb 26, 2020, 2:23 AM IST

ବସ୍ତରର କଙ୍ଗେର ଭ୍ୟାଲି ଏରିଆ କମିଟିର ସକ୍ରିୟ ନକ୍ସଲ କମାଲୁ ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ଆତ୍ମସମର୍ପଣ କରିଥିବା କମାଲୁ ଉପରେ ରହିଥିଲା 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ।

One Naxalite surrendered in Malkangiri
କଙ୍ଗେର ଭ୍ୟାଲି ଏରିଆ କମିଟିର ନକ୍ସଲବାଦୀ କମାଲୁର ଆତ୍ମସମର୍ପଣ

ଜଗଦଲପୁର: ଦୀର୍ଘ ସମୟ ଧରି ବସ୍ତରର କଙ୍ଗେର ଭ୍ୟାଲି ଏରିଆ କମିଟିରେ ସକ୍ରିୟ ଥିବା ନକ୍ସଲ କମାଲୁ । ମଙ୍ଗଳବାର ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ସେ । କମାଲୁର ଝିରମ ଘାଟି ଆକ୍ରମଣ ବ୍ୟତୀତ 6ଟି ବଡ ବଡ ନକ୍ସଲ ଘଟଣାରେ ହାତ ରହିଥିଲା । ଆତ୍ମସମର୍ପଣ କରିଥିବା କମାଲୁ ଉପରେ 5 ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା ।

ବସ୍ତର ପୋଲିସ ସହ ଓଡିଶା ପୋଲିସ ଦୀର୍ଘ ସମୟ ଧରି କମାଲୁକୁ ଖୋଜୁଥିଲା । ଓଡିଶା ସରକାରଙ୍କ ଥଇଥାନ ନୀତିରେ ପ୍ରଭାବିତ ହୋଇ ସେ ମାଲକାନଗିରି ଡିଆଇଜି ଓ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛି । ତା' ନାଁରେ ବସ୍ତର ଜିଲ୍ଲାର ଦରଭା ଥାନା ଏବଂ ଓଡିଶାର ମାଲକାନଗିରି ଥାନାରେ ଅନେକ ଅପରାଧିକ ମାମଲା ରୁଜୁ ରହିଛି । ବର୍ତ୍ତମାନ ମାଲକାନଗିରି ଡିଆଇଡି ଓ ଏସପି କମଲୁକୁ 10 ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦେବା ସହ ଥଇଥାନ ନୀତିରେ ସାମିଲ କରିବାକୁ କହିଛନ୍ତି । ଏଥିସହ ପୋଲିସ ତା'ଠାରୁ ନକ୍ସଲଙ୍କ ରଣନୀତି ସମ୍ପର୍କରେ ଜାଣିବାକୁ ପଚରାଉଚରା ମଧ୍ୟ କରୁଛି ।

ବ୍ୟୁରୋ ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.