ETV Bharat / bharat

ମିଜୋରାମରେ ବର୍ଷା ସହ କୁଆପଥର ମାଡ; ଶିଶୁ ମୃତ, 180 ଘର କ୍ଷତିଗ୍ରସ୍ତ

author img

By

Published : Apr 19, 2020, 11:05 PM IST

ସାରା ଦେଶରେ କୋରୋନା ମହାମାରୀ ବିତ୍ପାତ ଜାରି ରହିଛି । ଏପରିସ୍ଥଳେ ରବିବାର କୁଆପଥର ବର୍ଷା ଏବଂ ଘୂର୍ଣ୍ଣିଝଡରେ କାରଣରୁ ମିଜୋରାମରେ ପ୍ରବଳ ବର୍ଷା ହୋଇଛି । ଫଳରେ 180 ରୁ ଅଧିକ ଘର ନଷ୍ଟ ହେବା ସହ ଜଣେ ଚାରି ମାସର ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

nat_Mizoram
ମିଜୋରାମରେ ବର୍ଷା ସହ କୁଆପଥର ମାଡ; ଶିଶୁ ମୃତ, 180 ଘର କ୍ଷତିଗ୍ରସ୍ତ

ଆଇଜଲ: ସାରା ଦେଶରେ କୋରୋନା ମହାମାରୀ ବିତ୍ପାତ ଜାରି ରହିଛି । ଏପରିସ୍ଥଳେ ରବିବାର କୁଆପଥର ବର୍ଷା ଏବଂ ଘୂର୍ଣ୍ଣିଝଡ କାରଣରୁ ମିଜୋରାମରେ ପ୍ରବଳ ବର୍ଷା ହେବା ପରେ 180ରୁ ଅଧିକ ଘର ନଷ୍ଟ ହୋଇଯାଇଛି । ଏଥିସହ ଜଣେ ଚାରି ମାସର ଶିଶୁର ମୃତ୍ୟୁ ହୋଇଥିବା ଜଣାପଡିଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଏବଂ ପୁନର୍ବାସ ବିଭାଗର ଅଧିକାରୀ କହିଛନ୍ତି ଯେ ଶନିବାର ସନ୍ଧ୍ୟାରେ ରାଜ୍ୟକୁ ଆସିଥିବା ବର୍ଷା ଓ ଝଡ଼ରେ ଆଇଜୱାଲ୍, ସାଇଟୁଆଲ୍ ଏବଂ ମମିତ ଜିଲ୍ଲାରେ ପ୍ରାୟ 35 ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ଏବଂ ଅନ୍ୟ 148 ଟି ଆଂଶିକ କ୍ଷତିଗ୍ରସ୍ତ ହୋଇଛି।

ତେବେ ଅନ୍ୟ ଜିଲ୍ଲାର ରିପୋର୍ଟ ଏପର୍ଯ୍ୟନ୍ତ ଆସି ନ ଥିବାରୁ ଏହି ସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ରବିବାର ନିଜ ନିର୍ବାଚନମଣ୍ଡଳୀରେ ପ୍ରଭାବିତ ଗ୍ରାମ ଗସ୍ତରେ ଯାଇ ପୀଡିତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ ଆଇଜୱାଲଠାରୁ ପ୍ରାୟ 21 କିଲୋମିଟର ଦୂରରେ ଥିବା ସାଇରଙ୍ଗ ଗ୍ରାମରେ ଏକ ଚାରି ମାସର ଶିଶୁର ମୃତ୍ୟୁ ଘଟିଥିବା ବେଳେ ସେସଙ୍ଗ ଏବଂ ସେଲିଙ୍ଗ ଗ୍ରାମରେ ସେମାନଙ୍କ ଘର ଭୁଶୁଡ଼ି ପଡ଼ିଛି । ସେହିପରି ଅନ୍ୟ 4ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.