ETV Bharat / bharat

ବାରମୁଲ୍ଲା ଏନକାଉଣ୍ଟର: ଜଣେ ଯବାନ ଶହୀଦ, 2 ଆତଙ୍କୀ ମୃତ

author img

By

Published : Aug 18, 2020, 9:50 AM IST

ଥମୁନି ଆତଙ୍କୀଙ୍କ ହମଲା। ଗତକାଲି ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଏବଂ ପୋଲିସର ମିଳିତ ଅପରେସନରେ ମଙ୍ଗଳବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ବାରମୁଲ୍ଲା ଏନକାଉଣ୍ଟର, ଜଣେ ଯବାନ ଶହୀଦ 2 ଆତଙ୍କୀ ମୃତ

ଶ୍ରୀନଗର: ଥମୁନି ଆତଙ୍କୀଙ୍କ ହମଲା। ବାରମ୍ବାର ଚେତାବନୀ ପରେ ମଧ୍ୟ ଅସ୍ତ୍ରବିରତି ଉଲ୍ଲଙ୍ଘନ ସହ ସୀମାରେ ଫୁଟୁଛି ଗୁଳି। ଗତକାଲି ବାରାମୁଲ୍ଲା ଜିଲ୍ଲାର କ୍ରେରି ଅଞ୍ଚଳରେ ସିଆରପିଏଫ (ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ) ଏବଂ ପୋଲିସର ମିଳିତ ଅପରେସନରେ ମଙ୍ଗଳବାର ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି।

ଏହି ଏନକାଉଣ୍ଟରରେ ଆଜି ଜଣେ ସୈନିକ ଶହୀଦ ହୋଇଥିବା ବେଳେ ମୋଟ ଶହୀଙ୍କ ସଂଖ୍ୟା 4କୁ ବୃଦ୍ଧି ପାଇଛି। ସୋମବାରରୁ ଆରମ୍ଭ ହୋଇଥିବା ଏହି ଅପରେସନ୍ ମଙ୍ଗଳବାର ରାତିରେ ବନ୍ଦ ହୋଇଯାଇଥିଲା। ସୋମବାର ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର କ୍ରେରି ଗ୍ରାମରେ ଘଟିଥିବା ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି।

ସୋମବାର ବାରାମୁଲ୍ଲା ଜିଲ୍ଲାରେ କିଛି ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇବା ପରେ ଜାମ୍ମୁ କାଶ୍ମୀର ପୋଲିସର ଦୁଇ ଜଣ ସିଆରପିଏଫ ସୈନିକ ଏବଂ ଜଣେ ସ୍ୱତନ୍ତ୍ର ପୋଲିସ ଅଧିକାରୀ (ଏସପିଓ) ଶହୀଦ ହୋଇଥିଲେ। ଉତ୍ତର କାଶ୍ମୀରରେ ଗତ 24 ଘଣ୍ଟା ମଧ୍ୟରେ ସୁରକ୍ଷା ବାହିନୀ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ରବିବାର ସୋପୋର ଗାଁରେ ଆତଙ୍କବାଦୀଙ୍କ ଉପରେ ମିଳିତ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.