ପାଟନା: ଶାନ୍ତି ଶୃଙ୍ଖଳାର ସହ 2019 ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଜାରି ରହିଛି । କେତେକ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଘଟିଥିବାର ଖବର ମିଳିଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବିହାରରେ।
ଏଠାକାର ଛାପରା ଲୋକସଭାର 131 ନମ୍ବର ବୁଥରେ ଦେଖିବାକୁ ମିଳିଛି ହିଂସାକାଣ୍ଡ । ଇଭିଏମ ମେସିନ ଭାଙ୍ଗିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ପରିଚୟ ମିଳିଛି । ସେ ହେଉଛି ରଞ୍ଜିତ ପାଶ୍ୱାନ। ଅନ୍ୟପଟେ ପଡୋଶୀ ପଶ୍ଚିମବଙ୍ଗର ବାରାକପୁର ଲୋକସଭା ଆସନରେ ବିଜେପି ଏବଂ ଏହାର ପାରମ୍ପରିକ ପ୍ରତିଦ୍ୱନ୍ଦୀ ତୃଣମୂଳ କଂଗ୍ରେସ ସମର୍ଥକ ମୁହାଁମୁହିଁ ହୋଇଥିବା ଜଣାପଡିଛି ।