ମୁମ୍ବାଇ: ମହାରାଷ୍ଟ୍ରର ମୁଲୁଣ୍ତାରେ ଥିବା ହସପିଟାଲରେ ଭୟାବହ ଅଗ୍ନିକାଣ୍ତ । ଘଟଣାସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଅଗ୍ନିକାଣ୍ତରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମେଡିକାଲରେ ଚିକିତ୍ସିତ ହେଉଥିବା ଅନ୍ୟ 40 ରୋଗୀଙ୍କୁ ନିକଟସ୍ଥ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ, ମେଡିକାଲରେ ଥିବା ଏକ ଜେନେରେଟରରୁ ନିଆଁ ଲାଗିଯାଇଥିଲା ।
ଏନେଇ ମେଡିକାଲ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ଅଗ୍ନିକାଣ୍ତରେ ତିନିଜଣ ଗୁରୁତର ରୋଗୀ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମୃତ୍ୟୁବରଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ