ଡେରାଡୁନ: ବିଶ୍ବ ସମେତ ଭାରତକୁ କବଜା କରିଛି ମହାମାରୀ କୋରୋନା ଭାଇରସ । ଯାହାକୁ ନେଇ ସମସ୍ତଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି । ଦେଶର ଏମିତି କୌଣସି ରାଜ୍ୟ ନାହିଁ ଯାହା କୋଭିଡ-19ରୁ ନିସ୍ତାର ପାଇଛି । ପରିସ୍ଥିତି ଏପରି ହୋଇଯାଇଛିଯେ ଦେଶବାସୀ ତ୍ରାହି ତ୍ରାହି ଡାକୁଛନ୍ତି ।

ତେବେ ଏହି ମାରାତ୍ମକ ଭାଇରସ କବଳରୁ ମଧ୍ୟ ରକ୍ଷା ପାଇନି ଉତ୍ତରାଖଣ୍ଡ । ବୁଧବାର ରାଜ୍ୟର ହରିଦ୍ୱାରରେ ଆଉ ଏକ କୋରୋନା ଭାଇରସ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ 32 ଟି ପଜିଟିଭ ମାମଲା ରେକର୍ଡ କରାଯାଇଛି । ଯେଉଁଥିରେ 5 ଜଣ ଡିସଚାର୍ଜ ହୋଇଥିବା ଜଣାପଡିଛି ।