ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ମୁଖ୍ୟ ତଥା ସାଂସଦ ମନୋଜ ତିୱାରୀଙ୍କୁ ହତ୍ୟା ଧମକ ଦେଇ ଜଣେ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବିହାର ବକ୍ସର ଅଞ୍ଚଳର ବିଶ୍ବଜିତ୍ ଆଲିଆଜ୍ ଗୁଡୁ । ତାଙ୍କୁ ଦିଲ୍ଲୀର ଉତ୍ତର ପୂର୍ବାଞ୍ଚଳରୁ ଗିରଫ କରାଯାଇଛି ।
ରବିବାର ସକାଳେ ମନୋଜ ତିୱାରୀଙ୍କୁ ମୋବାଇଲ ମେସେଜରେ ହତ୍ୟା ଧମକ ଆସିଥିଲା । ଗିରଫ ହୋଇଥିବା ବ୍ୟକ୍ତି ଲୋକପ୍ରିୟତା ହାସଲ ପାଇ ଏପରି କରିଥିବା ପୋଲିସ ପ୍ରକାଶ କରିଛି ।
ମନୋଜ ତିୱାରୀ କହିଛନ୍ତି, ମେସେଜରେ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯିବାକୁ ମଧ୍ୟ ଉଲ୍ଲେଖ ରହିଥିଲା । ତେଣୁ ଆମେ ଘଟଣାକୁ ଗୁରୁତର ସହ ନେଇଥିଲୁ ବୋଲି ତିୱାରୀ ପ୍ରକାଶ କରିଛନ୍ତି । କିଛିଦିନ ପୂର୍ବରୁ ମନୋଜଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ