ETV Bharat / bharat

ବଢିଲା ଗେହଲଟଙ୍କ ଚିନ୍ତା, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

author img

By

Published : Aug 13, 2020, 3:52 PM IST

ରାଜସ୍ଥାନରେ ବିଧାନସଭା ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି।

ବଢିଲା ଗେହଲଟଙ୍କ ଚିନ୍ତା, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ
ବଢିଲା ଗେହଲଟଙ୍କ ଚିନ୍ତା, ବିଜେପି ଆଣିବ ଅନାସ୍ଥା ପ୍ରସ୍ତାବ

ଜୟପୁର: ରାଜସ୍ଥାନରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି। ବିଧାନସଭା ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ଅଶୋକ ଗେହଲଟ୍ ସରକାରଙ୍କ ସମ୍ମୁଖରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ଚ୍ୟାଲେଞ୍ଜ କରିଛି ବିଜେପି। ଗୁରୁବାର ବିଜେପିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ବିଧାନସଭାରେ ବିଜେପି ନେତା ଗୁଲା ବଚନ୍ଦ କାଟାରିଆ କହିଛନ୍ତି, ରାଜ୍ୟରେ କଂଗ୍ରେସ ସରକାର ର ପତନ ଖୁବ୍ ଶୀଘ୍ର ହେବାକୁ ଯାଉଛି। ସେ ନିଜ ସରକାରକୁ ବଞ୍ଚାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ପରିସ୍ଥିତି ଏବେ ନିୟନ୍ତ୍ରଣ ବାହାରେ ହୋଇଥିବା ସେ କହିଛନ୍ତି । ସେହିପରି ବିଜେପି ପ୍ରଦେଶ ଅଧ୍ୟକ୍ଷ ଶତିନ ପୁନିଆ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି, କଂଗ୍ରେସ ନିଜ ସରକାର ଭାଙ୍ଗିବା ନେଇ ବିଜେପିକୁ ଦୋଷ ଦେଉଛି । କିନ୍ତୁ ଏହା ତାଙ୍କର ଅଭ୍ୟାନ୍ତରୀଣ କଳି । ଏହା ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗୁରୁବାର ଭାରତୀୟ ଜନତା ପାର୍ଟି ଜୟପୁରରେ ବିଧାୟକଙ୍କ ସହ ଏକ ବୈଠକ କରିଥିଲା । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହା ବ୍ୟତୀତ କେନ୍ଦ୍ରୀୟ ନେତୃତ୍ବର ଏକ ପ୍ରତିନିଧୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ନିର୍ଦ୍ଦେଶ ପରେ ଅଗଷ୍ଟ 14 ରୁ ବିଧାନସଭାର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ତେବେ ରାଜ୍ୟ ସରକାର କେବଳ କରୋନା ସଙ୍କଟ, ଲକଡାଉନ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହୁଛନ୍ତି। କିନ୍ତୁ ବିଜେପି କଂଗ୍ରେସ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି । ବର୍ତ୍ତମାନ ଗେହଲଟ୍ ସରକାରଙ୍କୁ ଗୃହରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.