ETV Bharat / bharat

ଲୋକଙ୍କୁ ସାହାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଉମର ଅବଦୁଲ୍ଲାଙ୍କ ଆହ୍ବାନ - କୋରୋନା ମହାମାରୀ

କୋରୋନା ମହାମାରୀ ମଧ୍ୟରେ ଯେଉଁ ଲୋକମାନେ ସଙ୍କଟରେ ଅଛନ୍ତି ସେମାନଙ୍କ ପାଖରେ ପହଞ୍ଚିବାକୁ ନିଜ ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ଜାମ୍ମୁ କାଶ୍ମୀର ଜାତୀୟ ସମ୍ମିଳନୀ ଉପାଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଏଥିସହ ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କୁ ଆବଶ୍ୟକ ପ୍ରୋଟୋକଲର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

omar abdullah
ଲୋକଙ୍କୁ ସାହାର୍ଯ୍ୟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଉମର ଅବଦୁଲ୍ଲା ଆହ୍ବାନ
author img

By

Published : May 18, 2020, 9:02 AM IST

ଶ୍ରୀନଗର: କୋରୋନା ମହାମାରୀ ମଧ୍ୟରେ ଯେଉଁ ଲୋକମାନେ ସଙ୍କଟରେ ଅଛନ୍ତି ସେମାନଙ୍କ ପାଖରେ ପହଞ୍ଚିବାକୁ ନିଜ ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି ଜାମ୍ମୁ କାଶ୍ମୀର ଜାତୀୟ ସମ୍ମିଳନୀ ଉପାଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା । ଏଥିସହ ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କୁ ଆବଶ୍ୟକ ପ୍ରୋଟୋକଲର ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଉମର ଅବଦୁଲ୍ଲା ଆହୁରୀ ମଧ୍ୟ କହିଛନ୍ତି, ଆମେ ଏକ ଅଦଭୁତ ସ୍ଥିତିରେ ଅଛେ । ଯାହା କରୁଣା ଏବଂ ଏକତାର ଭାବନା ଉପରେ ଆଧାରିତ ଏବଂ ଆମର ଗୌରବମୟ ଅସ୍ତିତ୍ୱର ଅଟେ। ଜାମ୍ମୁର ବରିଷ୍ଠ ଦଳର ନେତାଙ୍କ ସହ ଏକ ଭିଡିଓ ସମ୍ମିଳନୀରେ ଉମର ଅବଦୁଲ୍ଲା କହିଛନ୍ତି ଯେ, ମାନବିକତା ଦୃଷ୍ଟିରୁ କୋରୋନା ଭଳି ସ୍ଥିତିରେ ରାଜନୀତି କରିବା କିମ୍ବା ବ୍ୟକ୍ତିଗତ କଷ୍ଟ କଥା ଚିନ୍ତା କରିବା ଉଚିତ ନୁହେଁ । ବରଂ ଲୋକଙ୍କୁ ସାହାର୍ଯ୍ୟ କରିବା ପାଇଁ ସଦାସର୍ବଦା ଆଗରେ ରହିବା ଉଚିତ୍ । ଇତିହାସ ସାକ୍ଷୀ ଅଛି ଯେ ତାଙ୍କ ପାର୍ଟୀ କିପରି ନିର୍ବାଚନ ଜିତିଛି ।

ଏଥିସହ ସେ ତାଙ୍କ କାର୍ଯ୍ୟକର୍ତ୍ତାଙ୍କୁ ଜାମ୍ନୁ ଶ୍ରୀନଗର ଜାତୀୟ ରାଜପଥରେ ରହୁଥିବା ଲୋକ ଏବଂ ଶ୍ରମିକଙ୍କ ସହାୟତା ପାଇଁ କହିଛନ୍ତି । ଏଥିସହ ସେ କହିଛନ୍ତି, ଡ. ଫାରୁକ୍ ଅବଦୁଲ୍ଲାଙ୍କ ନେତୃତ୍ୱ ପାର୍ଟୀ କୋରୋନା ସଙ୍କଟରେ ଫସି ରହିଥିବା ଲୋକଙ୍କର ଯଥା ସମ୍ଭବ ସାହାର୍ଯ୍ୟ କରିବାକୁ ଉଦ୍ୟମ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.