ETV Bharat / bharat

ଶତାୟୁ ଭୋଟରଙ୍କୁ ସମ୍ବର୍ଦ୍ଧନା

ଶତାୟୁ ମହିଳା ଭୋଟରଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପୋଲିଂ କର୍ମଚାରୀ । ବୟସ 100 ଅତିକ୍ରମ କରିଥିଲେ ମଧ୍ୟ ନିଜର ମୌଳିକ ଦାୟିତ୍ବକୁ ଭୁଲିନାହାନ୍ତି ଏହି ମହିଳା । ତେବେ ମହିଳା ଜଣକ ହେଉଛନ୍ତି ଦକ୍ଷିଣ ସିକ୍କିମର ସୁମିତ୍ରା ରାୟ । ଅଧିକ ପଢ଼ନ୍ତୁ...

author img

By

Published : Oct 22, 2019, 2:11 AM IST

ଫଟୋ ସୌଜନ୍ୟ:ANI

ଗ୍ୟାଙ୍ଗଟକ: ସିକ୍କିମରେ ଚାଲିଛି ବିଧାନସଭା ନିର୍ବାଚନ । ଆଉ ଏହି ନିର୍ବାଚନ ସମୟରେ ଏକ ଜଣେ ଶତାୟୁ ଭୋଟର ଚର୍ଚ୍ଚାକୁ ଆସିଛନ୍ତି । ପୋଲିଂ ଅଫିସର ମାନେ ଉକ୍ତ ଶତାୟୁ ମହିଳାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଶତାୟୁ ମହିଳା ଜଣକ ହେଉଛନ୍ତି ସିକ୍କିମର 107 ବର୍ଷୀୟ ସୁମିତ୍ରା ରାୟ ।

ସୁମିତ୍ରା ଦକ୍ଷିଣ ସିକ୍କିମର କମରାଙ୍ଗ ଏକ ସରକାରୀ ସ୍କୁଲକୁ ମତଦାନ ପାଇଁ ଆସିଥିଲେ । ଏକ ହ୍ବିଲ ଚେୟାରରେ ବସି ସେ ନିଜ ମତ ସାଭ୍ୟସ୍ତ କରିବା ପାଇଁ ଆସିଥିଲେ । ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ପୋଲିଂ ଅଫିସରମାନଙ୍କୁ ସୁମିତ୍ରା ତାଙ୍କର ଭୋଟ ପରିଚୟ ପତ୍ର ଦେଖାଇଥିଲେ । ପରେ ନିଜର ସମସ୍ତ କାର୍ଯ୍ୟ ସାରିବା ପରେ ପୋଲିଂ କର୍ମଚାରୀମାନେ ତାଙ୍କୁ ସମ୍ବର୍ଦ୍ଧନା କରିଥିବା ଜଣାପଡ଼ିଛି ।

ଏନେଇ ପୋଲିଂ କର୍ମଚାରୀମାନେ କହିଛନ୍ତି ଯେ, ଏହା ନିଶ୍ଚିତ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ସୁମିତ୍ରା ଶତାୟୁ ହୋଇଥିଲେ ମଧ୍ୟ ସେ ତାଙ୍କର ମୌଳିକ କର୍ତ୍ତବ୍ୟକୁ ଭୁଲି ନାହାନ୍ତି । ତେବେ ତାଙ୍କ ଏହି ମନୋଭାବ ଅନ୍ୟ ମାନଙ୍କ ପାଇଁ ବେଶ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି ପୋଲିଂ କର୍ମଚାରୀ ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.