ETV Bharat / bharat

ବିନା ଦୋଷରେ 93 ବର୍ଷୀୟା ବୃଦ୍ଧା ଗିରଫ, କାରଣ ଏମିତି କିଛି ...

କାହାର ଶେଷ ଇଚ୍ଛା ପ୍ରିୟଜନଙ୍କୁ ଭେଟିବା ବା ନିଜକୁ ଭଲ ଲାଗୁଥିବା ଜିନିଷ କରିବା । ହେଲେ ଲଣ୍ଡନର ଏହି ବୃଦ୍ଧାଙ୍କର ରହିଥିଲା ଏକ ଅଜବ ଇଚ୍ଛା, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା କ'ଣ ତାଙ୍କର ଶେଷ ଇଚ୍ଛା...

author img

By

Published : Jun 28, 2019, 11:03 AM IST

Updated : Jun 28, 2019, 11:13 AM IST

ଭାଇରାଲ ଫଟୋ

ଲଣ୍ଡନ: କିଛି ଦୋଷ ନାହିଁ,ହେଲେ ପୋଲିସ ଗିରଫ କରିଛି ଜଣେ 93 ବର୍ଷୀୟା ବୃଦ୍ଧା ଜୋସି ବର୍ଡଙ୍କୁ । ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ବୃଦ୍ଧା ଶେଷ ଇଚ୍ଛା ଥିଲା କି, ଜେଲରେ କଏଦୀ କେମିତି ରୁହନ୍ତି ସେ ବିଷୟରେ ଜାଣିବା । ତେଣୁ ତାଙ୍କର ଶେଷ ଇଚ୍ଛା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ ।

ତାଙ୍କର ନାତୁଣୀ ଜେଜେମାଙ୍କର ଶେଷ ଇଚ୍ଛା ପୂରଣ ପାଇଁ ଗ୍ରେଟର ମାଞ୍ଚେଷ୍ଟର ପୋଲିସକୁ ଅନୁରୋଧ କରିଥିଲେ । ପ୍ରଥମେ ପୋଲିସ ତାଙ୍କ କଥାରେ ରାଜି ହୋଇ ନଥିଲେ । କିନ୍ତୁ ଏହା ନିୟମ ବାହାରେ ଥିଲେ ମଧ୍ୟ ପରବର୍ତ୍ତୀ ମୂହୂର୍ତ୍ତରେ ରାଜି ହୋଇ ବୃଦ୍ଧାଙ୍କୁ ଗିରଫ କରି ହାଜତରେ ରଖିଥିଲେ ।

ବୃଦ୍ଧା ଜଣକ ହାଜତରେ ରହି ଅଭିଜ୍ଞତା ହାସଲ କରି ଖୁବ ଖୁସି ହୋଇଥିଲେ । ଆଉ ଏହାସହ ତାଙ୍କ ଶେଷ ଇଚ୍ଛା ମଧ୍ୟ ପୂରଣ ହୋଇଥିଲା । ପୋଲିସକୁ ଧନ୍ୟବାଦ ଦେଇଛନ୍ତି ବୃଦ୍ଧାଙ୍କ ନାତୁଣୀ ସ୍ମିଥ ।

Intro:Body:

blank

Conclusion:
Last Updated : Jun 28, 2019, 11:13 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.