ETV Bharat / bharat

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା: ଓଡିଆ ବ୍ୟକ୍ତିଙ୍କୁ ଗୁଜୁରାଟରେ ଫାଶୀ ଦଣ୍ଡ

ଗୁଜୁରାଟ ସୁରତରେ ଫାଶୀ ଦଣ୍ଡାଦେଶ ପାଇଲେ ଜଣେ ଓଡ଼ିଆ ବ୍ୟକ୍ତି। ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ଟୁକୁନା ଦାସକୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ। ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା...

odisha man awarded death penalty in Surat
ଓଡିଆ ବ୍ୟକ୍ତିଙ୍କୁ ଗୁଜୁରାଟରେ ଫାଶୀ ଦଣ୍ଡ
author img

By

Published : Jan 10, 2020, 5:10 PM IST

Updated : Jan 10, 2020, 10:06 PM IST

ଗାନ୍ଧୀ ନଗର: ଗୁଜରାଟ ସୁରତରେ ଫାଶୀ ଦଣ୍ଡାଦେଶ ପାଇଲେ ଜଣେ ଓଡ଼ିଆ ବ୍ୟକ୍ତି। ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ହତ୍ୟା କରିଥିବା ମାମଲାରେ ଦୋଷୀ ଟୁକୁନା ଦାସକୁ ଫାଶି ଦଣ୍ଡାଦେଶ ଦେଲେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ । ୨୦୧୭ ଜୁନ ୨୯ରେ ସେ ନିଜ 12 ବର୍ଷିୟ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିଲେ।

ମାମଲାଟି 2017 ମସିହାର। ୨୦୧୭ ଜୁନ ୨୯ ତାରିଖରେ ଗୁଜୁରାଟ ସୁରତର ପାଣ୍ଡେସରା ଅଞ୍ଚଳରୁ ଜଣେ 12 ବର୍ଷୀୟ କିଶୋରୀର ମୃତଦେହ ଜବତ ହୋଇଥିଲା। ମୃତଦେହର ବ୍ୟବଚ୍ଛେଦ କରାଯିବା ପରେ ସେ ୬ମାସର ଗର୍ଭବତୀ ଥିବା ଜଣାପଡିଥିଲା।

ଏନେଇ ପୋଲିସ ତନାଘନା କରିବା ପରେ ଘଟଣାରେ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ପୋଲିସ ପୀଡିତାର ବାପା ଟୁକୁନାକୁ ଜେରା କରିଥିଲା। ଏ ଘଟଣାର ତଦନ୍ତ ଚାଲିଥିବା ସମୟରେ ନିଜ ଝିଅକୁ ତଣ୍ଟି ଚିପି ହତ୍ୟା କରିଥିବା ସ୍ବୀକାର କରିଥିଲା ଟୁକୁନା। ଝିଅର ପୁରୁଷ ବନ୍ଧୁ ଥିବାରୁ ମୁଁ ତାକୁ ହତ୍ୟା କରିଥିଲି ବୋଲି ପୋଲିସ ନିକଟରେ ସଫାସଫା ମାନି ଯାଇଥିଲା।

ଓଡିଆ ବ୍ୟକ୍ତିଙ୍କୁ ଗୁଜୁରାଟରେ ଫାଶୀ ଦଣ୍ଡ

ଯଦିଓ ହତ୍ୟା କରିଥିବା ନେଇ ଟୁକୁନା ସ୍ବୀକାର କରିଥିଲା ହେଲେ ଝିଅ ପେଟରେ ଥିବା ଛୁଆର ବାପା କିଏ ସେନେଇ ପୋଲିସ ଅଧିକ ତଦନ୍ତ କରିଥିଲା । ଏହାପରେ ପୋଲିସ ସନ୍ଦେହ କରି ନାବାଳିକା ଗର୍ଭରେ ଥିବା ଭ୍ରୁଣ ସହ ଟୁକୁନାର ଡିଏନଏକୁ ପରୀକ୍ଷା କରିଥିଲା। ଯାହା ମେଳ ଖାଇଥିଲା। ଡିଏନଏ ପରୀକ୍ଷା ପରେ ସ୍ପଷ୍ଟ ହୋଇଗଲା ଯେ, ଟୁକୁନା ହିଁ ନିଜ ଝିଅକୁ ଦୁଷ୍କର୍ମ କରିଥିଲା। ମାମଲା ସାମ୍ନାକୁ ଆସିବା ପରେ ସେ ଝିଅର ତଣ୍ଟି ଚିପି ହତ୍ୟା କରିଥିଲା।

ଏହାପରେ ଟୁକୁନାକୁ ଗିରଫ କରାଯାଇ ପୋକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା । ପ୍ରାୟ 2 ବର୍ଷ ପରେ ମାମଲାର ଶୁଣାଣି କରାଯାଇ ଶୁକ୍ରବାର ଦୋଷୀକୁ ଫାଶୀ ଦଣ୍ଡାଦେଶ ଦିଆଯାଇଛି।

Intro:Body:

BLANK FOR LINK 

Conclusion:
Last Updated : Jan 10, 2020, 10:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.