ETV Bharat / bharat

ମହାମାରୀର ମହାନାୟକ: ଦୋକାନର ନାଁ ସୋନୁ ସୁଦ୍

ମହାମାରୀ ସମୟରେ ମହାନାୟକ ସାଜିଥିଲେ ବଲିଉଡ୍ ଆକ୍ଟର ସୋନୁ ସୁଦ । ଏହି କଳାକାରଙ୍କ ସହଯୋଗରେ କୋଚିନରୁ ଓଡିଶା ଫେରିଆସିଥିବା ଜଣେ ଯୁବକ ତାଙ୍କ ଦୋକାନର ନାଁ ସୋନୁ ସୁଦଙ୍କ ନାମରେ ରଖିଛନ୍ତି।

ମହାମାରୀର ମହାନାୟକ, ଦୋକାନର ନାଁ ସୋନୁ ସୁଦ୍
ମହାମାରୀର ମହାନାୟକ, ଦୋକାନର ନାଁ ସୋନୁ ସୁଦ୍
author img

By

Published : Jul 19, 2020, 3:05 PM IST

Updated : Jul 19, 2020, 8:26 PM IST

କେନ୍ଦ୍ରାପଡା: ମହାମାରୀ ସମୟରେ ମହାନାୟକ ସାଜିଥିଲେ ବଲିଉଡ୍ ଆକ୍ଟର ସୋନୁ ସୁଦ। ବାହାର ରାଜ୍ୟରେ ଫସି ରହିଥିବା ଛାତ୍ରଛାତ୍ରୀ ଓ ଅନେକ ଲୋକଙ୍କୁ ନିଜ ଜନ୍ମମାଟିକୁ ସୁରକ୍ଷିତ ସ୍ଥାନାନ୍ତର କରିଥିଲେ। ଏନେଇ ତାଙ୍କୁ ସଭିଁଏ ପ୍ରଶଂସା କରିବା ସହ ତାଙ୍କୁ ପ୍ରତି ହେଭିୱେଟଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା। ତାଙ୍କ ପାଖରେ ଅର୍ଥବଳ ନଥିଲେ ମଧ୍ୟ ସେ କର୍ମବଳ ଓ ମନୋବଳକୁ ନେଇ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ।

ମହାମାରୀର ମହାନାୟକ: ଦୋକାନର ନାଁ ସୋନୁ ସୁଦ୍

ତେବେ ସୋନୁଙ୍କ ସେହି ମହାନତାକୁ ଫେମିନା ତାର ଅଫିସିଆଲ ୱେବସାଇଟରେ ଟ୍ବିଟ କରିଛି। ପୋଷ୍ଟ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ ଯୁବକ ତାର ଦୋକାନର ନାମ ସୋନୁ ସୁଦ୍ ରଖିଛି। ଯୁବକ ଜଣକ କେନ୍ଦ୍ରାପଡାର ବୋଲି ତାଙ୍କ ଦୋକାନରେ ଲାଗିଥିବା ବ୍ୟାନର ଠିକଣାରେ ଦେଖିବାକୁ ମିଳିଛି।

''ଫ୍ୟାନ୍ସଙ୍କ ଭଲପାଇବାର କୌଣସି ଆବଦ୍ଧ ପରିସର ନଥାଏ। ଯାହାର ଉଦାହରଣ ଏଠି ଦେଖିପାରୁଥିବେ। ବିପଦ ସମୟରେ ସୋନୁ ଯୁବକ ଜଣଙ୍କୁ କୋଚିନରୁ ଓଡିଶାକୁ ସୁରକ୍ଷିତ ଭାବେ ଫେରାଇ ଆଣିଥିଲେ। ଯେଉଁଥି ପାଇଁ ଯୁବକ ଜଣକ ତାଙ୍କ ୱେଲ୍ଡିଂ ଦୋକାନର ନାମକରଣ ସୋନୁଙ୍କ ନାଁରେ କରିଛନ୍ତି ବୋଲି ଏହି ଟ୍ବିଟରେ ଲେଖାଯାଇଛି।''

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jul 19, 2020, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.