ETV Bharat / bharat

ରାଜସ୍ଥାନ ବିଧାନସଭା ଅଧିବେଶନରେ ଉଠିବନି ରାଜ୍ୟବାସୀଙ୍କ ପ୍ରସଙ୍ଗ !

author img

By

Published : Aug 6, 2020, 7:54 PM IST

ରାଜସ୍ଥାନର ରାଜନୈତିକ ଡ୍ରାମା ମଧ୍ୟରେ ଆସନ୍ତା ଅଗଷ୍ଟ 14ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥର ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଉଠାଇବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଏହାଦ୍ବାରା ଗୃହରେ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି ।

ରାଜସ୍ଥାନ ବିଧାନସଭା  ଅଧିବେଶନ
ରାଜସ୍ଥାନ ବିଧାନସଭା ଅଧିବେଶନ

ଜୟପୁର: ରାଜସ୍ଥାନର ରାଜନୈତିକ ଡ୍ରାମା ମଧ୍ୟରେ ଆସନ୍ତା ଅଗଷ୍ଟ 14ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଅଧିବେଶନରେ ରାଜ୍ୟବାସୀଙ୍କ ସହ ଜଡିତ ପ୍ରସଙ୍ଗ କମ୍ ଉଠାଯିବ। ଏହି ଅଧିବେଶନରେ ରାଜସ୍ଥାନ ରାଜନୀତିରେ ଜାରି ଅସ୍ଥିରତା ସମ୍ପର୍କରେ ଅଧିକ ଚର୍ଚ୍ଚା ହେବାର ସମ୍ଭାବନା ରହିଛି । ବିଧାନସଭାର 200 ସଦସ୍ୟଙ୍କ ମଧ୍ୟରୁ କେବଳ ଅଳ୍ପ କିଛି ନିର୍ବାଚିତ ବିଧାୟକ ଏପର୍ଯ୍ୟନ୍ତ ନିଜ ପ୍ରଶ୍ନ ଦାଖଲ କରିଛନ୍ତି। ବିଜେପି ବିଧାୟକ ତଥା ମୁଖପାତ୍ର ରାମଲାଲ ଶର୍ମା ଏହି ସୂଚନା ଦେଇଛନ୍ତି।

ରାଜସ୍ଥାନ ବିଧାନସଭା ଅଧିବେଶନ

ରାମଲାଲ ଶର୍ମା ତାଙ୍କ ପ୍ରଶ୍ନ ଦାଖଲ କରିବାକୁ ବିଧାନସଭା ଯାଇଥିଲେ। ଏହି ସମୟରେ ପ୍ରଶ୍ନ ପ୍ରସଙ୍ଗରେ ସେ ଜାଣିବାକୁ ପାଇଥିଲେ । କେବଳ କିଛି ବିଧାୟକ ଏବେସୁଦ୍ଧା 300 ପ୍ରଶ୍ନ ଦାଖଲ କରିଛନ୍ତି । ତେବେ ଜୈସଲମେରରେ ଥିବା କୌଣସି କଂଗ୍ରେସ ବିଧାୟକ ଏବେସୁଦ୍ଧା ନିଜ ପ୍ରଶ୍ନ ଦାଖଲ କରିନଥିବା ସେ କହିଛନ୍ତି ।

ତେବେ ଏହି ବିଧାନସଭା ଅଧିବେଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ବିଧାୟକ ଯଦି ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ସ୍ବର ଉତ୍ତୋଳନ କରିବେ ନାହିଁ ତେବେ ଏହା ମଧ୍ୟ ସେମାନଙ୍କ ପାଇଁ ସମସ୍ୟା ପାଲଟିପାରେ । ନିୟମ ଅନୁଯାୟୀ, ପ୍ରତ୍ୟେକ ବିଧାୟକଙ୍କୁ ସର୍ବାଧିକ 30 ଟି ପ୍ରଶ୍ନ ଦାଖଲ କରିବାକୁ ଅନୁମତି ଦିଆଯାଏ ।

ବର୍ତ୍ତମାନ ବିଧାନସଭା ବାଚସ୍ପତି, ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ବ୍ୟତୀତ ଅନ୍ୟ ବିଧାୟକଙ୍କ ସଂଖ୍ୟା 150 ରୁ ଅଧିକ । ଯଦି ଜଣେ ବିଧାୟକ 30 ପ୍ରଶ୍ନ ଦାଖଲ କରୁଛନ୍ତି, ତାହେଲେ ଏହି ସଂଖ୍ୟା 4.5 ହଜାରରୁ ଅଧିକ ହେବ। କିନ୍ତୁ ଅଧିବେଶେନ ପାଇଁ ଦାଖଲ ସଂଖ୍ୟା ଦର୍ଶାଉଛି ଯେ ଏଥର ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଉଠାଇବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ତେବେ ଏହାଦ୍ବାରା ଗୃହରେ ଉତ୍ତେଜନା ଦେଖାଦେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.