ETV Bharat / bharat

ଏଣିକି ହୁଣ୍ଡିରେ ନୁହେଁ, ପେଟିଏମରେ ବି କରିପାରିବେ ଦାନ

author img

By

Published : Aug 18, 2019, 12:36 PM IST

ପେଟିଏମ ଜରିଆରେ ବାରାଣସୀସ୍ଥିତ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିରରେ ଟିକେଟ୍‌ ପୈଠ ଓ ଦାନ କରିପାରିବେ । ଏଥିପାଇଁ ମନ୍ଦିରର ଡୋନେଶନ ଲିଙ୍କ୍‌କୁ ପେଟିଏମ ଆପ୍‌ରେ ଲାଇଭ୍‌ କରାଯାଇଛି ।

ଡିଜାଇନ ଫଟୋ

ବାରଣାସୀ: ଏଣିକି ପେଟିଏମ ଜରିଆରେ ଉତ୍ତରପ୍ରଦେଶର ବାରାଣସୀସ୍ଥିତ ପ୍ରସିଦ୍ଧ କାଶୀ ବିଶ୍ବନାଥ ମନ୍ଦିରରେ ଆଳତୀ, ସୁଗମ ଦର୍ଶନ ଓ ରୁଦ୍ରାଭିଷେକର ଟିକେଟ୍‌ ପୈଠ କରିପାରିବେ । ଏଥିପାଇଁ ମନ୍ଦିରର ଡୋନେଶନ ଲିଙ୍କ୍‌କୁ ପେଟିଏମ ଆପ୍‌ରେ ଲାଇଭ୍‌ କରାଯାଇଛି । ଏହି ଲିଙ୍କ ଜରିଆରେ ଶ୍ରଦ୍ଧାଳୁମାନେ ଟଙ୍କା ଦାନ ମଧ୍ୟ କରିପାରିବେ ।

ଏହି ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପ୍ରଶସ୍ତିକରଣ ଯୋଜନା ପାଇଁ ଶ୍ରମଦାନର ବ୍ୟବସ୍ଥା ସହ ଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁକାରଣରୁ ପେଟିଏମ ଆପ୍‌ରେ ମନ୍ଦିରର ଡୋନେଶନ ଲିଙ୍କ୍‌କୁ ସଂଯୋଗ କରାଯାଇଛି । ଏଥିରେ ମନ୍ଦିରର ପ୍ରଶସ୍ତିକରଣ, ସଞ୍ଚାଳନ, ଗ୍ୟାଲେରୀ ନିର୍ମାଣ ସହ ଶ୍ରଦ୍ଧାଳୁଙ୍କୁ ମନ୍ଦିର ପକ୍ଷରୁ ମିଳିବାକୁ ଥିବା ସମସ୍ତ ସୁବିଧା ପାଇଁ ବିଭିନ୍ନ ପ୍ରକାରର ବିକଳ୍ପ ବ୍ୟବସ୍ଥା କରାଯାଇଛି ।

ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶାଳ ସିଂହଙ୍କ କହିବାନୁଯାୟୀ, ଡିଜିଟାଲ ଇଣ୍ଡିଆର ଅଗ୍ରଗତି ପାଇଁ ମନ୍ଦିରରେ ପେଟିଏମ ବ୍ୟବସ୍ଥା ଲାଗୁ କରାଯାଇଛି । ଯଦ୍ବାରା ଟିକେଟ କିମ୍ବା ଦାନ କରିବାକୁ ଶ୍ରଦ୍ଧାଳୁଙ୍କୁ ଆଉ ବେଶୀ ହଇରାଣ ହେବାକୁ ପଡିବନାହିଁ । ବର୍ତ୍ତମାନ ସୁଦ୍ଧା ଅନଲାଇନରେ ମନ୍ଦିରର ୱେବସାଇଟକୁ ଯାଇ ଦାନ କରିବାର ବ୍ୟବସ୍ଥା ଥିଲା ।

ଏହା ପୂର୍ବରୁ ପେଟିଏମ କମ୍ପାନୀ ବଦ୍ରିନାଥ, କେଦାରନାଥ, ବୃନ୍ଦାବନ ଭଳି 10ଟି ଧାର୍ମିକସ୍ଥଳରେ ଏହି ସୁବିଧା ଦେଇଥିବାବେଳେ କାଶୀ ବିଶ୍ବନାଥ 11 ନମ୍ବର ଧାର୍ମିକସ୍ଥଳରେ ଏହି ସୁବିଧା ଆରମ୍ଭ ହୋଇଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.