ETV Bharat / bharat

ଏଣିକି ମହଙ୍ଗା ପଡିବ ଉଚ୍ଚସ୍ବର ଯୁକ୍ତ ବିକଟାଳ ହର୍ଣ୍ଣ

author img

By

Published : Oct 18, 2019, 3:25 PM IST

ଆପଣଙ୍କ କାର୍‌ କିମ୍ବା ବାଇକରେ ଉଚ୍ଚସ୍ବର ଯୁକ୍ତ କିମ୍ବା କର୍କଶ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଅଛି କି, ତାହାଲେ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ। ଏହାକୁ ବନ୍ଦ କରିବା ନେଇ ହାଇକୋର୍ଟରେ ଏକ ଯାଚିକା ଦାଏର ହୋଇଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ସାବଧାନ ଗାଡି ଚାଳକ। ଆପଣଙ୍କ କାର୍‌ କିମ୍ବା ବାଇକରେ ଉଚ୍ଚସ୍ବର ଯୁକ୍ତ କିମ୍ବା କର୍କଶ ଶବ୍ଦ ସୃଷ୍ଟି କରୁଥିବା ହର୍ଣ୍ଣ ଅଛି କି, ତାହାଲେ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । କାରଣ ଏକ ଏନଜିଓ ସଂସ୍ଥା ସହ ଜଡିତ ଆଇନ ଛାତ୍ର ପ୍ରତୀକ ଚୌଧୁରୀ ଦିଲ୍ଲୀ ହାଇକୋର୍ଟରେ ଉଚ୍ଚସ୍ବରରେ ବାଜୁଥିବା ବିକଟାଳ ହର୍ଣ୍ଣ ବଜାଉ ଥିବା ଗାଡି ଚାଳକ ବିରୁଦ୍ଧରେ ହାଇକୋର୍ଟରେ ଯାଚିକା ଦାଏର କରିଛନ୍ତି।

ଏହି ଆବେଦନ ପରେ ହାଇକୋର୍ଟ କଡା ନିଷ୍ପତ୍ତି ନେଇଥିଲେ । ଏଭଳି ବାଇକ ଚାଳକଙ୍କ ଠାରୁ କେବଳ ଚାଲାଣ କଟାଯିବ ନାହିଁ ବରଂ ସେମାନଙ୍କ ବିରୁଦ୍ଧରେ କଡା ପଦକ୍ଷେପ ନେବାକୁ ଦିଲ୍ଲୀ ପୋଲିକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଏନେଇ ରିପୋର୍ଟ ଦେବାକୁ ମଧ୍ୟ କୁହାଯାଇଛି।

ଦିଲ୍ଲୀର ବିଭିନ୍ନ ସ୍ଥାନରେ ଉଚ୍ଚ ସ୍ବର ଯୁକ୍ତ ହର୍ଣ୍ଣ, ସ୍ପିକର, ରୟାଲ ଏନଫିଲ୍ଡ ବୁଲେଟ ମୋଟର ସାଇକେଲରେ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାରର ସାଇଲେନସରର ନିର୍ମାଣ, ବିକ୍ରି ଏବଂ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରତୀକ ଯାଚିକାରେ ଦର୍ଶାଇଥିଲେ। ଏହା ପରେ ଦିଲ୍ଲୀ ପୋଲିସ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ ହୋଇଥିଲା । ଲଗାତାର ଭାବେ ଏଭଳି ଗାଡି ଚାଳକଙ୍କ ଠାରୁ ଚାଲଣ କଟାଯାଉଛି । ଖୁବ ଶୀଘ୍ର ଏହା ବିରୁଦ୍ଧରେ ବଡଧରଣର ପଦକ୍ଷେପ ନିଆଯିବ ।

ଏହି କ୍ରମରେ ଜୁନ 4ରୁ ଜୁଲାଇ ପର୍ଯ୍ୟନ୍ତ ଜୋରରେ ହର୍ଣ୍ଣ ବାଜୁଥିବା 6315ଟି ଗାଡି ଏବଂ ବିକଟାଳ ସ୍ବର ଯୁକ୍ତ ସାଇଲେନସର ଲାଗିଥିବା 35ଟି ଗାଡିରୁ ଜୋରିମାନା କଟାଯାଇଛି । ସେହିପରି 23 ଜୁଲାଇରି ଅକ୍ଟୋବର 8 ପର୍ଯ୍ୟନ୍ତ 6157 ଜୋରରେ ହର୍ଣ୍ଣ ବାଜୁଥିବା ଏବଂ 390ଟି କର୍କଶ ସାଇଲେନସର ଲାଗିଥିବା ଗାଡିରୁ ଜୋରିମାନା ଆଦାୟ କରାଯାଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.