ଜୟପୁର: ସରକାରୀ ଅଫିସରେ ଏବେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ରୋକ ଲାଗିଛି । ଖାଲି ସରକାରୀ ଅଫିସରେ ନୁହେଁ ଏବେ ଦେଶକୁ ପ୍ଲାଷ୍ଟିକ ଫ୍ରି କରିବାକୁ ଅଭିଯାନ ଆରମ୍ଭ ହୋଇଯାଇଛି । ଏନେଇ ସବୁଆଡେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ପରିପେକ୍ଷୀରେ ବୁଧବାର ରାଜସ୍ଥାନ ସଚିବାଳୟରେ ବସିଥିବା କନଫରେନ୍ସ ବୈଠକରେ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲ ବ୍ୟବହାର କରାଯାଇଛି ।
ଅଭିଯାନ ଅନୁସାରେ ଗାଁ ସହର ସହିତ ଧାର୍ମିକ ସ୍ଥାନ, ସ୍କୁଲ, ରେଳ ଷ୍ଟେସନରେ ପ୍ଲାଷ୍ଟିକର ବ୍ୟବହାରକୁ ରୋକିବା ସହ ଏହାର ବିକଳ୍ପର ପ୍ରବନ୍ଧନ କରିବାକୁ ପଡିବ । ସେ ଆଇଏସ ଅଧିକାରୀଙ୍କ ଅବସରପ୍ରାପ୍ତ କାର୍ଯ୍ୟକ୍ରମ ହେଉ ଅବା ମୁଖ୍ୟସଚିବଙ୍କ ଭିଡିଓ କନଫରେନ୍ସ କି ଅନ୍ୟ କୌଣସି କାର୍ଯ୍ୟକ୍ରମ ଏଭଳି ସମସ୍ତ ସ୍ଥାନରେ ପ୍ଲାଷ୍ଟିକ ପାଣି ବୋତଲ ବଦଳରେ କାଚ ବୋତଲ ଓ ଗ୍ଲାସର ବ୍ୟବହାର କରାଯିବ ।
2 ଅକ୍ଟୋବର ଆଜିର ଦିନରେ ରାଷ୍ଟ୍ରବ୍ୟାପୀ ଶ୍ରମଦାନ ଓ ପ୍ରତିଜ୍ଞା କରାଯାଇଛି । ଅକ୍ଟୋବର 3ରୁ 27 ପର୍ଯ୍ୟନ୍ତ ପ୍ଲାଷ୍ଟିକ ଆବର୍ଜନାର ରିସାଇକେଲିଂ କରାଯିବ । କେନ୍ଦ୍ର ରାଜ୍ୟକୁ ପ୍ଲାଷ୍ଟିକ ବ୍ୟବହାର କରିବା ଦ୍ବାରା ଦଣ୍ଡ ସ୍ବରୂପ ଜୋରିମାନା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛି । ଏନେଇ ପ୍ରାବନ୍ଧନ ନିୟମାନୂଯାୟୀ, 2016 ଅନୁସାରେ ଦଣ୍ଡ ଓ ଯୋରିମାନାର ପ୍ରାବନ୍ଧନ କରାଯାଉଛି । ଏନେଇ ରାଜ୍ୟସରକାର ନୋଟିଫିକେସନ ଜାରି କରିଛନ୍ତି । ଯଦ୍ବାରା ପ୍ରଦେଶ ପ୍ଲାଷ୍ଟିକ ମୁକ୍ତ ହେବ ।