ETV Bharat / bharat

ଏଣିକି ଆମାଜନ ଆଲେକ୍ସାରେ ଶୁଣି ହେବ ଉର୍ଦ୍ଦୁ ଶାୟରୀ - ଲାଟେଷ୍ଟ ଟେକ୍ନୋଲୋଜି

କବିତା ବା ଶାୟରୀ ପ୍ରେମୀଙ୍କ ପାଇଁ ଆମାଜମ ଆଲେକ୍ସା ଆଣିଛି ନୂଆ ସୁଯୋଗ । ଶୁକ୍ରବାର ରେଖତା ଫାଉଣ୍ଡେସନ ନିଜର ଆମାଜନ ଆଲେକ୍ସା ସ୍କିଲ ଲଞ୍ଚ କରିଥିବା ବେଳେ ଏଥିରେ ରହିଛି ଉର୍ଦ୍ଦୁ ଶାୟରୀ ବା କବିତା ଶୁଣିପାରିବାର ସୁଯୋଗ ।

amazon alexa, urdu shayari on amazon alexa, shayari and poem on amazon alexa, latest technology news, rekhta foundation, ଆମାଜନ ଆଲେକ୍ସା, ଆମାଜନ ଆଲେକ୍ସାରେ ଉର୍ଦ୍ଦୁ ଶାୟରୀ, ଆମାଜନ ଆଲେକ୍ସାରେ ଶାୟରୀ ଓ କବିତା, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌, ରେଖତା ଫାଉଣ୍ଡେସନ
ଏଣିକି ଆମାଜନ ଆଲେକ୍ସାରେ ଶୁଣି ହେବ ଉର୍ଦ୍ଦୁ ଶାୟରୀ
author img

By

Published : Jun 6, 2020, 7:03 AM IST

ହାଇଦ୍ରାବାଦ: କବିତା ବା ଶାୟରୀ ପ୍ରେମୀଙ୍କ ପାଇଁ ଆମାଜମ ଆଲେକ୍ସା ଆଣିଛି ନୂଆ ସୁଯୋଗ । ଶୁକ୍ରବାର ରେଖତା ଫାଉଣ୍ଡେସନ ନିଜର ଆମାଜନ ଆଲେକ୍ସା ସ୍କିଲ ଲଞ୍ଚ କରିଥିବା ବେଳେ ଏଥିରେ ରହିଛି ଉର୍ଦ୍ଦୁ ଶାୟରୀ ବା କବିତା ଶୁଣିପାରିବାର ସୁଯୋଗ । ୟୁଜର୍ସମାନେ ନିଜ ମନ ପସନ୍ଦର ଥିମ ଯଥା ପ୍ରେମ, ଦୁଃଖ କିମ୍ବା ହ୍ୟୁମର ସମ୍ବନ୍ଧୀୟ ଶାୟରୀ ବା କବିତା ଏହି ନୂଆ ସ୍କିଲ ସାହାଯ୍ୟ ଶୁଣିବାର ସୁଯୋଗ ପାଇପାରିବେ ।

ଏହି ନୂଆ ସ୍କିଲ ଦ୍ବାରା ୟୁଜର୍ସ ନିଜ ମନ ପସନ୍ଦର କବିଙ୍କ କବିତା ଓ ଶାୟରୀକୁ ଆମାଜନ ଇକୋ ରେଞ୍ଜ ବା ଆଲେକ୍ସା ଏନେବୁଲ ଡିଭାଇସରେ ଶୁଣିପାରିବେ । ପ୍ରାୟ 50 ପ୍ରସିଦ୍ଧ କବିଙ୍କ 1000ରୁ ଉର୍ଦ୍ଧ୍ବ ଶାୟରୀ ଶୁଣିବା ପାଇଁ ୟୁଜର୍ସଙ୍କୁ ଆଲେକ୍ସାରେ ନିଜ ପସନ୍ଦର କବି ଓ ଶାୟରୀରେ ଥିମ କହିବାକୁ ହେବ । ଏହାପରେ ଅନ୍ୟ ଗୀତ ପରି ଆଲେକ୍ସା ପ୍ଲେ କରିବ ଆପଣ ପସନ୍ଦର ଶାୟରୀ ଓ କବିତା । ଏନେଇ ରେଖତା ଫାଉଣ୍ଡେସନ ପ୍ରତିଷ୍ଠାତା ସଞ୍ଜୀବ ଶରାଫଙ୍କ କହିବା ମୁତାବକ ବର୍ତ୍ତମାନ ସମୟରେ କବି ଓ କବିତାର ଚାହିଦା ବଢି ଚାଲିଥିବା ବେଳେ ଆଲେକ୍ସା ଦ୍ବାରା ଲୋକେ ଘରେ ବସି ଅନ୍ୟ ସାଧାରଣ ଗୀତ ପରି ଶାୟରୀ ମଧ୍ୟ ଶୁଣିପାରିବାର ସୁଯୋଗ ସୃଷ୍ଟି ହୋଇଛି ।

ଆଗକୁ ରେଖତା ସ୍କିଲ ଇଂରାଜୀ ଓ ହିନ୍ଦୀ ଭାଷାରେ ଲଞ୍ଚ କରାଯିବାର ଯୋଜନା ରହିଛି । ଏହାଦ୍ବାରା ୟୁଜର୍ସ ‘ଆଲେକ୍ସା, ଓପନ ରେଖତା କିମ୍ବା ଆଲେକ୍ସା, ରେଖତା ସୁରୁ କରୋ’ ପରି କମାଣ୍ଡ ଦେଇ ନିଜ ପସନ୍ଦର ଶାୟରୀ ଶୁଣିପାରିବେ । ଏଥିସହ ୟୁଜର୍ସ ଚାହିଁଲେ ‘ଆଲେକ୍ସା, ଟେଲ ମି ଏ ଲଭ ଶାୟରୀ’ କମାଣ୍ଡ ଦେଇ ନିଜ ପସନ୍ଦର ପ୍ରକାରରେ ମଧ୍ୟ ଶାୟରୀ ଓ କବିତା ଶୁଣିପାରିବେ ।

ତେବେ ଭାରତରେ ବିଭିନ୍ନ ଭାଷାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଥିବା ନଟପ୍ରଫିଟ ଅର୍ଗାନାଇଜେସନ ହେଉଛି ରେଖତା ଫାଉଣ୍ଡେସନ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.