ETV Bharat / bharat

କେମିତି ବ୍ଲକ କରିବେ ନିଜ ହଜିଥିବା ଏଟିଏମ୍‌/ଡେବିଟ୍‌ କାର୍ଡ?

ବର୍ତ୍ତମାନ ସମୟରେ ଟ୍ରେଣ୍ଡ କରୁଛି ‘ଗୋ କ୍ୟାସ୍‌ଲେସ’ ଫର୍ମୁଲା । ତେଣୁ ଯେଉଁ କାର୍ଡ ଉପରେ ଲୋକେ ଏତେ ନିର୍ଭର କରୁଛନ୍ତି ସେହି କାର୍ଡ ଯଦି ହଜିଯାଏ ତେବେ ଚାରିଆଡ ହୋଇଯାଏ ଅନ୍ଧାର । ଏମିତିରେ ବ୍ୟସ୍ତ ନହୋଇ ପ୍ରଥମେ ନିଜ କାର୍ଡକୁ ବ୍ଲକ କରନ୍ତୁ ।

ଫାଇଲ ଫଟୋ
author img

By

Published : Jun 18, 2019, 6:07 AM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ଟ୍ରେଣ୍ଡ କରୁଛି ‘ଗୋ କ୍ୟାସ୍‌ଲେସ’ ଫର୍ମୁଲା । ଫଳରେ ପାଖରେ ଅଳ୍ପ କିଛି ଜରୁରୀକାଳୀନ ଟଙ୍କା ରଖି ଏଟିଏମ୍‌ ଓ ଡେବିଟ୍‌ କାର୍ଡ ଉପରେ ନିର୍ଭର କରିବା ଆରମ୍ଭ କରିଛନ୍ତି ଲୋକେ । ହେଲେ ଯେଉଁ କାର୍ଡ ଉପରେ ଲୋକେ ଏତେ ନିର୍ଭର କରୁଛନ୍ତି ସେହି କାର୍ଡ ଯଦି ହଜିଯାଏ ତେବେ ଚାରିଆଡ ହୋଇଯାଏ ଅନ୍ଧାର । ଏମିତିରେ ବ୍ୟସ୍ତ ନ ହୋଇ ପ୍ରଥମେ ନିଜ କାର୍ଡକୁ ବ୍ଲକ କରନ୍ତୁ ।

ତେବେ କାର୍ଡ ବ୍ଲକ କରିବା ପାଇଁ ରହିଛି ଅନେକ ଉପାୟ । କ’ଣ ରହିଛି ସେସବୁ ଉପାୟ ଜାଣିବା ପାଇଁ ପଢନ୍ତୁ :

1- କଷ୍ଟମର୍‌ କେୟାରକୁ ଯୋଗାଯୋଗ କରନ୍ତୁ :

ପ୍ରତି ଏଟିଏମ୍‌ କାର୍ଡର ପଛ ପାର୍ଶ୍ବରେ ଲେଖା ରହିଥାଏ ଏକ ଟୋଲଫ୍ରି ନମ୍ବର । ମନେ ରଖନ୍ତୁ, ନିଜ ଏଡିଏମ୍‌ କାର୍ଡରେ ରହିଥିବା ଏହି ନମ୍ବରକୁ ସବୁବେଳେ ସେଭ୍‌ କରି ରଖନ୍ତୁ । କାର୍ଡ ହଜିବା ସମୟରେ ପ୍ରଥମେ ଏହି ନମ୍ବରକୁ ନେଇ ଗୁଗୁଲ ସର୍ଚ୍ଚ କରନ୍ତୁ । ଯେଉଁଥିରେ ଆପଣ କାର୍ଡ ସମ୍ବନ୍ଧୀୟ ବ୍ୟାଙ୍କ ଡିଟେଲ୍ସ ପାଇ ପାରିବେ । ଏହି ଡିଟେଲ୍ସରେ ଥିବା ବ୍ୟାଙ୍କ ନମ୍ବରରେ ଯୋଗାଯୋଗ କରନ୍ତୁ । ଏହାପୂର୍ବରୁ ଆବଶ୍ୟକୀୟ ସମସ୍ତ ତଥ୍ୟ ଯଥା ଆକାଉଣ୍ଟ ନମ୍ବର, ଶେଷ ଟ୍ରାନ୍‌ଜାକ୍ସନର ସମୟ ଓ ସ୍ଥାନ ଆଦି ନିଜ ପାଖରେ ରଖିବାକୁ ଭୁଲନ୍ତୁ ନାହିଁ ।

2- ନେଟ୍‌ ବ୍ୟାଙ୍କିଙ୍ଗର ବ୍ୟବହାର :

କାର୍ଡ ହଜିବା ଜାଣିବା ପରବର୍ତ୍ତୀ ସମୟରେ ଯଦି ଆପଣଙ୍କ ପାଖରେ ଇଣ୍ଟରନେଟର ସୁବିଧା ଉପଲବ୍ଧ ରହିଛି ତେବେ ପ୍ରଥମେ ନେଟ୍‌ ବ୍ୟାଙ୍କିଙ୍ଗ ଆକାଉଣ୍ଟରେ ଲଗ୍‌ ଇନ୍‌ କରନ୍ତୁ । ବର୍ତ୍ତମାନ ‘କାର୍ଡ’ କିମ୍ବା ‘ସର୍ଭିସ’ ଲେଖାଥିବା ସେକ୍ସନକୁ ଯାଆନ୍ତୁ । ଏଠାରେ କାର୍ଡ ବ୍ଲକ କରିବା ପାଇଁ ଆପଣ ଆପ୍ଲାଏ କରିପାରିବେ ।

3- ଏସ୍‌ଏମ୍‌ଏସ୍‌ର ବ୍ୟବହାର :

କେତେକ ବ୍ୟାଙ୍କ କମ୍ପାନୀ ଅଛି ଯିଏ ଏସ୍‌ଏମ୍‌ଏସ୍‌ ପଠାଇ ନିଜ କାର୍ଡକୁ ବ୍ଲକ କରିପାରିବାର ସୁବିଧା ଗ୍ରାହକଙ୍କ ଯୋଗାଇଥାଏ । ଯଦି ଆପଣଙ୍କ ବ୍ୟାଙ୍କ ଏହି ସୁବିଧା ଯୋଗାଉଛି ତେବେ କମ୍ପାନୀକୁ ଏକ ଏସ୍‌ଏମ୍‌ଏସ୍‌ ପଠାଇ ନିଜ କାର୍ଡକୁ ବ୍ଲକ କରିପାରିବେ ।

4- ନିକଟସ୍ଥ ବ୍ୟାଙ୍କ ସହ ଯୋଗାଯୋଗ :

ବ୍ୟାଙ୍କର କାର୍ଯ୍ୟକରୀ ସମୟ ଭିତରେ ଯଦି ଆପଣଙ୍କ କାର୍ଡ ହଜିଥାଏ ତେବେ ପ୍ରଥମେ ନିଜ ନିକଟସ୍ଥ ଯେକୌଣସି ବ୍ୟାଙ୍କ ଶାଖାକୁ ଯାଆନ୍ତୁ । ସେଠାରେ କହି ଆପଣ ନିଜ କାର୍ଡକୁ ବ୍ଲକ କରିପାରିବେ ।

Intro:Body:

dhd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.