ETV Bharat / bharat

ଥରୁଛି ଉତ୍ତରଭାରତ, ୟୁପିର ବହୁ ଜିଲ୍ଲାରେ ସ୍କୁଲ ବନ୍ଦ

ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି । ଭାରତୀୟ ପାଣିପାଗ  ଅନୁଯାୟୀ ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ ।  ଏଥିସହ ଆଗାମୀ 28ରୁ  29 ତାରିଖ ପର୍ଯ୍ୟନ୍ତ କିଛି ସହରରେ ନିମ୍ନତମ ତାପମାତ୍ରା 4 ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ଅଛି । ସେହିଭଳି ଆଗାମୀ ଦିନରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ।

author img

By

Published : Dec 26, 2019, 9:57 AM IST

north east winter
north east winter

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ଶୀତଲହରୀ ଜାରି ରହିଛି । ଭାରତୀୟ ପାଣିପାଗ ଅନୁଯାୟୀ ଆହୁରି ୨ ରୁ ୩ ଦିନ ଧରି ଥଣ୍ଡାର ପ୍ରକୋପ ରହିବ । ଏଥିସହ ଆଗାମୀ 28ରୁ 29 ତାରିଖ ପର୍ଯ୍ୟନ୍ତ କିଛି ସହରରେ ନିମ୍ନତମ ତାପମାତ୍ରା 4 ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ଅଛି । ସେହିଭଳି ଆଗାମୀ ଦିନରେ ମଧ୍ୟ କୁହୁଡ଼ିର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ।

ଦିଲ୍ଲୀ ସମେତ ନୋଏଡା, ଗାଜିଆବାଦ ଓ କିଛି ସହର ଶୀତରେ ଥରୁଛି । ଉତ୍ତରପ୍ରଦେଶର ସାହାରାନପୁରରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହୋଇଛି । ତାପମାତ୍ରା ହ୍ରାସ ଓ ଶୀତକୁ ଦୃଷ୍ଟିରେ ରଖି ଜିଲ୍ଲାଅଧିକାରୀ ଗୁରୁବାର ସମସ୍ତ ସରକାରୀ ଓ ଘରୋଇ ସ୍କୁଲଗୁଡ଼ିକ ଛୁଟି ଘୋଷଣା କରାଯାଇଛି । କିନ୍ତୁ ସମସ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଉତ୍ତରପ୍ରଦେଶର ଆଲିଗଡ଼ରେ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପ୍ରଥମରୁ ଅଷ୍ଟମ ଯାଏଁ ସମସ୍ତ ସ୍କୁଲକୁ ଡିସେମ୍ବର ୨୮ ଯାଏଁ ଛୁଟି କରି ଦିଆଯାଇଛି । ପ୍ରକାଶ ଥାଉକି ଉତ୍ତରପ୍ରଦେଶରେ ପ୍ରବଳ ଥଣ୍ଡା କାରଣରୁ 18ଜଣ ଲୋକଙ୍କ ମୃତ୍ୟୁ ଘଟିଛି ।

ଏପଟେ ରାଜଧାନୀ ଦିଲ୍ଲୀରେ ଶୀତ ଲହରୀ ଜାରି ରହିଛି । ଗତ ବୁଧବାର ସକାଳେ ଦିଲ୍ଲୀର ତାପମାତ୍ରା 5.4 ଡିଗ୍ରୀ ସେଲସିୟସ ତାପମାତ୍ରା ଥିଲା । ଯାହା ସାମାନ୍ୟ ଠାରୁ 3 ଡିଗ୍ରୀ କମ ଥିଲା । ପାଣିପାଗ ବିଭାଗ ଅନୁଯାୟୀ ସହରରେ 1997 ମସିହା ପରେ ଚଳିତ ବର୍ଷ ଡିସେମ୍ବର ମାସର ଶୀତ ସବୁଠାରୁ ଅଧିକ ଦିନ ଥଣ୍ତା ଅନୁଭବ ହୋଇଛି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.