ETV Bharat / bharat

ମୁକ୍ତାର ଅନସାରୀଙ୍କ ପତ୍ନୀ ଓ ଦୁଇ ସମ୍ପର୍କୀୟଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି

author img

By

Published : Sep 19, 2020, 8:01 AM IST

ମୋହୋ ବିଧାୟକ ମୁକ୍ତାର ଅନସାରୀଙ୍କ ପତ୍ନୀ ଆଫସା ଅନସାରୀ ଏବଂ ତାଙ୍କ ଭିଣୋଇ ସରଜିଲ ରାଜା ଏବଂ ଅନୱାର ଶାହାଜାଦଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଏସ୍ -191 ଗ୍ୟାଙ୍ଗଷ୍ଟାର ନେତା ମୁକ୍ତାର ଅନସାରୀଙ୍କ ପତ୍ନୀଙ୍କ ବିରୁଦ୍ଧରେ ଗାଜୀପୁରର ଏକ ପୋଲିସ୍ ଷ୍ଟେସନରେ ମାମଲା ପଞ୍ଜୀକୃତ ହୋଇଛି।

ମୁକ୍ତାର ଅନସାରୀଙ୍କ ପତ୍ନୀ ଓ ଦୁଇ ସମ୍ପର୍କୀୟଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି
ମୁକ୍ତାର ଅନସାରୀଙ୍କ ପତ୍ନୀ ଓ ଦୁଇ ସମ୍ପର୍କୀୟଙ୍କ ନାଁରେ ଜାମିନ ବିହୀନ ପରୱାନା ଜାରି

ଲକ୍ଷ୍ନୌ: ଗ୍ୟାଙ୍ଗଷ୍ଟାରରୁ ରାଜନେତା ପାଲଟିଥିବା ମୋହୋ ବିଧାୟକ ମୁକ୍ତାର ଅନସାରୀଙ୍କ ଅଡୁଆ ବଢିଚାଲିଛି। ଅନସାରୀଙ୍କ ବେଆଇନ ସାମ୍ରାଜ୍ୟ ଦିନକୁ ଦିନ ବଢି ଚାଲିଥିବା ବେଳେ ଏହା ଉପରେ ପୋଲିସର ନଜର। ଶୁକ୍ରବାର ଗାଜୀପୁର ଏକ କୋର୍ଟ ଗ୍ୟାଙ୍ଗଷ୍ଟର ଅନସାରୀଙ୍କ ପତ୍ନୀ ଆଫସା ଅନସାରୀ ଏବଂ ତାଙ୍କ ଭିଣୋଇ ସରଜିଲ ରାଜା ଏବଂ ଅନୱାର ଶାହାଜାଦଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି।

ତେବେ ପୂର୍ବରୁ ଜବତ ହୋଇଥିବା ଜମିକୁ ବେଆଇନ ଭାବେ ରଖିବା ଅଭିଯୋଗରେ ଉତ୍ତରପ୍ରଦେଶ ପୋଲିସ ଶୁକ୍ରବାର ଏହି ନୋଟିସ ଜାରି କରିଛି। ଏକ ସପ୍ତାହ ପୂର୍ବରୁ ପୋଲିସ ସାଦର କୋଟୱାଲୀରେ ଏହି ତିନି ଜଣଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲା ଦାୟର କରିଥିଲା।

ପୋଲିସ୍ ଅଧୀକ୍ଷକ ଡକ୍ଟର ଓପି ସିଂ କହିଛନ୍ତି ଯେ, ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇଏସ୍ -191 ଗ୍ୟାଙ୍ଗଷ୍ଟାର ନେତା ମୁକ୍ତାର ଅନସାରୀଙ୍କ ପତ୍ନୀଙ୍କ ବିରୁଦ୍ଧରେ ଗାଜୀପୁରର ଏକ ପୋଲିସ୍ ଷ୍ଟେସନରେ ମାମଲା ପଞ୍ଜୀକୃତ ହୋଇଛି।

2019 ମସିହାରେ ସାଦର କୋଟୱାଲୀ ଅଞ୍ଚଳର କ୍ୟାଣ୍ଟନମେଣ୍ଟ ଲାଇନ ଏବଂ ବାବରୀ ଅଞ୍ଚଳରେ ବେଆଇନ ଭାବେ ଜମି ଅଧିଗ୍ରହଣ ମାମଲା ମୁଖତରଙ୍କ ପତ୍ନୀ ଆଫାଙ୍କ ନିକଟରେ ରହିଛି।

ଏହା ବ୍ୟତୀତ 2016 ମସିହାରେ ମୁଖତାରଙ୍କ ସରକାରୀ ଟଙ୍କା ହଡପ ମାମଲାରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । 2019 ମସିହାରେ ନକଲି ଦଲିଲ ଉପରେ ସରକାରୀ ଚୁକ୍ତିନାମା ପାଇବା ପାଇଁ ପତ୍ନୀ ଆଫସା ଅନସାରୀ, ଭିଣୋଇ ସରଜୀଲ ରାଜା ଏବଂ ଅନୱାର ଶାହାଜାଦଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.