ETV Bharat / bharat

ଏଥର ମଇଦାନରେ 253 ଚାଷୀ - ତେଲେଙ୍ଗାନା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବଢିଲା ଅଡୁଆ । ଝିଅ କଲବା କୁନ୍ତଳା କବିତାଙ୍କ ସଂସଦୀୟ କ୍ଷେତ୍ରରୁ ଏଥର ନିର୍ବାଚନ ଲଢିବେ 207ରୁ ଊର୍ଦ୍ଧ୍ବ ଚାଷୀ । ଏହି ସମସ୍ତ ଚାଷୀ ନିଜାମବାଦ ସଂସଦୀୟ ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Mar 25, 2019, 8:01 PM IST

ହାଇଦ୍ରାବାଦ: ଚାଷୀଙ୍କୁ ମିଳୁନି ଫସଲର ଉଚିତ ମୂଲ୍ୟ । ଏମଏସପି ବୃଦ୍ଧି ଦାବି ନେଇ ଦୀର୍ଘଦିନରୁତେଲଙ୍ଗାନା ସରକାରଙ୍କୁ ଘେରିଛନ୍ତି ହଳଦୀ ଓ ଯଅ ଚାଷୀ । କିନ୍ତୁ ସରକାର ନ ଶୁଣିବା ପରେ ଶେଷରେ ନିର୍ବାଚନକୁ ଶେଷ ବିକଲ୍ପ ବାଛିଛନ୍ତି ଚାଷୀ । ଆଉ ଏଥରନିଜାମବାଦ ସଂସଦୀୟ ଆସନରୁ ନିର୍ବାଚନ ଲଢିବେ 190 ହଳଦୀ ଚାଷୀ।

ଲୋକସଭା ନିର୍ବାଚନ ପାଇଁ 207ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ବହୁସଂଖ୍ୟାରେ ଚାଷୀ । ହଳଦୀ ଓ ଯଅର ଏମଏସପି ମୂଲ୍ୟ ବୃଦ୍ଧି ଦାବିନେଇ ଭିନ୍ନ ପ୍ରତିବାଦ ଜଣାଇଛନ୍ତି ଚାଷୀ । ତେବେ 96ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ବାଲାଟ ପେପରରେ ନିର୍ବାଚନ ଅନୁଷ୍ଠିତ ହେବ । ତେବେ ଏତେସଂଖ୍ୟକ ଚାଷୀ ଏକାସହ ନାମାଙ୍କନ ପତ୍ର ଦାଖଲ କରିଥିବାରୁମୁଖ୍ୟମନ୍ତ୍ରୀ କେ ଚନ୍ଦ୍ର ଶେଖର ରାଓଙ୍କ ଝିଅ କଲବା କୁନ୍ତଳା କବିତାଙ୍କ ସମସ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ଏତେସଂଖ୍ୟକ ଚାଷୀ ପ୍ରାର୍ଥୀପତ୍ର ଦାଖଲ କରି ସରକାରଙ୍କ ଅପାରଗତା ଉପରେ ପ୍ରଶ୍ନ ଉଠାଇ ଥିବାବେଳେ ଶାସକ ଦଳ ଟିଆରଏସରଚିନ୍ତା ବଢାଇ ଦେଇଛନ୍ତି । ଏହି ଆସନକୁ ଗତ 2014ରେ ଟିଆରଏସ ଦଖଲକୁ ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ସାଂସଦ ଅଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.