ନୂଆଦିଲ୍ଲୀ: ନୋଏଡାର 14ଏ ନିକଟରୁ ଜଣେ ପାକିସ୍ତାନୀ ମୂଳର ମହିଳାଙ୍କୁ ଗିରଫ କରିଛି ପୋଲିସ । ମହିଳା ଜଣକ ବିନା ଅନୁମତିରେ ନୋଏଡାରେ ବୁଲୁଥିଲେ। ତେବେ ସେ 2005 ରେ ବିବାହ କରିଥିଲେ ଏବଂ 2007 ମସିହାରୁ ଦିଲ୍ଲୀରେ ରହୁଥିଲେ ବୋଲି ଜଣାପଡିଛି । ତେବେ ତାଙ୍କୁ କେବଳ ଦିଲ୍ଲୀରେ ରହିବାକୁ ଅନୁମତି ମିଳିଥିବା ବେଳେ ସେ ନୋଏଡାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏନେଇ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ଗିରଫ ମହିଳାଙ୍କ ନାମ ନୌଶିନ ନାଜ ବୋଲି ଜଣାପଡିଛି । ସେ 2005 ରେ ଦିଲ୍ଲୀର ଜଣେ ଯୁବକଙ୍କୁ ବିବାହ କରିଥିଲେ ଏବଂ 2007 ପରଠାରୁ ଦିଲ୍ଲୀରେ ରୁହନ୍ତି। ବୈଧ ଅନୁମତି ବିନା ଅଭିଯୁକ୍ତ ମହିଳା ନୋଏଡା ପହଞ୍ଚିଥିଲେ। ଗିରଫ ମହିଳାଙ୍କୁ କେବଳ ଦିଲ୍ଲୀରେ ରହିବାକୁ ଅନୁମତି ଦିଆଯାଇଛି। ଧାରା 14 ବୈଦେଶିକ ଅଧିନିୟମ ଅନୁଯାୟୀ ଗିରଫ ମହିଳାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହିଳା ଜଣକ ନିଜ ପରିବାର ସହିତ ନୋଏଡାର ସେକ୍ଟର -135 ରେ ଅବସ୍ଥିତ ପାର୍କରେ ବୁଲିବାକୁ ଯାଉଥିଲେ।
ଆଇନଗତ ଅନୁମତି ବିନା ନୋଏଡା ସୀମାରେ ପ୍ରବେଶ ପାଇଁ ତାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀରୁ ନୋଏଡାକୁ ବସ ଯୋଗେ ଆସୁଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ମହିଳାଙ୍କ ବିରୋଧରେ ବୈଦେଶିକ ଅଧିନିୟମ -1946 ର ଧାରା 14 ଅନୁଯାୟୀ ଏକ ମକଦ୍ଦମା ଦାୟର କରାଯାଇଛି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ