ETV Bharat / bharat

'ୱାଲ୍ଡ ଫୁଡ ପ୍ରୋଗ୍ରାମ'କୁ ବିଶ୍ବ ନୋବେଲ ଶାନ୍ତି ପୁରସ୍କାର-2020 - World Food Programme

" ୱାଲ୍ଡ ଫୁଡ ପ୍ରୋଗ୍ରାମ" (WFP) କୁ ପ୍ରଦାନ କରାଯାଇଛି ନୋବେଲ ଶାନ୍ତି ପୁରସ୍କାର-2020। ଏହା ବିଶ୍ବର ସର୍ବବୃହତ ମାନବିକ ସଂଙ୍ଗଠନ ଯାହା, 2030 ମସିହା ସୁଦ୍ଧା ବିଶ୍ବକୁ କ୍ଷୁଧାମୁକ୍ତ ପାଇଁ ଅଭିଯାନ ଆରମ୍ଭ କରିଛି ।

ବିଶ୍ବ ନୋବେଲ ଶାନ୍ତି ପୁରସ୍କାର-2020
ବିଶ୍ବ ନୋବେଲ ଶାନ୍ତି ପୁରସ୍କାର-2020
author img

By

Published : Oct 9, 2020, 7:24 PM IST

ବିଶ୍ବ ନୋବେଲ ଶାନ୍ତି ପୁରସ୍କାର-2020 ଘୋଷଣା। ଏନେଇ " ୱାଲ୍ଡ ଫୁଡ ପ୍ରୋଗ୍ରାମ" (WFP) କୁ ପ୍ରଦାନ କରାଯାଇଛି ନୋବେଲ ଶାନ୍ତି ପୁରସ୍କାର-2020। ଏହା ବିଶ୍ବର ସର୍ବବୃହତ ମାନବିକ ସଂଙ୍ଗଠନ ଯାହା, 2030 ମସିହା ସୁଦ୍ଧା ବିଶ୍ବକୁ କ୍ଷୁଧାମୁକ୍ତ ପାଇଁ ଅଭିଯାନ ଆରମ୍ଭ କରିଛି । କ୍ଷୁଧା ଓ ଖାଦ୍ୟ ସୁରକ୍ଷାକୁ ଗୁରୁତ୍ବ ଦେଇ ଏହି ସଂଙ୍ଗଠନ କାର୍ଯ୍ୟ କରି ଚାଲିଛି । ସାରା ବିଶ୍ବରେ କ୍ଷୁଧା ବିରୋଧରେ ଲଢେଇ ଜାରି ରଖିବା ସହ ବିଶ୍ବକୁ କ୍ଷୁଧାମୁକ୍ତି ପାଇଁ ଆଗେଇ ଆସି ଅହରହ ପ୍ରଚେଷ୍ଟା ଚଳାଇଛି WFP ।

ଜରୁରୀକାଳୀନ ପରିସ୍ଥିତିରେ ଖାଦ୍ୟ ଏବଂ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ WFP ଘଟଣାସ୍ଥଳରେ ପ୍ରଥମ । ଅନେକ ପ୍ରାକୃତିକ ବିପର୍ଯ୍ୟସ୍ତ ଯେପରିକି- ମରୁଡ଼ି, ବନ୍ୟା, ଭୂକମ୍ପ, ଯୁଦ୍ଧ ପୀଡିତ, ଫସଲ ହାନୀ ଏବଂ ମହାମାରୀ ଭଳି ସମୟରେ ଅସହାୟ ଲୋକଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇଛି । ଏହାସହ ସମଗ୍ର ବିକାଶ ସହ ରାଷ୍ଟ୍ରୀୟ ସରକାରଙ୍କ ସହଭାଗୀତାରେ ଅନେକ ଦିର୍ଘମିଆଦ ପରିବର୍ତ୍ତନ ଭଳି କାର୍ଯ୍ୟକୁ ମଧ୍ୟ ପ୍ରାଧାନ୍ୟ ଦେଇଛୁ ।

କେତେ ସଂଖ୍ୟାରେ WFP

-ସାରା ବିଶ୍ବରେ WFPର 17,000 କର୍ମଚାରକୀ ରହିଛନ୍ତି ।

- ପ୍ରତ୍ୟେକ ଦିନ 5,600 ଟ୍ରକ, 20 ଜାହାଜ ଏବଂ 92 ବିମାନ କାର୍ଯ୍ୟ କରୁଛି ।

- 2018 ମସିହାରେ 100% ସ୍ବେଚ୍ଛାକୃତ ପାଣ୍ଠି ମାଧ୍ୟମରେ 7.2 ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ହୋଇଛି ।

-83 ଟି ଦେଶରେ 86.7 ନିୟୁତ ହିତାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ରହିଛନ୍ତି ।

- 60 ଟି ଦେଶରେ 16.4 ନିୟୁତ ପିଲା ସ୍କୁଲ ଭୋଜନ ଯୋଗାଯାଉଛି ।

- 40 ଟି ଦେଶ ଯେଉଁଠାରେ WFP କ୍ଷୁଦ୍ରଜମାକାରୀଙ୍କୁ ବଜାର ସହ ଜୋଡିଛି ।

- ନଗଦ ଟ୍ରାନ୍ସଫର ଜରିଆରେ US $ 1.76 ବିଲିୟନ ଆମେରିକୀ ଡଲାର ପ୍ରଦାନ କରାଯାଇଛି ।

- ଖାଦ୍ୟ ସହାୟତା ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ 52% ମହିଳା ଏବଂ ଝିଅମାନେ ।

- ବର୍ଷକୁ 90 ମିଲିୟନରୁ ଅଧିକ ଲୋକଙ୍କୁ ଖାଦ୍ୟ ଯୋଗାଇବାରେ ସକ୍ଷମ ।

- 2014 ମସିହାରୁ 1.4 ନିୟୁତ ହେକ୍ଟର ଜମିକୁ ପୁନଃ ବିକଶିତ କରାଯାଇ ଜଙ୍ଗଲ ସୃଷ୍ଟି କରିବା ସହ ଜୀବିକା ନିର୍ବାହ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରାଯାଇଛି ।

-2018 ମସିହାରେରେ ପୁଷ୍ଟିକର ପୋଷଣ ଶିକ୍ଷାରେ ପାଖାପାଖି 42ଟି ଦେଶର 5 ନିୟୁତ ଲୋକ ସାମିଲ ହୋଇଛନ୍ତି ।

- ବିଗତ ବର୍ଷରେ ମାନବିୟ ସେଟେଂରେ 90 ସଂଙ୍ଗଠନ ଡ୍ରୋନ ବ୍ୟବହାରର ପ୍ରଶିକ୍ଷଣ ନେଇ ଲାଭାନ୍ବିତ ହୋଇଛନ୍ତି ।

-ଖାଦ୍ୟ ନିରାପତ୍ତା ମୂଲ୍ୟାଙ୍କନ ସର୍ଭେ ପାଇଁ ମୋବାଇଲ ଟେକ୍ନୋଲୋଜି ବ୍ୟବହାର କରିବାରେ 40 ଦେଶ WFP ଦ୍ବାରା ସମର୍ଥିତ ।

-•2018 ରେ 24.5 ନିୟୁତ ଲୋକ ନଗଦ ସହାୟତା, 26 ପ୍ରତିଶତ ଇଲେକ୍ଟ୍ରୋନିକ ରୂପେ ଭାଉଚର୍ ମାଧ୍ୟମରେ ଗ୍ରହଣ କରିଛନ୍ତି ।

- 1 ହଜାରୁ ଉର୍ଦ୍ଧ୍ବ ଏନଜିଓ WFPସହ ଭାଗୀଦାରି ହୋଇ 80 ଦେଶର 80 ମିଲିୟନ ଲୋକଙ୍କୁ ସସହାୟତା ପ୍ରଦାନ କରୁଛନ୍ତି ।

" ୱାଲ୍ଡ ଫୁଡ ପ୍ରୋଗ୍ରାମ" ର ଇତିହାସ

ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ (WFP) ହେଉଛି ମିଳିତ ଜାତିସଂଘ ଏବଂ ଖାଦ୍ୟ ଓ କୃଷି ସଂଗଠନ (FAO) ର ମିଳିତ ଏକ କାର୍ଯ୍ୟକ୍ରମ । ଏହାକୁ ଡିସେମ୍ବର 1961 ମସିହାରେ ପ୍ରତିଷ୍ଠା କରାଯାଇ

ଥିବାବେଳେ 1963 ମସିହାରେ କାର୍ଯ୍ୟକାରୀ ଆରମ୍ଭ କରିଥିଲା ।

1961: WFP ପ୍ରତିଷ୍ଠା ହେଲା ।

1963: ସୁଡାନରେ ଏହାର ପ୍ରଥମ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

1984: ଇଥିଓପିଆର ଦୁର୍ଭିକ୍ଷ ସମୟରେ 2 ନିୟୁତ ଟନ ଖାଦ୍ୟ ବିତରଣ ହୋଇଥିଲା ।

1992: ୟୁରୋପର ପ୍ରଥମ ବୃହତ ଆକାରର ଜରୁରୀକାଳୀନ ରିଲିଫ ଅପରେସନ ଯୁଗୋସ୍ଲାଭିଆରେ କରାଯାଇଥିଲା ।

ୱାଲ୍ଡ ଫୁଡ ପ୍ରୋଗ୍ରାମର ଇତିହାସ ଏବଂ ପ୍ରମୁଖ ମାନବିକ ପଦକ୍ଷେପ ...

-(ଆମେରିକାର ରାଷ୍ଟ୍ରପତି ଡ୍ବାଇଟ ଇଜେନହାୱରଙ୍କ) ନିର୍ଦ୍ଦେଶରେ ମିଳିତ ଜାତିସଂଘ ମାଧ୍ୟମରେ ଏକ ପରୀକ୍ଷାମୂଳକ ଭାବେ ଖାଦ୍ୟ ସାମଗ୍ରୀ ସହ ସହାୟତା ପାଇଁ ପରୀକ୍ଷଣ ଆରମ୍ଭ

ହୋଇଥିଲା ।

-1962 ସେପ୍ଟେମ୍ବର, ଉତ୍ତର ଇରାନ । ବୋଇନ ଜାହରା ଅଞ୍ଚଳରେ ଏକ ଭୂକମ୍ପ ଘଟିବା ଦ୍ବାରା 12 ହଜାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ହଜାର ହଜାର ଘର ନଷ୍ଟ ମାଟିରେ

ମିଶିଥିଲା। ଏଭଳି ପରିସ୍ଥିତିରେ ସେଠାରେ ବଞ୍ଚିଥିବା କିଛି ଲୋକଙ୍କୁ 1,500 ମେଟ୍ରିକ ଟନ୍ ଗହମ, 270 ଟନ ଚିନି ଏବଂ 27 ଟନ ଚା' ପଠା ଯାଇଛି ।

- ସୁଡାନର ନ୍ୟୁଆନଙ୍କ ପାଇଁ 1963 ମସିହାରେ ପ୍ରଥମ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।

-1963 ମସିହାରେ WFP ର ପ୍ରଥମ ସ୍କୁଲ ଭୋଜନ ପ୍ରକଳ୍ପ- ଟୋଗୋରେ ଅନୁମୋଦିତ, ଏହି ଖାଦ୍ୟ ସହାୟତା ନୀତିକୁ ଜରୁରୀକାଳୀନ ସହାୟତା ଏବଂ ବିକାଶମୂଳକ ସହାୟତା

ଭାବେ କାର୍ଯ୍ୟକାରୀ କରାଯାଉଛି ।

-ଖାଦ୍ୟ ସହାୟତାର ଲଜିଷ୍ଟିକ୍ସରେ ବଡ ବିପ୍ଳବ । 1970 ଦଶକରେ ହୋଇଥିବା ଦୀର୍ଘଦିନର ଦୁର୍ଭିକ୍ଷ ଯାହାକି, ପଶ୍ଚିମ ସାହେଲକୁ ଗଭୀର ପ୍ରଭାବିତ କରିଥିଲା । ଏହି ସମୟରେ WFP

କାର ଠାରୁ ଓଟ ପର୍ଯ୍ୟନ୍ତ, ରାସ୍ତାଠାରୁ ନଦୀ ପର୍ଯ୍ୟନ୍ତ - ଆବଶ୍ୟକ କରୁଥିବା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା ।

-1989 ମସିହାରେ, ଅପରେସନ ଲାଇଫ-ଲାଇନ ସୁଡାନ ଆରମ୍ଭ: ୟୁନିସେଫ ସହିତ ମିଳିତ ଜାତିସଂଘର ଏଜେନ୍ସି ଏବଂ ଅନ୍ୟ ସହାୟତା ସଂଙ୍ଗଠନ ଗୁଡିକର ନେତ୍ବତ୍ବ ନେଇ WFP

ପକ୍ଷରୁ ଆକାଶ ମାର୍ଗରୁ 1.5 ମିଲିୟନ ଟନ ଖାଦ୍ୟ ଦକ୍ଷିଣ ସୁଡାନକୁ ବିତରଣ କରିଥିଲା । ଯାହା ଆଜି ପର୍ଯ୍ୟନ୍ତ ଇତିହାସର ସବୁଠାରୁ ବଡ ଘଟଣା । ଏଥିରେ ଶହଶହ ଲୋକଙ୍କ ଜୀବନ

ରକ୍ଷା କରିଥିଲା WFP ।

- ନଗଦ ଏବଂ ଭାଉଚରର ଯୋଗାଣ ଖାଦ୍ୟ ବଣ୍ଟନ ପାଇଁ ଏକ ସଶକ୍ତିକରଣକାରୀ ରୂପେ କାର୍ଯ୍ୟ କରିଆସୁଛି ।

-ବିଶ୍ବର ପ୍ରଥମ ନିୟମିତ ମାନବିକ ବିମାନ ସେବା, ଏହାଠାରୁ UNHAS ଜନ୍ମ ହୋଇଥିଲା ।

- ନୂତନ, ସମନ୍ବିତ ମନିଟରିଂ ସିଷ୍ଟମ WFP କୁ ଖାଦ୍ୟ ନିରାପତ୍ତା ନେଇ ନିର୍ଭୁଲ ସଠିକତା ସହ ମୂଲ୍ୟାଙ୍କନ କରିବାକୁ ଅନୁମତି ଦିଏ ।

- 2014 ମସିହାରେ ପଶ୍ଚିମ ଆଫ୍ରିକାରେ ଇବୋଲା ଭୂତାଣୁ ସଂକ୍ରମଣ ମାନବ ସମାଜ ପାଇଁ ବିପଦ ହୋଇ ଉଭା ହୋଇଥିବାବେଳେ ଏଦିଗରେ WFP ଦ୍ବାରା ପରିଚାଳିତ ଏକ ଲଜିଷ୍ଟିକ୍

କ୍ଲଷ୍ଟର ଦ୍ବାରା ଏହାର ସଫଳ ପରୀକ୍ଷା ନିରୀକ୍ଷା କରାଯାଇ ରୋକାଯାଇ ପାରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.