ନୂଆଦିଲ୍ଲୀ: ଆବୁଧାବିରେ ଭାରତୀୟ ପାସପୋର୍ଟର ନବୀକରଣ ପାଇଁ ଜୁଲାଇ 15 ତାରିଖରୁ ହଟିଯିବ ସମସ୍ତ କଟକଣା । ବିନା ପ୍ରତିବନ୍ଧକରେ ଆବୁଧାବିରେ ଥିବା ବିଏଲଏସ ଅନ୍ତର୍ଜାତୀୟ ସେଣ୍ଟରରେ ପାସପୋର୍ଟ ନବୀକରଣ ପାଇଁ ଦରଖାସ୍ତ ଦେଇପାରିବେ ଲୋକେ । ଭାରତୀୟ ଆବୁଧାବିରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏହା କୁହାଯାଇଛି ।
ପୂର୍ବରୁ କୋରୋନା ମହାମାରୀ ପାଇଁ ଭାରତକୁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ଥିବାରୁ ଏହାକୁ ବନ୍ଦ ରଖାଯାଇଥିଲା । ତେବେ ପାସପୋର୍ଟ ନବୀକରଣ ପାଇଁ ଆସିବାକୁ ଥିବା ଲୋକେ ସ୍ଥାନୀୟ ନିୟମ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖିବେ । ଏହାସହ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ୍ ପିନ୍ଧି ବିଏଲଏସ ସେଣ୍ଟରକୁ ଆସିବାକୁ ସେମାନଙ୍କୁ କୁହାଯାଇଛି ।
ସୂଚନାଥାଉକି, କିଛିଦିନ ତଳେ ଭିସାର ନବୀକରଣ ପାଇଁ ଅନଲାଇନର ବ୍ୟବସ୍ଥା କରାଯାଇଥିଲା । ବିଏଲଏସ କାର୍ଯ୍ୟାଳୟ ବ୍ୟତୀତ ଅନ୍ୟ 10ଟି କାର୍ଯ୍ୟାଳୟରେ ଏହି ସୁବିଧା ଉପଲବ୍ଧ ରହିଛି ।
@ANI