ETV Bharat / bharat

କୋରୋନା: ରବିବାର ସ୍ପେନରେ ରିପୋର୍ଟ ହୋଇନି ଗୋଟିଏ ବି ମୃତ୍ୟୁ

author img

By

Published : Jun 2, 2020, 4:30 PM IST

ଗତ ରବିବାର ଦିନ କୋରୋନାରେ ସ୍ପେନରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିନି । ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଏଯାବତ ସର୍ବମୋଟ 27,127 ରେ ରହିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ...

 କୋରୋନା: ରବିବାର ସ୍ପେନରେ ରିପୋର୍ଟ ହୋଇନି ଗୋଟିଏ ବି ମୃତ୍ୟୁ
କୋରୋନା: ରବିବାର ସ୍ପେନରେ ରିପୋର୍ଟ ହୋଇନି ଗୋଟିଏ ବି ମୃତ୍ୟୁ

ମାଡ୍ରିଦ: କୋରୋନା ଆତଙ୍କରେ ସାରାବିଶ୍ବ । ହୁ ହୁ ହୋଇ ମାଡ଼ିଚାଲିଛି ମହାମାରୀ କୋରୋନା । ହେଲେ ଏନେଇ ସ୍ପେନରୁ ଆସିଛି କିଛି ଆଶ୍ବସ୍ତିକର ଖବର । ଗତ ରବିବାର ଦିନ କୋରୋନାରେ ସ୍ପେନରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ଘଟିନି । ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ସର୍ବମୋଟ 27,127 ରେ ରହିଛି ମୃତ୍ୟୁ ସଂଖ୍ୟା ।

ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟ ଆଲର୍ଟ ଏବଂ ଜରୁରୀକାଳୀନ ପରିସ୍ଥିତିର ସମନ୍ୱୟ କେନ୍ଦ୍ରର ନିର୍ଦ୍ଦେଶକ ଫର୍ଣ୍ଣାଣ୍ଡୋ ସାଇମନ୍ ସୋମବାର କହିଛନ୍ତି ଦେଶରେ COVID-19ର ନୂଆ ମାମଲାରେ ହ୍ରାସ ଘଟିଛି । ଏହା ବିଶ୍ବ ପାଇଁ ଅତ୍ୟନ୍ତ ଭଲ ଖବର । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ 71ଟି ନୂତନ ସଂକ୍ରମଣ ରିପୋର୍ଟ କରିଛି । ଏଯାବତ ସ୍ପେନରେ ସର୍ବମୋଟ ସଂକ୍ରମଣ ମାମଲା 239,638 ରେ ପହଞ୍ଚିଛି ।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.