ETV Bharat / bharat

କୋରୋନା କଟକଣା: ମାସ୍କ ନ ପିନ୍ଧିଲେ ଗୋଆରେ ମିଳିବନି ପେଟ୍ରୋଲ ଓ ରାସନ - corona virus

କୋରୋନା ପ୍ରତିହତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୋଆ ସରକାର ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଖୁବ ଶୀଘ୍ର ରାଜ୍ୟରେ ପେଟ୍ରୋଲ କିମ୍ବା ରାସନ ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।

No mask, then no petrol or ration in Goa: Official
କୋରୋନା କଟକଣା: ମାସ୍କ ନ ପିନ୍ଧିଲେ ଗୋଆରେ ମିଳିବନି ପେଟ୍ରୋଲ ଓ ରାସନ
author img

By

Published : Apr 30, 2020, 8:54 PM IST

ପାଣାଜୀ: ଦେଶରେ କୋରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ପ୍ରତିହତ ପାଇଁ ପ୍ରୟାସ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଗୋଆ ସରକାର ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏହି ପ୍ଲାନ ଅନୁଯାୟୀ, ଖୁବ ଶୀଘ୍ର ରାଜ୍ୟରେ ପେଟ୍ରୋଲ କିମ୍ବା ରାସନ ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବ ।

କୋଭିଡ -19 ପରିଚାଳନା ଏବଂ ରିଲିଫ କାର୍ଯ୍ୟର ତଦାରଖ କରୁଥିବା ଗୋଆ ସରକାରଙ୍କ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ଗୁରୁବାର ଦିନ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାରକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ।

ଗୁରୁବାର ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ, ରାଜ୍ୟକୁ ଫେସ୍ କଭର କିମ୍ବା ମାସ୍କ ବ୍ୟବହାରକୁ କାର୍ଯ୍ୟକାରୀ କରିବା ଆବଶ୍ୟକ ରହିଛି ବୋଲି କମିଟି ନିଷ୍ପତ୍ତି ନେଇଛି । ଏହାକୁ ସକ୍ଷମ କରିବା ପାଇଁ ରାଜ୍ୟ ଏକ ଅଭିଯାନ ଆରମ୍ଭ କରିବା ଉଚିତ । ଯେପରିକି 'ମାସ୍କ ନାହିଁ ତ ପେଟ୍ରୋଲ ନାହିଁ' ଏବଂ 'ମାସ୍କ ନାହିଁ ତ ରାସନ ନାହିଁ' କିମ୍ବା 'ମାସ୍କ ନାହିଁ ତ ପେଟ୍ରୋଲ କିମ୍ବା ରାସନ ନାହିଁ' ।

ମହାମାରୀ କାରଣରୁ ମାସ୍କ ପିନ୍ଧିବା ଏବଂ ଫେସ୍ କଭର ଲାଗୁ କରିବା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ସଚିବ, ନାଗରିକ ଅପୂର୍ତ୍ତି ଏବଂ ସୂଚନା ଓ ପ୍ରଚାର ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଆକଳନ ଅନୁଯାୟୀ ରାଜ୍ୟରେ ମାସ୍କ ନ ପିନ୍ଧି ପ୍ରାୟ 1000 ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଛି ।

ପ୍ରକାଶ ଥାଉ କି, ବର୍ତ୍ତମାନ ଗୋଆ କୋଭିଡ ମୁକ୍ତ ରାଜ୍ୟ ହୋଇଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.