ETV Bharat / bharat

ବିଶ୍ବ କୋରୋନା ଉପରେ ନିର୍ଭର କରେ ଅନ୍ତର୍ଜାତୀୟ ବିମାନ ଚଳାଚଳ: ଡିଜିସିଏ - ଡିଜିସିଏ

ଅନ୍ତର୍ଜାତୀୟ ବିମାନ ଚଳାଚଳ ପୁନଃଆରମ୍ଭ କରିବା ସମଗ୍ର ବିଶ୍ୱରେ ବ୍ୟାପିଥିବା କୋରୋନା ଭାଇରସ ଉପରେ ନିର୍ଭର କରୁଛି ବୋଲି ରବିବାର ଡିଜିସିଏ ଏକ ଗଣମାଧ୍ୟମକୁ କହିଛନ୍ତି ।

dgca
ଆନ୍ତର୍ଜାତୀୟ ବିମାନ ଚଳାଚଳ ପୁନଃଆରମ୍ଭ ବିଶ୍ବ କୋରୋନା ଉପରେ ନିର୍ଭର କଲେ
author img

By

Published : Aug 9, 2020, 12:19 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ପୁନଃଆରମ୍ଭ କରିବା ସମଗ୍ର ବିଶ୍ୱରେ ବ୍ୟାପିଥିବା କୋରୋନା ଭାଇରସ ଉପରେ ନିର୍ଭର କରୁଛି ବୋଲି ରବିବାର ଡିଜିସିଏ ଏକ ଗଣମାଧ୍ୟମକୁ କହିଛନ୍ତି । ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି, ଅନେକ ଦେଶ ଏବେବି କ୍ବାରେଣ୍ଟିନ ନିୟମ ଲାଗୁ କରୁଛନ୍ତି । ଏଣୁ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଚଳାଚଳ ଆରମ୍ଭ କରିବାକୁ କିଛି ସମୟ ଲାଗିବ।

ସେ ଆହୁରି ମଧ୍ୟ କହିଛନ୍ତି, କିଛି ଆନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ମଧ୍ୟ ହୋଇଛି । ଯାତ୍ରୀମାନଙ୍କୁ ଭାରତ ଯିବାକୁ ଏବଂ ଆସିବାକୁ ଅନୁମତି ଦିଆଯାଇଛି। ତେବେ ଏହା ବ୍ରିଟେନ, ଆମେରିକା, ଫ୍ରାନ୍ସ ଭଳି ଦେଶର ବବୁଲ ବ୍ୟବସ୍ଥା ଉପରେ ନିର୍ଭର କରେ। ଦେଶ ଏବଂ ଦେଶରୁ ବାହାରକୁ ଯିବାପାଇଁ ନିର୍ଦ୍ଧାରିତ ଆନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲକୁ ଅଗଷ୍ଟ 31 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ ଜୁଲାଇ 31 ପର୍ଯ୍ୟନ୍ତ ବିମାନ ଚଳାଚଳ ସ୍ଥଗିତ କରାଯାଇଥିଲା।

ଡିଜିସିଏ ଏକ ବିବୃତ୍ତିରେ କହିଛନ୍ତି ଯେ, ସରକାର ଅଗଷ୍ଟ 31 ଯାଏଁ 2359 ଘଣ୍ଟା ପର୍ଯ୍ୟନ୍ତ ଭାରତରୁ ଧାର୍ଯ୍ୟ ଆନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ସେବା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରତିବନ୍ଧକ ଆନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ଡିଜିସିଏ ଦ୍ୱାରା ସ୍ବତନ୍ତ୍ର ଭାବରେ ଅନୁମୋଦିତ ବିମାନଗୁଡିକ ପାଇଁ ଲାଗୁ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.