ବେଙ୍ଗାଲୁରୁ: ମାର୍ଚ୍ଚ ପ୍ରାରମ୍ଭରେ ନୂଆଦିଲ୍ଲୀର ନିଜାମୁଦ୍ଦିନ ଜାମାତ ମାର୍କାଜ ପରିଦର୍ଶନ କରିଥିବା କର୍ଣ୍ଣାଟକର 45 ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଜଣେ କୋରୋନା ଆକ୍ରାନ୍ତଙ୍କର ମଙ୍ଗଳବାର ମୃତ୍ୟୁ ହୋଇଛି । କର୍ଣ୍ଣାଟକର ସ୍ବାସ୍ଥ୍ୟମନ୍ତ୍ରୀ ବି.ସି. ଶ୍ରୀରାମୁଲୁ ଏହି ସୂଚନା ଦେଇଛନ୍ତି । ଶ୍ରୀରାମୁଲୁ ଟୁଇଟ୍ କରି କହିଛନ୍ତି, ମାର୍ଚ୍ଚ 10 ତାରିଖ ନୂଆଦିଲ୍ଲୀର ନିଜାମୁଦ୍ଦିନ ଜମାତ ମସଜିଦଠାରେ ଏକ ଧାର୍ମିକ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କର୍ଣ୍ଣାଟକର ପ୍ରାୟ 10 ଜଣ ଲୋକ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ସିରା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଛି ।
ସିରା ତୁମୁକୁରୁ ଜିଲ୍ଲାରେ ଅବସ୍ଥିତ । ଏହି ଅଞ୍ଚଳଟି ବେଙ୍ଗାଲୁରୁଠାରୁ 123 କିଲୋମିଟର ଉତ୍ତର-ପଶ୍ଚିମରେ ଅବସ୍ଥିତ | କର୍ଣ୍ଣାଟକରେ କୋଭିଡ -19ରେ ମୃତ୍ୟୁ ଘଟିଥିବା ତୃତୀୟ ମାମଲା । ଉକ୍ତ ବୃଦ୍ଧଜଣଙ୍କ ରାଜ୍ୟର 60 ତମ କୋରୋନା ଭାଇରସ୍ ପଜିଟିଭ୍ ମାମଲା ଥିଲେ ଏବଂ ତାଙ୍କର 13 ବର୍ଷର ପୁଅ ମଧ୍ୟ ମଙ୍ଗଳବାର ଦିନ କୋରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ବର୍ତ୍ତମାନ ରାଜ୍ୟରେ 84ଟି କୋରୋନା ପଜିଟିଭ ହୋଇଛି ।
ତୁମକୁରୁ ନିବାସୀ ଏହି ବ୍ୟକ୍ତି ମାର୍ଚ୍ଚ 14 ରେ ଦିଲ୍ଲୀରୁ ୟଶୱନ୍ତପୁରକୁ ଫେରି ସକାଳେ ସେରା ଯିବାକୁ ଏକ କେଏସଆରଟିସି ବସ୍ ନେଇ ଯାଇଥିଲେ । ମୃତକ ଦିଲ୍ଲୀରେ ଆୟୋଜିତ ସମାରୋହ ପରିଦର୍ଶନ କରିଥିବା ତବଲିଗି ତୀର୍ଥଯାତ୍ରୀମାନଙ୍କ ମଧ୍ୟରୁ ଜଣେ ବୋଲି ଜଣାପଡିଛି । ମନ୍ତ୍ରୀଙ୍କ କହିବାନୁସାରେ, 45 ତୀର୍ଥଯାତ୍ରୀଙ୍କ ମଧ୍ୟରୁ 13 ଜଣଙ୍କୁ ଚିହ୍ନଟ କରାଯାଇ ବନ୍ଦି କରି ରଖାଯାଇଛି | ସମସ୍ତ ତୀର୍ଥଯାତ୍ରୀଙ୍କ ନିକଟରେ ସଂକ୍ରମଣ ବିସ୍ତାର ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।
ସେ ପୁଣି କହିଛନ୍ତି ଅଷ୍ଟ୍ରେଲିଆ, ସିଙ୍ଗାପୁର, ଦୁବାଇ, ସାଉଦି ଆରବ ଏବଂ ଇଣ୍ଡୋନେସିଆର ବହୁ ପରିଦର୍ଶକ ଦିଲ୍ଲୀ ମସଜିଦ ପରିଦର୍ଶନ କରିଛନ୍ତି । ତେବେ ମାର୍କାଜ ପରିଦର୍ଶନ କରିଥିବା ଅନ୍ୟ ଲୋକଙ୍କୁ ବର୍ତ୍ତମାନ ରାଜ୍ୟ ସରକାର ଖୋଜୁଛନ୍ତି ।
@IANS