ନୂଆଦିଲ୍ଲୀ: ପୁଣିଥରେ ଜନତା ଦଳ (ୟୁନାଇଟେଡ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଦିଲ୍ଲୀ ସ୍ଥିତ ମାବଲଙ୍କର ହଲରେ ବୁଧବାର ବସିଥିବା ଜେଡିୟୁ ବୈଠକରେ ତାଙ୍କୁ ଦଳୀୟ ସୁପ୍ରିମୋ ଭାବେ ନିର୍ବାଚିତ କରାଯାଇଛି । ତାଙ୍କର କାର୍ଯ୍ୟକାଳ 2022 ପର୍ଯ୍ୟନ୍ତ ରହିବ ।
ଏହା ପୂର୍ବରୁ ନୀତିଶ କୁମାର 2016 ରେ ଜେଡିୟୁର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ଦଳର ଅଧ୍ୟକ୍ଷ ପଦରୁ ଶରଦ ଯାଦବ ଇସ୍ତଫା ଦେବାପରେ ତାଙ୍କ ସ୍ଥାନ ନେଇଥିଲେ ନୀତିଶ କୁମାର । ଆସନ୍ତା ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଯାହା ତାଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।