ETV Bharat / bharat

ପଞ୍ଜାବ ଦୁଷ୍କର୍ମ ଘଟଣା; କାହିଁକି ରାହୁଲ ଚୁପ୍ ପ୍ରଶ୍ନ କେଲ ଅର୍ଥମନ୍ତ୍ରୀ - ରାହୁଲ ଗାନ୍ଧୀ

ବିହାରର ଜଣେ ଦଳିତଙ୍କୁ ପଞ୍ଜାବରେ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି । ଅଧିକ ପଢନ୍ତୁ...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
author img

By

Published : Oct 24, 2020, 4:09 PM IST

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୟୁପିର ହାଥରସରେ ହୋଇଥିବା ଗଣଦୁଷ୍କର୍ମକୁ ନେଇ ଆକ୍ରମଣାତ୍ମକ ମନ୍ତବ୍ୟ ଦେଇ ଚାଲିଥିଲେ । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ହାଥରସ ଯାଇଥିଲେ। ବର୍ତ୍ତମାନ ବିହାରର ଜଣେ ଦଳିତଙ୍କୁ ପଞ୍ଜାବରେ ଦୁଷ୍କର୍ମ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଏହାକୁ ନେଇ ଭାରତୀୟ ଜନତା ପାର୍ଟି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ ରାହୁଲଙ୍କୁ ଥଟ୍ଟା କରି କହିଛନ୍ତି , ‘କୌଣସି ଟ୍ବିଟ୍ ନାହିଁ, ବିରକ୍ତି ପ୍ରକାଶ ନାହିଁ ଏବଂ ପିକନିକ୍ ନାହିଁ ’। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଉତ୍ତର ଦେବାକୁ କଂଗ୍ରେସ ସାମ୍ନାକୁ ଆସିବା ଉଚିତ୍। ବିହାରରେ କଂଗ୍ରେସ ସହ ମିଳିତ ଭାବେ ନିର୍ବାଚନରେ ​​ପ୍ରତିଦ୍ବନ୍ଦ୍ବିତା କରୁଥିବା ଆରଜେଡିର ନେତା ତେଜସ୍ବୀ ଯାଦବଙ୍କୁ ମଧ୍ୟ ଅର୍ଥମନ୍ତ୍ରୀ ଟାର୍ଗେଟ କରିଛନ୍ତି ।

ସେ ତେଜସ୍ବୀଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ବିହାରରୁ ପଞ୍ଜାବକୁ ଯାଇଥିବା ପରିବାର ପ୍ରତି ଉତ୍ତରଦାୟୀ ନୁହଁନ୍ତି କି ? କେନ୍ଦ୍ର ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପଞ୍ଜାବରେ ଏହି ପରିବାରକୁ ନ୍ୟାୟ ଦେବାକୁ ବିଜେପି ଛିଡା ହୋଇଛି। ପ୍ରକାଶ ଜାଭେଡକର ମଧ୍ୟ ତେଜସ୍ବୀଙ୍କୁ ଟାର୍ଗେଟ କରିଥିଲେ ।

ସୂଚନାଯୋଗ୍ୟ, ପଞ୍ଜାବର ହୋସିୟାରପୁର ଜିଲ୍ଲାର ଟାଣ୍ଡାରେ ବିହାରର ଜଣେ ଦଳିତ ଝିଅକୁ ଦୁଷ୍କର୍ମ କରାଯାଇଥିଲା । ଟାଣ୍ଡାରେ ଦୁଷ୍କର୍ମ ପରେ 6 ବର୍ଷର ବାଳିକାକୁ ପୋଡି ଦେବା ଘଟଣା ସାମ୍ନାକୁ ଆସିଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.