ETV Bharat / bharat

ନିର୍ଭୟା ମାମଲା: ଫାଶୀରୁ ବଞ୍ଚିବା ପାଇଁ ବିନୟର ଆଉ ଏକ ଚାଲ୍‌ - vinay-had-attempted-to-hurt-himself

ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଆଉ ଏକ ଖେଳ ଖେଳିଛି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା । ଫାଶୀରୁ ବର୍ତ୍ତିବା ପାଇଁ ବିନୟ ସୋମବାର ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି ।

nirbhaya-convicts
ନିର୍ଭୟା ମାମଲା
author img

By

Published : Feb 20, 2020, 10:24 AM IST

ନୂଆଦିଲ୍ଲୀ: ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ନିର୍ଭୟା ଗଣଦୁଷ୍କର୍ମ ମାମଲାର 4 ଦୋଷୀଙ୍କର ସମସ୍ତ ଆଇନ୍‌ଗତ ବିକଳ୍ପ ଶେଷ ହୋଇଯାଇଛି । ତଥାପି ସୁଧୁରୁନାହାନ୍ତି ଦୋଷୀ । ଫାଶୀଖୁଣ୍ଟରୁ ବଞ୍ଚିବା ପାଇଁ ଖେଳୁଛନ୍ତି ଗୋଟିଏ ପରେ ଗୋଟିଏ ଖେଳ । ଏହିକ୍ରମରେ ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଆଉ ଏକ ଖେଳ ଖେଳିଛି ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା । ଫାଶୀରୁ ବର୍ତ୍ତିବା ପାଇଁ ବିନୟ ସୋମବାର ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି । ସେ ଜେଲର କାନ୍ଥରେ ମୁଣ୍ଡ ପିଟି ନିଜକୁ ଆହତ କରିଥିବା ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିନୟ ଶର୍ମାକୁ ତିହାର ଜେଲର ବୈରକ ନମ୍ବର 3ରେ ରଖାଯାଇଛି । ନିର୍ଭୟା ଦୋଷୀଙ୍କ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି । ତେବେ ଫେବୃଆରୀ 16 ତାରିଖରେ ବିନୟ ଜେଲର କାନ୍ଥରେ ମୁଣ୍ଡ ପିଟି ନିଜକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଜେଲ ୱାର୍ଡେନ ତାକୁ ତୁରନ୍ତ ରୋକିଥିଲେ । ତଥାପି ସେ ସାମାନ୍ୟ ଆହତ ହୋଇଥିଲା । ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ପ୍ରାଥମିକ ଚିକିତ୍ସା ପରେ ତାକୁ ଡିସଚାର୍ଜ କରିଦିଆଯାଇଥିଲା । ଏହାପୂର୍ବରୁ ମଧ୍ୟ ବିନୟ ଫାଶୀରୁ ବଞ୍ଚିବା ପାଇଁ ଜେଲରେ ଅନଶନ କରିଥିଲା । କିନ୍ତୁ କୋର୍ଟ ତିହାର ଜେଲ ଅଧିକ୍ଷକଙ୍କୁ ନିୟମାନୁସାରେ ଦୋଷୀଙ୍କ ଦେଖାରଖା କରିବା ପାଇଁ ଆଦେଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ନିର୍ଭୟାକାଣ୍ଡର 4 ଦୋଷୀଙ୍କ ପାଇଁ ନୂଆ ଡେଥ ୱାରେଣ୍ଟ ଜାରି କରାଯାଇଛି । ମାର୍ଚ୍ଚ 3 ତାରିଖ ସକାଳ ୬ଟାରେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ବର୍ତ୍ତମାନ ୪ ଦୋଷୀଙ୍କ ମଧ୍ୟରୁ ୩ ଜଣ ସେମାନଙ୍କ ସମସ୍ତ ଆଇନଗତ ବିକଳ୍ପର ବ୍ୟବହାର କରି ସାରିଛନ୍ତି । କେବଳ ପବନ ଗୁପ୍ତାର ହିଁ କ୍ୟୁରେଟିଭ ପିଟିସନ ଓ ରାଜକ୍ଷମା ଆବେଦନ ବାକି ରହିଛି । କିନ୍ତୁ ଏହି ଆଇନଗତ ବିକଳ୍ପର ବ୍ୟବହାର ପାଇଁ ହାଇକୋର୍ଟ ପକ୍ଷରୁ ଏକ ସପ୍ତାହ ସମୟ ଦିଆଯାଇଥିବା ବେଳେ ଏହା ଗତ ୧୧ ତାରିଖରୁ ଶେଷ ହୋଇଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.