ETV Bharat / bharat

ନିର୍ଭୟା ମାମଲା: ଫାଶୀ ଅଟକାଇବାକୁ ଏନଏଚଆରସିର ଦ୍ବାରସ୍ଥ ଓକିଲ ଏପି ସିଂହ

author img

By

Published : Mar 17, 2020, 5:28 PM IST

20ରେ ହେବାକୁ ଥିବା ନିର୍ଭୟା ଦୋଷୀଙ୍କ ଫାଶୀ ଉପରେ ରୋକ ଲଗାଇବାକୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗରେ ଅପିଲ କରିଛନ୍ତି ଓକିଲ ଏପି ସିଂହ । ପୂର୍ବରୁ ମଙ୍ଗଳବାର ଦୋଷୀ ମୁକେଶ ସିଂ ଘଟଣା ଘଟିବା ଦିନ ସେ ଦିଲ୍ଲୀରେ ନଥିବା ଦର୍ଶାଇ ମୃତ୍ୟୁଦଣ୍ଡକୁ ରଦ୍ଦ କରିବାକୁ ଦିଲ୍ଲୀକୋର୍ଟରେ ଦାବି କରିଥିଲା । ଅଧିକ ପଢନ୍ତୁ...

ଫାଶୀ ଉପରେ ରୋକ ଲଗାଇବାକୁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ପହଞ୍ଚିଲେ ଓକିଲ ଏପି ସିଂହ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀରୁ ବଞ୍ଚାଇବା ପାଇଁ ମିଥ୍ୟା ପ୍ରୟାସ ଚଳାଇଛନ୍ତି ଓକିଲ ଏପି ସିଂହ । 4 ଦୋଷୀଙ୍କ ଫାଶୀରେ ରୋକ ଲଗାଇବାକୁ ସେମାନଙ୍କ ଓକିଲ ଏପି ସିଂହ ରାଷ୍ଟ୍ରୀୟ ମାନବାଧିକାର କମିଶନ ପହଞ୍ଚିଛନ୍ତି ।

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏହି ଚାରିଜଣଙ୍କ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିବା ପାଇଁ ଓକିଲ ଆଡଭୋକେଟ୍ ଏପି ସିଂ ଜାତୀୟ ମାନବ ଅଧିକାର ଆୟୋଗ (NHRC) ନିକଟରେ ପହଞ୍ଚିଛନ୍ତି। ସିଂହ କହିଛନ୍ତି ଯେ ମାର୍ଚ୍ଚ 20ରେ ହେବାକୁ ଥିବା ଫାଶୀରେ ସ୍ଥଗିତାଦେଶ ଜାରି କରିବାକୁ ମାନବାଧିକାର ଆୟୋଗଙ୍କୁ ନିବେଦନ କରିଛୁ। ତିହାର ଜେଲରେ ଆତ୍ମହତ୍ୟା କରିଥିବା ରାମ ସିଂଙ୍କର 70 ବର୍ଷ ବୟସ୍କା ମାଆ ଅଛନ୍ତି ଏବଂ ତାଙ୍କର 10 ବର୍ଷର ପୁଅ ଅଛି ବୋଲି ସିଂ ଗଣମାଧ୍ୟମକୁ କହିଛନ୍ତି। ତେବେ ଜେଲରେ ରାମ ସିଂଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ମୁକେଶ ସିଂ ଘଟଣାର ଏକମାତ୍ର ସାକ୍ଷୀ ହୋଇଥିବାରୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ନୁହେଁ ବୋଲି ସେ ଦାବି କରିଛନ୍ତି ।

ସିଂହ ଆହୁରି ମଧ୍ୟ କହିଛନ୍ତି ଯେ ସେତେବେଳେ ରାମ ସିଂ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ବର୍ତ୍ତମାନ 'ବ୍ଲାକ୍ ୱାରେଣ୍ଟ' ପୁସ୍ତକ ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ରାମ ସିଂଙ୍କୁ ହତ୍ୟା କରାଯାଇଛି ଏବଂ ଏଥିରେ ଜେଲ ଅଧିକାରୀମାନେ ମଧ୍ୟ ଜଡିତ ଥିବା ଏପି ସିଂହ ଅଭିଯୋଗ କରିଛନ୍ତି ।

ପୂର୍ବରୁ ମଙ୍ଗଳବାର ଦୋଷୀ ମୁକେଶ ସିଂ ଦିଲ୍ଲୀ କୋର୍ଟରେ ମୃତ୍ୟୁଦଣ୍ଡକୁ ରଦ୍ଦ କରିବାକୁ ଦାବି କରିଥିଲା କହିଥିଲ । ଘଟଣା ଘଟିବା ଦିନ ସେ ଦିଲ୍ଲୀରେ ନଥିବା ଦର୍ଶାଇ ଏହି ଦାବି କରିଛି । କୋର୍ଟ ଏହି ଯାଚିକାର ସଂରକ୍ଷିତ ରଖିଛନ୍ତି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.