ନୂଆଦିଲ୍ଲୀ: ଅଳ୍ପ କିଛି ଦିନର ଅପେକ୍ଷା ଓ ଫାଶୀରେ ଝୁଲିବେ ନିର୍ଭୟା ଦୋଷୀ । କିନ୍ତୁ ଅଭାବ ଅଛି ତ' କେବଳ ଜହ୍ଲାଦର । ତିହାର ଜେଲ କର୍ତ୍ତୃପକ୍ଷ ପୁଣି ଉତ୍ତରପ୍ରଦେଶ ଜେଲ୍ ପ୍ରଶାସନଙ୍କୁ ପବନ ଜହ୍ଲାଦଙ୍କ ଅନୁମତି ନେବା ପାଇଁ ଚିଠି ମାଧ୍ୟମରେ ଅନୁରୋଧ କରିଛି ।
ଏକ ଗୁରୁତ୍ବପୂର୍ଣ୍ଣ ଚିଠିରେ ଫାଶୀ ଦେବା ପାଇଁ ଏକ ଜହ୍ଲାଦ ଆଣିବାକୁ ଉତ୍ତରପ୍ରଦେଶ ଜେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି । 20 ଦିନ ମଧ୍ୟରେ ଏହା ଦ୍ବିତୀୟ ଥର ଚିଠି ଲେଖାଯାଇଛି । ତେବେ ତିହାର ଜେଲ କିନ୍ତୁ ପବନ ଜହ୍ଲାଦଙ୍କୁ ଚାହୁଁଛି ଓ ଏହା ପଛରେ ଅନେକ କାରଣ ରହିଛି ।
ମୁଖ୍ୟ କାରଣ ହେଲା ପବନଙ୍କ ବଂଶଜ ଏହି କାର୍ଯ୍ୟ କରିଆସୁଛନ୍ତି । ତେଣୁ କୌଣସି ବି ଭୁଲ ହେବା ଅସମ୍ଭବ । ଏପରିକି ପବନ ଶାରୀରିକ ଭାବେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ । ପବନଙ୍କ ସୁରକ୍ଷା ମଧ୍ୟ ଅତି ଗୋପନୀୟ । ପବନ ମିରଟରେ ରହୁଥିବାରୁ ଦିଲ୍ଲୀ ଆସିବାକୁ ବି ତାଙ୍କୁ ସୁବିଧା ହେବ ।