ହାଇଦ୍ରାବାଦ: ରୋଗ ଓ ସଂକ୍ରମଣ, ଏସବୁ ନାଁ ଶୁଣିଲେ ମନରେ ଡର ଆସିଯାଏ । ଆଗରୁ ଟେକ୍ନୋଲୋଜିର ଅଭାବରୁ ଅନେକ ଜୀବନ ଯାଇଛି । ହଇଜା, ଡାଇରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ପ୍ରାଣ ହରାଇଛନ୍ତି । ତେବେ ଏସବୁକୁ ଏବେ ନିଜ ଆୟତରେ ଆଣିପାରିଛି ନୂଆ ମେଡିକାଲ ସାଇନ୍ସ । ମାରାତ୍ମକ କର୍କଟ ରୋଗକୁ ମଧ୍ୟ ନିୟନ୍ତ୍ରଣ କରାଯାଇପାରିଛି । ତେବେ କୁହାଯାଇପାରେ ଆମେ କିଛି ରୋଗକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛୁ ।
କିନ୍ତୁ ନୂଆ ଯୁଗରେ ନୂଆ ଭାଇରସ ମଧ୍ୟ ଜନ୍ମ ନେଉଛି । ଟେକ୍ନୋଲୋଜି ସହ ତାଳ ଦେଇ ସେତିକି ସକ୍ରିୟ ହେଉଛି ଭାଇରସ ରୋଗ । ସେମିତି ଏକ ନୂଆ ଭାଇରସ ହେଲା ନିପାହ, ଯିଏ ଧୀରେଧୀରେ ମାନବ ସମାଜକୁ ନିଜ ଆୟତରେ ନେବାକୁ ଚେଷ୍ଟା କରୁଛି । ନିକଟରେ ନିପାହ ଭାଇରସ କାରଣରୁ କେରଳରେ ପ୍ରାୟ 10 ଜଣଙ୍କ ଜୀବନ ଯାଇଥିଲା । ସେଥିମଧ୍ୟରୁ 3 ଜଣ ଗୋଟିଏ ପରିବାରର ସଦସ୍ୟ ଥିଲେ । ଘର କୂଅ ପାଣି ପିଇ ଏହି ଭାଇରସର ଶିକାର ହୋଇଥିଲେ । କୂଅରେ ପାଣିର ଯାଞ୍ଚ ପରେ ପାଣିରୁ ମଲା ବାଦୁଡି ବାହାରିଥିଲା । ବାଦୁଡିକୁ ପରୀକ୍ଷା କରିବା ପରେ ତା' ଶରୀରରୁ ନିପାହ ଭାଇରସ ମିଳିଥିଲା । ତେବେ ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବା ଏହି ନିପାହ ଭାଇରସ କଣ ? ଏହା କିପରି ବ୍ୟାପେ ଓ ଏହାର ନିରାକରଣ କଣ?
ନିପାହ କଣ?
କେଉଁଠୁ ହେଲା ନିପାହର ଆରମ୍ଭ ?
କିପରି ଭାରତକୁ ହେଲା ନିପାହର ପ୍ରବେଶ?
1999 ପରେ 2001 ଓ 2007 ମସିହାରେ ଭାରତର ପଶ୍ଚିମବଙ୍ଗଳାରେ ଏହି ଭାଇରସକୁ ଦେଖିବାକୁ ମିଳିଥିଲା । ବାଦୁଡିମାନେ ସବୁବେଳେ ଭିନ୍ନଭିନ୍ନ ଋତୁରେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତର ହୋଇଥାନ୍ତି । ଏପରି ହିଁ ବାଦୁଡିମାନେ ସ୍ଥାନାନ୍ତର ହୋଇ ପ୍ରଥମେ ବାଂଲାଦେଶ ପରେ ଭାରତକୁ ଆସିଥିଲେ । 2001-2013 ମଧ୍ୟରେ ବାଂଲାଦେଶରେ ପ୍ରାୟ 70 ପ୍ରତିଶତ ଲୋକଙ୍କର ମୃତ୍ୟୁ ହୋଇଛି । ତେବେ 2018ରେ କେରଳରେ ଅଧିକ ମାତ୍ରାରେ ନିପାହ ଭାଇରସ ଦେଖିବାକୁ ମିଳିଥିଲା ।
କିପରି ସଂକ୍ରମଣ ହୁଏ?
ରୋଗର ଲକ୍ଷଣ?
ନିପାହ ଭାଇରସର ଆକ୍ରମଣ ହେବା ପରେ ସାଧାରଣତଃ ଜର ହେବା ସହ ମୁଣ୍ଡ ବୁଲାଏ । ସାମ୍ନା ଜିନିଷ ଦେଖାଯାଇନଥାଏ । ଶେଷରେ ମଣିଷ କୋମା ଅବସ୍ଥାକୁ ଚାଲିଯାଇଥାଏ । କେତେକ ସମୟରେ ମଣିଷର ମୃତ୍ୟୁ ମଧ୍ୟ ହୋଇଥାଏ । ପ୍ରାୟ 70 ପ୍ରତିଶତ କେସରେ ମଣିଷର ମୃତ୍ୟୁ ହିଁ ହୋଇଥାଏ ।
ରୋଗର ପ୍ରତିକାର?
ଏପର୍ଯ୍ୟନ୍ତ ଏହି ରୋଗର କୌଣସି ପ୍ରତିଷେଧକ ବାହାର କରାଯାଇନାହିଁ । ଏହାର ପ୍ରତିକାର ପାଇଁ ଚେଷ୍ଟା କରାଯାଉଛି ମାତ୍ର କୌଣସି ସ୍ଥାୟୀ ସମାଧାନ ମିଳିପାରିନାହିଁ । ମାତ୍ର ନିଜେ ସଚେତନ ରହିଲେ ଏହି ରୋଗରୁ ରକ୍ଷା ମିଳିପାରିବ । କୌଣସି ଜଙ୍ଗଲ ଅଞ୍ଚଳକୁ ନଯିବା ଉଚିତ ଏହାସହ ବାଦୁଡି ଥିବା ଅଞ୍ଚଳରୁ ଯଥାସମ୍ଭବ ଦୂରରେ ରହିବା ଆବଶ୍ୟକ । ସ୍ବଚ୍ଛତାର ଧ୍ୟାନ ରଖିଲେ ରୋଗକୁ ଦୂର କରାଯାଇପାରିବ ।
ଭାରତରେ ଜନସଂଖ୍ୟା ଧୀରେଧୀରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଆମେ ଜଙ୍ଗଲକୁ ନଷ୍ଟ କରି ଚାଲିଛେ । ଜଙ୍ଗଲ ଭିତରେ ଯେଉଁ ଜୀବମାନେ ସୀମିତ ଥିଲେ, ସେମାନେ ଜନବସତି ଆଡକୁ ମୁହାଁଉଛନ୍ତି । ଫଳରେ ଅନେକ ମାରାତ୍ମକ ଭାଇରସ ମାନବସମାଜକୁ ଆକ୍ରମଣ କରୁଛି । ନିପାହର ବର୍ଷେ ପରେ ଆଉ ଏକ ନୂଆ ଭାଇରସ ଏନସେଫାଲାଇଟସ ଭାରତରେ ଆତଙ୍କ ସୃଷ୍ଟି କରିଛି । ଏହାଦ୍ବାରା ପ୍ରାୟ ବିହାରରେ ପ୍ରାୟ 150ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ହେଲାଣି । ଏହି ନିରାକରଣ ମିଳିପାରିନଥିବା ବେଳେ ଆଉ ଗୋଟେର ଆତଙ୍କ । ଆମେ ମେଡିକାଲ ସାଇନ୍ସର ଯେତେ ଆଗରେ ରହୁଛେ ତାହାଠୁ ଦି ପାଦ ଆଗରେ ଭାଇରସ । ସେ ନିପହା ହେଉ ଏଚଆଇଭି ଏଡସ ହେଉ କିମ୍ବା ଏନସେଫାଲାଇଟିସ ।