ETV Bharat / bharat

କୋଭିଡ୍‌-୧୯ ଚିକିତ୍ସା ପାଇଁ ନିର୍ଦେଶାବଳୀ ଜାରି କଲା ଏନ୍‌ଆଇଏଚ୍‌ - COVID-19 treatment

ନୋଭେଲ୍‌ କୋରୋନା ଭୁତାଣୁ ( କୋଭିଡ୍‌-୧୯)ର ଚିକିତ୍ସା ଲାଗି ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ( ଏନ୍‌ଆଇଏଚ୍‌) ଏକ ସ୍ଵତନ୍ତ୍ର ନିର୍ଦ୍ଧାରିତ ନିର୍ଦେଶାବଳୀ ଜାରି କରିଛନ୍ତି।

COVID-19 treatment
କୋଭିଡ୍‌-୧୯ ଚିକିତ୍ସା
author img

By

Published : Apr 23, 2020, 1:00 PM IST

ନୋଭେଲ୍‌ କୋରୋନା ଭୁତାଣୁ ( କୋଭିଡ୍‌-୧୯)ର ଚିକିତ୍ସା ଲାଗି ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ ( ଏନ୍‌ଆଇଏଚ୍‌) ଏକ ସ୍ଵତନ୍ତ୍ର ନିର୍ଦ୍ଧାରିତ ନିର୍ଦେଶାବଳୀ ଜାରି କରିଛନ୍ତି। ଏହା ଯୁକ୍ତରାଷ୍ଟ୍ର ଆମେରିକାର ଡାକ୍ତର, ଷ୍ଟାଟିଷ୍ଟିସିଆନ ଏବଂ ଅନ୍ୟ ବିଶେଷଜ୍ଞଙ୍କ ପରାମର୍ଶ ଓ ଅଭିଜ୍ଞତାକୁ ଆଧାର କରି ପ୍ରସ୍ତୁତ ହୋଇଛି । ଏହି ନିର୍ଦେଶାଳବଳୀକୁ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କ ଲାଗି ପ୍ରସ୍ତୁତ କରାଯାଇଛି। ବିଭିନ୍ନ ସମୟରେ ପ୍ରକାଶିତ କୋଭିଡ୍‌ ସମ୍ପର୍କିତ ରିପୋର୍ଟ, ପ୍ରାଥମିକ ତଥ୍ୟ ଏବଂ ଏହି ମହାମାରୀ ସମୟରେ ହସ୍‌ପିଟାଲ୍‌ରେ ରୋଗୀଙ୍କୁ ସେବା ଯୋଗାଉଥିବା ନିର୍ଦ୍ଧାରିତ ସମ୍ମୁଖ ଯୋଦ୍ଧାଙ୍କ ଡାକ୍ତରଖାନା ଅଭିଜ୍ଞତାକୁ ଆଧାର କରି ଏହି ନିର୍ଦେଶାବଳୀ ପ୍ରସ୍ତୁତ।

ଏନ୍‌ଆଇଏଚ୍‌ ଦ୍ଵାରା ପ୍ରଦାନ କରାଯାଇଥିବା ପ୍ରେସ୍‌ ବାର୍ତ୍ତା ଅନୁସାରେ ଏହି ଏହି ନିର୍ଦେଶାବଳୀରେ ଦୁଇଟି ପ୍ରମୁଖ ଚିକିତ୍ସା ଶୈଳୀକୁ ଗୁରୁତ୍ଵ ଦିଆଯାଇଛି, ଯାହା ଏବେ କୋଭିଡ୍‌-୧୯ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଣୟନ କରାଯାଉଛି। ଏହି ଦୁଇଟି ଚିକିତ୍ସା ବ୍ୟବସ୍ଥା ହେଲା ଆଣ୍ଟି ଭାଇରାଲ୍‌ ଏବଂ ହୋଷ୍ଟ ମୋଡିଫାୟର୍ସ ଏବଂ ପ୍ରତିରୋଧଭିତ୍ତିକ ଚିକିତ୍ସା। ଆଣ୍ଟି ଭାଇରାଲ୍‌ ଚିକିତ୍ସାରେ ସିଧାସଳଖ କୋରୋନା ଭାଇରସକୁ ଟାର୍ଗେଟ କରାଯାଇଥାଏ। ହୋଷ୍ଟ ମୋଡିଫାୟର ଏବଂ ପ୍ରତିରୋଧକ ଭିତ୍ତିକ ଚିକିତ୍ସାରେ ଆମର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରି ଭୁତାଣୁର କ୍ରୀୟାଶୀଳତାକୁ ନିୟନ୍ତ୍ରଣ କରାଯାଇପାରିବ। ଏହି ନିର୍ଦେଶାବଳୀରେ ସମସ୍ତ ଏଜେଣ୍ଟର ପୃଷ୍ଠଭୂମିକୁ ବଣ୍ଣନା କରାଯାଇଛି । ଏଗୁଡ଼ିକ ହେଲା କ୍ଲିକାଲ୍‌ ଡେଟା- ତାହାର ବ୍ୟବହାର, ଜାରି ରହିଥିବା କ୍ଲିକାଲ୍‌ ଟ୍ରାଏଲ ଏବଂ ଜଣାଥିବା ଅନ୍ୟ ଔଷଧ ସହ ପ୍ରତିକ୍ରିୟା ପ୍ରଭୃତି।

ଏହା ଅନୁମୋଦନର ମୌଳିକତାକୁ ବୟାନ କରିଥାଏ । ଏହି ନିର୍ଦେଶାବଳୀରେ ରୋଗୀଙ୍କ ସଂକ୍ରମଣ ସ୍ତର, ରୋଗର ସ୍ଥିତି ବାବଦରେ ମୂଲ୍ୟାୟନ ଏବଂ ସ୍ତର ବିନ୍ୟାସକୁ ବଣ୍ଣନା କରାଯାଇଛି। ଉଦାହରଣ ସ୍ଵରୂପ: ଲକ୍ଷଣ ବିହୀନ ରୋଗୀ, ମଧ୍ୟମ ଲକ୍ଷଣ ଥିବା ରୋଗୀ ଏବଂ ସଙ୍କଟଜନକ ଅବସ୍ଥାରେ ଥିବା ରୋଗୀ ପ୍ରଭୃତି। ଗର୍ଭବତୀ ମହିଳା, ଶିଶୁ ଯେଉଁମାନେ କୋରୋନା ସଂକ୍ରମିତ ସେମାନଙ୍କ ବାବଦରେ ମଧ୍ୟ ନିୟମାବଳୀ ରହିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.