ହାଇଦ୍ରାବାଦ: ତାମିଲନାଡୁର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଚଢାଉ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆଇଏସଆଇଏସ ଆତଙ୍କୀ ସଙ୍ଗଠନ ପରିଚାଳିତ ହେବା ନେଇ ଏନଆଇଏ ଜାଣିବାକୁ ପାଇଥିଲା ।
ଏନଆଇଏ ଆଇଏସଆଇଏସ ଆଡ୍ଡାର 6ଟି ସ୍ଥାନରେ ଚଢାଉ କରିଥିଲା । ତାମିଲନାଡୁର ଟୁଚି,ନାଗପଟ୍ଟିନମ, କଲାପଟ୍ଟିନମ, କୋଏମ୍ବାଟୁର ସହିତ ଅନ୍ୟ ସ୍ଥାନରେ ଚଢାଉ କରିଥିଲା । ଘଟଣାସ୍ଥଳରୁ ଲାପଟପ , ପେନ ଡ୍ରାଇଭ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଛି ।