ନୂଆଦିଲ୍ଲୀ: ଆଇଏସଆଇଏସ ଆତଙ୍କବାଦ ମଡ୍ୟୁଲ ସହ ଜଡିତ ମାମଲାରେ 10 ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ବୁଧବାର ପଚରାଉଚରା କରିଛି ଏନଆଇଏ । ଅଭିଯୁକ୍ତମାନେ ଜାଲି ପରିଚୟପତ୍ର ଜରିଆରେ ସିମ କାର୍ଡ କ୍ରୟ କରି ଆଇଏସଆଇଏସ ସଦସ୍ୟ ଖାଜା ମୋହିଦ୍ଦୀନ ସହ ସମ୍ପର୍କ କରୁଥିଲେ ଏବଂ ଭାରତ ବିରୋଧରେ ଷଡଯନ୍ତ୍ର ରଚୁଥିଲେ ବୋଲି ଏନଆଇଏ ପକ୍ଷରୁ କୁହାଯାଇଛି ।
ତେବେ ଏନଆଇଏ ସେମାନଙ୍କୁ ଗିରଫ କରିବା ପରେ ଫେବୃଆରୀ 27 ରୁ ମାର୍ଚ୍ଚ 3 ପର୍ଯ୍ୟନ୍ତ ରିମାଣ୍ଡରେ ରଖିଥିଲା । ଏହି ମାମଲାରେ ତାମିଲନାଡୁ ପୋଲିସ ଏକ ମାମଲା ରୁଜୁ କରିଛି ।
@ANI